ଖମାରକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା ଦାବିରେ ବିଜେପିର ଚକାଜାମ୍ ଆନ୍ଦୋଳନ

ପାଲଲହଡ଼ା: ଖମାର ଅଞ୍ଚଳକୁ ମରୁଡି ଘୋଷଣା, ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ, ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ଓ ଦମକଳ କେନ୍ଦ୍ର ପ୍ରତିଷ୍ଠା ସମେତ ୭ଦଫା ଦାବିରେ ବିଜେପି ପକ୍ଷରୁ ଖମାରରେ ଆଜି ୧୨ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଥିଲା। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆନ୍ଦୋଳନକାରୀମାନେ ତାଳଚେର-ପାଲଲହଡା ମୁଖ୍ୟ ରାସ୍ତା  ଅବରୋଧ କରିଥିଲେ। ଏଥିଯୋଗୁ ୧୪୯ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମଟର ଅଟକି ରହିଥିଲା।

୭ଟି ଦାବି ପୂରଣ ପାଇଁ ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ଦିନ ସମୟ ଦିଆଯାଇଥିଲା।  କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ବିଜେପି ପକ୍ଷରୁ ଖମାର ବନ୍ଦ ଡାକରା ଦିଆଯାଇ଼ଥିଲା।

ବର୍ଷା ଅଭାବରେ ଖମାର ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶହଶହ ଏକର ଧାନ ଫସଲ ପ୍ରଭାବିତ ହୋଇଛି । ଚାଷୀର ବର୍ଷ ଜାକର ଦାନା ପାଣି ଉଜୁଡି ଯାଇଛି।

ଜିଲ୍ଲା ପରିଷଦ ସଭ୍ୟ ସରୋଜ ସାହୁ କହିଛନ୍ତି, “ଖମାରରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ପ୍ରାୟ ୯ରୁ ୧୦ ଟି  ପଞ୍ଚାୟତରେ ଧାନ ଚାଷ ହୋଇ ନାହିଁ। ସବୁ ଜମି ପଡ଼ିଆ ପଡ଼ିଛି। ଜମି ଫାଟି ଆଁ ହୋଇଗଲାଣି। ଜଳସେଚନର କିଛି ବ୍ୟବସ୍ଥା ନାହିଁ। ଫଳରେ ଜମି ଚାଷ ହୋଇପାରି ନାହିଁ। ଆମର ୧୦ଟି ପଞ୍ଚାୟତକୁ ମରୁଡି ଘୋଷଣା କରାଯାଉ ବୋଲି ଆମେ ଦାବି କରୁଛୁ।”

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଆଜି ଚକାଜାମ ଆନ୍ଦୋଳନ କରାଯାଇଥିଲା। ଏଥିରେ ଦଳର ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Ordigital Desk
• Published: Saturday, 19 August 2017
• Updated: 19 August 2017, 12:15 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos