ପୁଣି ଓଡ଼ିଶା ଆସିବେ ଅମିତ ଶାହା, ବୁଥ୍‌ ସ୍ତର କର୍ମକର୍ତ୍ତାଙ୍କୁ ଭେଟିବେ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏଥର ସେ ବୁଥ୍‌ ସ୍ତରକୁ ଯାଇ କର୍ମକର୍ତ୍ତାଙ୍କଠାରୁ ମତାମତ ସଂଗ୍ରହ କରିବେ। ସେ ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ଆସିବେ। ପ୍ରଥମ ପର୍ଯ୍ୟାୟରେ ସେ ଜୁନ୍‌ ୨୨, ୨୩ ଓ ୨୪ ତାରିଖରେ ଆସିବେ। ତା’ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୮,୯ ଓ ୧୦ ତାରିଖରେ ଆସିବେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ୩ […]

amit

amit

Rakesh Mallick
  • Published: Monday, 17 April 2017
  • Updated: 17 April 2017, 01:54 PM IST

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏଥର ସେ ବୁଥ୍‌ ସ୍ତରକୁ ଯାଇ କର୍ମକର୍ତ୍ତାଙ୍କଠାରୁ ମତାମତ ସଂଗ୍ରହ କରିବେ।

ସେ ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ଆସିବେ। ପ୍ରଥମ ପର୍ଯ୍ୟାୟରେ ସେ ଜୁନ୍‌ ୨୨, ୨୩ ଓ ୨୪ ତାରିଖରେ ଆସିବେ। ତା’ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୮,୯ ଓ ୧୦ ତାରିଖରେ ଆସିବେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଦେଶର ୬୫୦ଟି ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଯିବେ। ଗସ୍ତ ବେଳେ ସରକାରଙ୍କ ଭୁଲ୍‌ ଭଟକା ଉପଲବ୍ଧି କରିବେ। ଏନେଇ ଲୋକଙ୍କ ମତାମତ ନେଇ ମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଦେବେ।”

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ନେଇ ଜୁଏଲ କହିଲେ,“ବିଜୁବାବୁ ବିଜେଡିର ନୁହନ୍ତି। ସେ ମହାନ ଜନନୟକ। ଦିଲ୍ଲୀରେ ଥିବା ବେଳେ ନବୀନଙ୍କର ଭାରତରତ୍ନ କଥା ମନେ ପଡ଼େନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos