ମାଡ଼ି ଗଲା କାର୍; ୩ ମହିଳା ମୃତ, ୩ ଗୁରୁତର

ନୟାଗଡ଼: ଗଣିଆ ତହସିଲ୍ ଅଫିସ୍ ନିକଟରେ ଆଜି ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୬ ଜଣ ମହିଳାଙ୍କ ଉପରେ ମାଡ଼ି ଯାଇଛି ଏକ କାର୍‌। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସଂପର୍କରେ ନଣଦ-ଭାଉଜ। ଉଭୟଙ୍କ ନାଁ ଉପାସୀ ବେହେରା। ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦୁଇଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। […]

accident

accident

Rakesh Mallick
  • Published: Friday, 30 December 2016
  • Updated: 31 December 2016, 07:16 AM IST

Sports

Latest News

ନୟାଗଡ଼: ଗଣିଆ ତହସିଲ୍ ଅଫିସ୍ ନିକଟରେ ଆଜି ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୬ ଜଣ ମହିଳାଙ୍କ ଉପରେ ମାଡ଼ି ଯାଇଛି ଏକ କାର୍‌। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସଂପର୍କରେ ନଣଦ-ଭାଉଜ। ଉଭୟଙ୍କ ନାଁ ଉପାସୀ ବେହେରା। ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦୁଇଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଗଣିଆ-କଣ୍ଟିଲୋ ରାସ୍ତା ଅବରୋଧ କରିଛନ୍ତି।

ପୋଲିସ୍ କାର୍‌ଟିକୁ ଜବତ କରିବା ସହିତ ଚାଳକ ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କାର୍‌ଟି ଦ୍ରୁତଗତିରେ ଆସି ଏହି ମହିଳାମାନଙ୍କୁ ଧକ୍କା ଦେଇଥିଲା। ଏହି ମହିଳାମାନେ ଧାନ କାଟି ଫେରୁ ଥିବା ବେଳେ କାର୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଏମାନେ ସମସ୍ତେ ପତଣ୍ଡା ଗାଁର। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପତର ବେହେରା, ଜାନକୀ ବେହେରା, ଇନ୍ଦୁ ବେହେରା ଓ ବନ୍ଦୁ ବେହେରାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos