ରାଜଧାନୀ ଜଣ୍ଡିସ୍‌ ସ୍ଥିତି ଅସମ୍ଭାଳ: ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀରେ ଜଣ୍ଡିସ ସ୍ଥିତି ଜଟିଳ ଆକାର ଧରଣ କରୁଛି। ଆଜି ଗୋଟିଏ ଦିନରେ ୨୦ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ରାଜଧାନୀରେ ଜଣ୍ଡିସ୍‌ ରୋଗୀଙ୍କ ସଂଖ୍ୟା ୧୮ ଥିବା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ। ଆଜି ଏହି ସଂଖ୍ୟା ବଢି ୩୮ରେ ପହଞ୍ଚିଛି। ଜଣ୍ଡିସ୍‌ ବ୍ୟାପିଥିବା ଝରଣା ସାହିରେ ସରକାରଙ୍କ ପକ୍ଷରୁ ପିଇବା ପାଣି ଯୋଗାଣର ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ହେଲେ ଏବେ ବି ସାହି ଲୋକେ କୂଅର ଦୂଷିତ ଜଳ […]

anata jena

anata jena

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 03:59 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଜଣ୍ଡିସ ସ୍ଥିତି ଜଟିଳ ଆକାର ଧରଣ କରୁଛି। ଆଜି ଗୋଟିଏ ଦିନରେ ୨୦ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ରାଜଧାନୀରେ ଜଣ୍ଡିସ୍‌ ରୋଗୀଙ୍କ ସଂଖ୍ୟା ୧୮ ଥିବା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ। ଆଜି ଏହି ସଂଖ୍ୟା ବଢି ୩୮ରେ ପହଞ୍ଚିଛି। ଜଣ୍ଡିସ୍‌ ବ୍ୟାପିଥିବା ଝରଣା ସାହିରେ ସରକାରଙ୍କ ପକ୍ଷରୁ ପିଇବା ପାଣି ଯୋଗାଣର ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ହେଲେ ଏବେ ବି ସାହି ଲୋକେ କୂଅର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଖୋଦ୍‌ ମେୟରଙ୍କୁ ଆଜି କୂଅ ଜଗି ରହିବାକୁ ପଡ଼ିଛି।

ଝରଣା ସାହିରେ ଲୋକେ ଏବେ ବି କୂଅର ଦୂଷିତ ପାଣି ବ୍ୟବହାର କରୁଥିବା ଖବର ପହଞ୍ଚିବା ପରେ ମେୟର ଅନନ୍ତ ନାରାୟଣ ଜେନା ସାହିରେ ପହଞ୍ଚି ଥିଲେ। ସାଙ୍ଗରେ କର୍ପୋରେଟର ଓ ବିଭାଗୀୟ ଅଧିକାରୀମାନେ ଯାଇଥିଲେ। ସେମାନେ ସାହିର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ଝରଣା ସାହିର ତେଲୁଗୁ ବସ୍ତିରେ ଥିବା କୂଅକୁ ମେୟର ନିଜେ ଜଗି ରହିଥିଲେ। ମେୟର ପହଞ୍ଚିବା ପରେ ବସ୍ତି ଲୋକେ କୂଅରୁ ପାଣି ନେବା ବନ୍ଦ କରି ଦେଇଥିଲେ। ହେଲେ ମେୟର ଚାଲିଯିବା ପରେ ପୁଣି ସ୍ଥିତି ଯେସାକୁ ତେସା ହୋଇ ଯାଇଥିଲା।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଟାଙ୍କି ପାଣି ଆସୁଛି, ହେଲେ ପାଣି ଭଲ ଆସୁନାହିଁ। ଏହି କୂଅ ପାଣି ଆମେ ପରିବାର ୩୦ ବର୍ଷ ହେଲା ବ୍ୟବହାର କରୁଛୁ। ପ୍ରଶାସନ ପକ୍ଷରୁ ଏବେ କୁହାଯାଉଛି କୂଅ ପାଣି ଖରାପ। ଜଳ ଯୋଗାଣର ବିକଳ୍ପ ବ୍ୟବସ୍ଥା ନାହିଁ, ତେଣୁ ଆମେ ବାଧ୍ୟ ହୋଇ କୂଅପାଣି ବ୍ୟବହାର କରୁଛୁ।”

ମେୟର ଜେନା ଅଞ୍ଚଳ ପରିଦର୍ଶନ ବେଳେ ଦୂଷିତ କୂଅ ଥିବା ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପାଣି ଟାଙ୍କି ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ସହ ଝରଣା ସାହିର ସମସ୍ତଙ୍କ ଘରକୁ ପାଇପ୍‌ ପାଣି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯେଉଁ ସ୍ଥାନରେ ପାନୀୟ ଜଳର ସୁବିଧା ନାହିଁ ସେଠାରେ ଗଭୀର ନଳକୂପ ଖୋଳିବାକୁ କୁହାଯାଇଛି। ପ୍ରାୟ ୭୦ଟି ଗଭୀର ନଳକୂପ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝରଣା ସାହିର ସମସ୍ତଙ୍କ ଘରକୁ ପାଇପ ପାଣି ଯୋଗାଇବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ୨ ଦିନ ମଧ୍ୟରେ ସମସ୍ତଙ୍କ ଘରକୁ ପାଇପ୍‌ ସଂଯୋଗ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos