ଭୁବନେଶ୍ୱର ମେୟରଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ମେୟରଙ୍କ ଯୌନ କେଳେଙ୍କାରୀ ଅଭିଯୋଗ ସାଙ୍ଗକୁ ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି (ରିଷି) ହତ୍ୟାକାଣ୍ଡର ଉଚିତ୍‌ ତଦନ୍ତ ଦାବିରେ ଆଜି ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି। ଯୌନ କେଳେଙ୍କାରୀ ଭିଡ଼ିଓରେ ଅଡ଼ିଓ ଯାଞ୍ଚ କରି ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ପୂର୍ବରୁ ଦଳ ଦାବି କରିଥିବାବେଳେ ଆଜି ମେୟରଙ୍କ ଇସ୍ତଫା ଦାବିରେ ମୋର୍ଚ୍ଚାର କର୍ମକର୍ତ୍ତାମାନେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତଦନ୍ତର ନିରପେକ୍ଷତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ […]

bjp

bjp

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 07:49 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମେୟରଙ୍କ ଯୌନ କେଳେଙ୍କାରୀ ଅଭିଯୋଗ ସାଙ୍ଗକୁ ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି (ରିଷି) ହତ୍ୟାକାଣ୍ଡର ଉଚିତ୍‌ ତଦନ୍ତ ଦାବିରେ ଆଜି ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି। ଯୌନ କେଳେଙ୍କାରୀ ଭିଡ଼ିଓରେ ଅଡ଼ିଓ ଯାଞ୍ଚ କରି ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ପୂର୍ବରୁ ଦଳ ଦାବି କରିଥିବାବେଳେ ଆଜି ମେୟରଙ୍କ ଇସ୍ତଫା ଦାବିରେ ମୋର୍ଚ୍ଚାର କର୍ମକର୍ତ୍ତାମାନେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତଦନ୍ତର ନିରପେକ୍ଷତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମେୟରଙ୍କୁ ବହିଷ୍କାର କରନ୍ତୁ ବୋଲି ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି।

ଜଣେ ବିକ୍ଷୋଭକାରୀ କହିଛନ୍ତି,“ଭୁବନେଶ୍ୱର ମେୟର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା ଦରକାର। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ମେୟର ଭୁବନେଶ୍ୱର ଥାନାରେ ବସିବା ଓ ରାଲି କରିବା ଦୁର୍ଭାଗ୍ୟଜନକ କଥା।”

ସେହିପରି କଂଗ୍ରେସ ମଧ୍ୟ ମେୟରଙ୍କ ଇସ୍ତଫା ଦାବି କରିଛି।  କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ରାଲି ବାହାରି ରାଜମହଲ ଉକକୁ ଯାଇଥିଲା। ସେଠାରେ କଂଗ୍ରେସ କର୍ମୀମାନେ ମେୟରଙ୍କ ଘର ଘେରାଉ କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ସେହି ରାଜମହଲ ଛକରେ ଯୁବ କଂଗ୍ରେସ କର୍ମୀମାନେ ମେୟର ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତୋଳିକା ଦାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos