ବିଜେଡି ଦଖଲରେ ୨୧୮ବ୍ଲକ, ବିଜେପି ୭୦

state-election

ଭୁବନେଶ୍ୱର: ଆଜି ରାଜ୍ୟର ୩୦୭ଟି ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ହୋଇଯାଇଛି। ସେଥିରୁ ବିଜେଡି ୨୧୮ ଓ ବିଜେପି ୭୦ଟି ବ୍ଲକ ଅକ୍ତିଆର କରିଥିବା ଦାବି କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧୨ଟି ବ୍ଲକରୁ ବିଜେଡି ସମର୍ଥିତ ପ୍ରାର୍ଥୀ ୬ଟିକୁ ଅକ୍ତିଆର କରିଛନ୍ତି। ବିଜେପି ୩ଟି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ୩ଟି ଅଧ୍ୟକ୍ଷ ପଦ ହାତେଇଛନ୍ତି।

ଯାଜପୁର ଜିଲ୍ଲା କୋରେଇ ବ୍ଲକକୁ ବିଜେଡି ନିଜ କବ୍‌ଜାକୁ ନେବାରେ ବିଫଳ ହୋଇଛି। କଂଗ୍ରେସ ଏହି ବ୍ଲକକୁ ହାତେଇଛି। ବ୍ଲକ ଅଧ୍ୟକ୍ଷ ମୁକୁଟ ପିନ୍ଧିବା ପରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟ ଉତ୍ସବ ମନାଉଛନ୍ତି। ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରୁ ବିଜେଡି ସମର୍ଥିତ ପ୍ରାର୍ଥୀ ୮ଟି, କଂଗ୍ରେସ ଓ ସ୍ୱାଧୀନ ଗୋଟିଏ ଲେଖାଏଁ ଅକ୍ତିଆର କରିଛନ୍ତି। ବିଜେପିକୁ ଏଠାରେ ନିରାଶ ହେବାକୁ ପଡ଼ିଛି।

ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ସମର୍ଥିତ ୫ଟି, ବିଜେଡି ସମର୍ଥିତ ୬ଟି ଓ ବିଜେପି ସମର୍ଥିତ ଗୋଟିଏ ବ୍ଲକକୁ ଅକ୍ତିଆର କରିଥିବା ଦାବି କରିଛନ୍ତି।

ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକରେ ବିଜେପି ବାଜିମାତ କରିଛି। ବିଜେପି ସମର୍ଥିତ ପ୍ରାର୍ଥୀ ମୁକେଶ ପାଲ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ। ଜିତିବା ପରେ ବିଜୟ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ।

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,“୩୦୭ରୁ ୨୧୮ ବ୍ଳକରେ ବିଜେଡି ପଞ୍ଚାୟତ ସମିତି ଗଠନ କରିଛି। ବିଜେଡି ୭୧% ସଫଳତା ମିଳିଥିବା ବେଳେ କଂଗ୍ରେସକୁ ୧୪% ଓ ୯% ପାଇଁ ବିଜେପି ତୃତୀୟ ସ୍ଥାନରେ ରହିଛି।”

Previous ArticleNext Article

Send this to a friend