ଆଜି ବି ଜମିବ ଷ୍ଟାର ପ୍ରଚାର, ଜାଣନ୍ତୁ କିଏ କେଉଁଠି

ବରଗଡ଼(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ବିଜେପୁର।  ଭୋଟରଙ୍କୁ ଆକର୍ଷିତ କରିବାକୁ ଜୋରସୋରରେ ଚାଲିଛି ପ୍ରଚାର। ସେଠାରେ କ୍ୟାମ୍ପ କରୁଛନ୍ତି ସବୁ ଦଳର ଛାମୁଆ ନେତା ଓ କର୍ମୀ। ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘର ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳର ହେଭିୱେଟ ନେତା ଓ ଷ୍ଟାର୍ ପ୍ରଚାରକ। ବିଜେପୁରରେ ଆଜି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ  ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ […]

download (1)

download (1)

Rakesh Mallick
  • Published: Monday, 19 February 2018
  • Updated: 19 February 2018, 02:13 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ବିଜେପୁର।  ଭୋଟରଙ୍କୁ ଆକର୍ଷିତ କରିବାକୁ ଜୋରସୋରରେ ଚାଲିଛି ପ୍ରଚାର। ସେଠାରେ କ୍ୟାମ୍ପ କରୁଛନ୍ତି ସବୁ ଦଳର ଛାମୁଆ ନେତା ଓ କର୍ମୀ। ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘର ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳର ହେଭିୱେଟ ନେତା ଓ ଷ୍ଟାର୍ ପ୍ରଚାରକ। ବିଜେପୁରରେ ଆଜି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ  ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଗିରିରାଜ ସିଂହ। ସେହିପରି ନୂଆ କରି ବିଜେପିରେ ଯୋଗ ଦେଇଥିବା ଅପରାଜିତା ମହାନ୍ତି ମଧ୍ୟ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ଅଛି। ତାଙ୍କ ସହିତ ପିଙ୍କି ପ୍ରଧାନ ମଧ୍ୟ ପ୍ରଚାର କରିବେ।

ବିଜେଡି ପାଇଁ ବିଜେପୁରରେ ପ୍ରଚାର କରିବେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ୍ ରୟ। ସେହିପରି ଗାଇସିଲଟରେ ଆକାଶ ଦାସ ନାଏକ ପ୍ରଚାର କରିବେ।  ବିଜେପୁରରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିବେ।  ତାଙ୍କ ସହ ଦଳର ଅନେକ ନେତା ଉପସ୍ଥିତ ରହିବେ।

ସେହିପରି କଂଗ୍ରେସ ପାଇଁ ଗାଇସିଲଟ ଅଞ୍ଚଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ ପ୍ରଚାର କରିବେ।  ବିଜେପୁର ଅଞ୍ଚଳରେ ପ୍ରଦୀପ ମାଝୀ, ବିକେ. ହରିପ୍ରସାଦ ପ୍ରମୁଖ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos