ଭିଟାମିନ୍ ‘ସି’ କମିଲେ ଗ୍ରାସିପାରେ କର୍କଟ

g-0000

ଆସିଛି ନୂଆ ଗବେଷଣା। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଭିଟାମିନ୍ ସି ହିଁ ରକ୍ତ କର୍କଟ ଭଳି  ଭୟଙ୍କର ରୋଗକୁ  ପ୍ରତିହତ କରିପାରେ । ଅର୍ଥାତ ଯଦି ଆପଣ ଖାଦ୍ୟରେ ଭିଟାମିନ୍‌ ‘ସି’କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ତେବେ ବ୍ଲଡ କ୍ୟାନ୍ସର ରୋଗରେ ପଡ଼ିବାର ଆଶଙ୍କା କମ୍‌ ରହିଛି।  ଗବେଷଣାରୁ ଜଣାପଡିଛି ଏକ୍ସାବେଟ(ଭିଟାମିନ୍-ସି) ଅଭାବ ଥିବା ବ୍ୟକ୍ତିଙ୍କୁ ଏହି ରୋଗର ରିସ୍କ ଅଧିକ ଥାଏ। ନୂତନ ଗବେଷଣା ଅନୁଯାୟୀ ଶରୀରରେ ଥିବା ଷ୍ଟେମ ସେଲ(କୋଷ)କୁ ଭିଟାମିନ ସି ହିଁ ଅଧିକ ଅବଶୋସିତ କରିବାର କ୍ଷମତା ରଖେ। ଯାହା ବ୍ଲଡ କ୍ୟାନ୍ସର ଭୂତାଣୁକୁ ବିକଶିତ କରିବାରେ ପ୍ରତିବନ୍ଧକ ସାଜିଥାଏ।

ଆମେରିକାର ୟୁନିଭରସିଟି ଅଫ୍ ଟେକ୍‌ସାସ ସାଉଥ୍‌ ୱେଷ୍ଟେର୍ଣ୍ଣ ମେଡିକାଲ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ବିଶ୍ୱବିଦ୍ୟାଳୟର ପ୍ରଫେସର ମିଚ୍‌ଲିସ୍‌ଙ୍କ ମତରେ  ଶରୀରରେ ଡିଏନ୍ଏ ଉପରେ ରାସାୟନିକ ପ୍ରକ୍ରିୟାକୁ  ନିୟନ୍ତ୍ରଣ କରିବା ପାଇଁ ଭିଟାମିନ ସି ବେଶ ଉପଯୋଗୀ ହୋଇଥାଏ। ସେ କହିଛନ୍ତି ଯେ, ଶରୀରରେ ଥିବା ଇଷ୍ଟେମ ସେଲରେ ‘ଇପିଜିଓନମ’ ଭଳି ସମୂହ ଉପାଦାନ ରହିଛି।  ଯାହା ଆମର ଜିନ ଫଙ୍କସନ୍‌କୁ ନିୟନ୍ତ୍ରଣ କରିଥାଏ।  ତେଣୁ ଯେତେବେଳେ ଏହି ଇପିଜିଓନମ ଭିଟାମିନ୍ ସି ପାଇବାରୁ  ବଞ୍ଚିତ ହୁଏ ସେତେବେଳେ ଏହା ଦୁର୍ବଳ ହୋଇପଡ଼େ। ଆଉ ଷ୍ଟେମ ସେଲ ଗୁଡ଼ିକ ଅଧିକ ପ୍ରତିକ୍ରୀୟାଶୀଳ ହୋଇ ଉଠନ୍ତି। ବିଷେଶକରି କରି ରକ୍ତହୀନତା ଦେଖାଦେଇଥାଏ । ଫଳରେ ବ୍ଲଡ କ୍ୟାନ୍ସର ରୋଗର ଅଧିକ ଆଶଙ୍କା ଥାଏ।

କମଳା, ଅଁଳା, ଡାଳିମ୍ବ, ଟମାଟୋ, ପୋଦିନା ପତ୍ର, ଶାଲଗମ୍, ମୂଳା ପତ୍ର, ବନ୍ଧାକୋବିରେ ରହିଛି  ଭିଟାମିନ୍ ‘ସି’ ଉପାଦାନ। ଏଗୁଡ଼ିକ ନିୟମିତ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକର। ସେହିପରି ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟ ତାଲିକାରେ ଅଙ୍ଗୁର, କମଳା, ଲେମ୍ବୁ  ଏବଂ ଅଁଳା ଆଦି ଫଳ ରହିଛି । ପାଳଙ୍ଗ ଶାଗ, ବନ୍ଧାକୋବି, ଟମାଟୋ ଓ ପଣସକଠାରେ ମଧ୍ୟ ଭିଟାମିନ୍‌ ସି’ ପରିମାଣ ଅଧିକ ରହିଛି।

Previous ArticleNext Article

Send this to a friend