ନିର୍ବାଚନ ପାଣ୍ଠି ଅନିୟମିତତା ପ୍ରସଙ୍ଗ: ଜୁଏଲଙ୍କ ବିରୋଧରେ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦ୍ୱାରସ୍ଥ ହୋଇପାରେ ବିଜେଡି

ଭୁବନେଶ୍ୱର: ଜଟିଳ ହେଉଛି ନିର୍ବାଚନ ପାଣ୍ଠିକୁ ନେଇ ରାଜନୀତି। ଜୁଏଲ ଓରାମଙ୍କ ନିର୍ବାଚନୀ ଖର୍ଚ୍ଚ ସତ୍ୟପାଠରେ ତ୍ରୁଟି ଥିବା ପ୍ରସଙ୍ଗରେ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦ୍ୱାରସ୍ଥ ହୋଇପାରେ ବିଜେଡି। ଆକାଉଣ୍ଟ ଅନିୟମିତତା ଓ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ନେଇ ବିଜେପିର ହଲ୍ଲାପଟ୍ଟା ପରେ ଗତ ଶନିବାର ଦିନ ବିଜେପି ଉପରେ କାଉଣ୍ଟର ଆଟାକ୍ କରିଥିଲା ବିଜେଡି। ଯେଉଁଥିରେ ଜୁଏଲଙ୍କ ସତ୍ୟପାଠରେ ଦିଆଯାଇଥିବା ଖର୍ଚ୍ଚର ହିସାବରେ ତାଳମେଳ ନାହିଁ ବୋଲି ଗତ ଶନିବାର ଦିନ ବିଜେଡି ଏକ ସାମ୍ବାଦିକ […]

jjj

jjj

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 07:34 AM IST

Sports

Latest News

ଭୁବନେଶ୍ୱର: ଜଟିଳ ହେଉଛି ନିର୍ବାଚନ ପାଣ୍ଠିକୁ ନେଇ ରାଜନୀତି। ଜୁଏଲ ଓରାମଙ୍କ ନିର୍ବାଚନୀ ଖର୍ଚ୍ଚ ସତ୍ୟପାଠରେ ତ୍ରୁଟି ଥିବା ପ୍ରସଙ୍ଗରେ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦ୍ୱାରସ୍ଥ ହୋଇପାରେ ବିଜେଡି। ଆକାଉଣ୍ଟ ଅନିୟମିତତା ଓ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ନେଇ ବିଜେପିର ହଲ୍ଲାପଟ୍ଟା ପରେ ଗତ ଶନିବାର ଦିନ ବିଜେପି ଉପରେ କାଉଣ୍ଟର ଆଟାକ୍ କରିଥିଲା ବିଜେଡି। ଯେଉଁଥିରେ ଜୁଏଲଙ୍କ ସତ୍ୟପାଠରେ ଦିଆଯାଇଥିବା ଖର୍ଚ୍ଚର ହିସାବରେ ତାଳମେଳ ନାହିଁ ବୋଲି ଗତ ଶନିବାର ଦିନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା।  ଜୁଏଲ୍ ତାଙ୍କ ସତ୍ୟପାଠର ସିଡ୍ୟୁଲ୍ ୯ରେ ଚେକ୍ ମାଧ୍ୟମରେ ୭ ଲକ୍ଷ ୨୭ ହଜାର ୭୮ ଟଙ୍କା ଓ କ୍ୟାସ୍ ମାଧ୍ୟମରେ ୨୦ ହଜାର ଟଙ୍କା ପାଇଥିବା ଦର୍ଶାଇଛନ୍ତି। କିନ୍ତୁ ତାଙ୍କର ନିର୍ବାଚନୀ ଖର୍ଚ୍ଚ ବାବଦ ବିସ୍ତୁତ ବିବରଣୀରେ ଯାହା ଦର୍ଶାଇଛନ୍ତି, ସେଥିରେ ତାଳମେଳ ରହୁନି ବୋଲି ବିଜେଡି କହିଥିଲା। ଏପରିକି ଜୁଏଲ୍ ତାଙ୍କ ସତ୍ୟପାଠରେ ନିଜସ୍ୱ ନିର୍ବାଚନୀ ପ୍ରଚାର ଖର୍ଚ୍ଚ ନିଲ୍ ବୋଲି ଦର୍ଶାଇଥିବା ବିଜେଡି ଅଭିଯୋଗ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos