ଏଣିକି ଲାଲଗଡ଼ ଜଗିବ ବ୍ଲାକପାନ୍ଥର: ନିପାତ ହେବେ ନକ୍ସଲ

ନୂଆଦିଲ୍ଲୀ: କଠୋର ହେଲା କେନ୍ଦ୍ର। ମାଓବାଦୀଙ୍କ ନରସଂହାରକୁ ବରଦାସ୍ତ କରିବେନି କେନ୍ଦ୍ର ସରକାର। ନିପାତ ହେବେ ନକ୍ସଲ। ରକ୍ତମୁଖା ମାଓବାଦୀଙ୍କୁ ଶକ୍ତ ପ୍ରହାର ପାଇଁ ଆସୁଛନ୍ତି ସବୁଠୁ ବଳଶାଳୀ ଫୋର୍ସ। ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ଯୋଜନା କରିଛି କେନ୍ଦ୍ର। ସେମାନଙ୍କୁ ସାମ୍ନା କରିବ ସବୁଠୁ ଶକ୍ତିଶାଳୀ ଓ ଭୟଙ୍କର ଫୋର୍ସ ବ୍ଲାକ୍ ପାନ୍ଥର। ଲାଲଗଡ଼ରେ ଗର୍ଜନ କରିବ ଏହି ବ୍ଲାକ୍ ପାନ୍ଥର। ଆଜି ଏମିତି କିଛି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। […]

black

black

Rakesh Mallick
  • Published: Monday, 21 May 2018
  • Updated: 21 May 2018, 07:35 PM IST

Sports

Latest News

ନୂଆଦିଲ୍ଲୀ: କଠୋର ହେଲା କେନ୍ଦ୍ର। ମାଓବାଦୀଙ୍କ ନରସଂହାରକୁ ବରଦାସ୍ତ କରିବେନି କେନ୍ଦ୍ର ସରକାର। ନିପାତ ହେବେ ନକ୍ସଲ। ରକ୍ତମୁଖା ମାଓବାଦୀଙ୍କୁ ଶକ୍ତ ପ୍ରହାର ପାଇଁ ଆସୁଛନ୍ତି ସବୁଠୁ ବଳଶାଳୀ ଫୋର୍ସ। ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ଯୋଜନା କରିଛି କେନ୍ଦ୍ର। ସେମାନଙ୍କୁ ସାମ୍ନା କରିବ ସବୁଠୁ ଶକ୍ତିଶାଳୀ ଓ ଭୟଙ୍କର ଫୋର୍ସ ବ୍ଲାକ୍ ପାନ୍ଥର। ଲାଲଗଡ଼ରେ ଗର୍ଜନ କରିବ ଏହି ବ୍ଲାକ୍ ପାନ୍ଥର। ଆଜି ଏମିତି କିଛି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ମାଓମୁକାବିଲା ସମୀକ୍ଷା ବେଳେ ରାଜନାଥଙ୍କ ସିଂ ଏହି ସୂଚନା ଦେଇଛନ୍ତି। ଖାସ କରି ମାଓମୁକାବିଲା ପାଇଁ ଏହି ବ୍ଲାକ ପାନ୍ଥର ସୃଷ୍ଟି କରାଯାଇଛି। ଏବେ ଦୁର୍ଦ୍ଧର୍ଷ ବ୍ଲାକ୍ ପାନ୍ଥର ଫୋର୍ସ ଟ୍ରେନିଂ ନେଉଛନ୍ତି।  ଟ୍ରେନିଂ ସରିବା ପରେ ମୁକାବିଲାରେ ନିୟୋଜିତ ହେବେ ବୋଲି ରାଜନାଥ ସିଂ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲ୍‍ମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ଜଣ ଯବାନ୍‍ ସହିଦ ହୋଇଛନ୍ତି।  ଦାନ୍ତେୱାଡାର କୋଲ୍‍ନାର ଗ୍ରାମରେ ସର୍ଚ୍ଚ ଅପରେସନ୍‍ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣରେ ଯବାନ୍‍ଙ୍କୁ ନେଇ ଆସୁଥିବା ଗାଡ଼ିଟି ଉଡ଼ି ଯାଇଥିବା ବେଳେ ୫ ଜଣ ଯବାନ ସହିଦ ହୋଇଥିଲେ। ଏହାପୂର୍ବରୁ ମେ ପ୍ରଥମ ସପ୍ତାହରେ ଗାରିଆବନ୍ଧ ଜିଲାରେ ନକ୍ସଲ୍‍ଙ୍କ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଥିଲେ। ସେହିପରି ଗତ ଏପ୍ରିଲ୍‍ ୨୯ ତାରିଖରେ ଦୁଇ ଜଣ କୋବ୍ରା ବାହିନୀ ଯବାନ ନକ୍ସଲ୍‍ଙ୍କ ବିସ୍ଫୋରଣରେ ଆହତ ହୋଇଥିଲେ। ଏମିତି ବାରମ୍ବାର ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପରେ କେନ୍ଦ୍ର ସରକାର ଚେତିଛନ୍ତି।  ଆଉ ସେମାନଙ୍କୁ ମୁକାବିଲା ପାଇଁ ବ୍ଲାକ୍ ପାନ୍ଥର ଫୋର୍ସ ଗଠନ ଲାଗି ନିଷ୍ପତ୍ତି ହୋଇଛି।

କ’ଣ ଏହି ବ୍ଲାକ ପାନ୍ଥର ଫୋର୍ସ

ବ୍ଲାକ ପାନ୍ଥର କହିଲେ ଜଙ୍ଗଲର କଳାଚିତାବାଘକୁ ବୁଝାଏ। ଜଙ୍ଗଲରେ ଏହି ପ୍ରଜାତିର ବାଘ ହେଉଛନ୍ତି ସବୁଠୁ ବିରଳ। ଅନ୍ୟ ଜଙ୍ଗଲୀ ଜନ୍ତୁ ଅପେକ୍ଷା ଏମାନେ ଖୁବ ଭୟଙ୍କର ଏବଂ ଶକ୍ତିଶାଳୀ।  ଏମାନେ ସାଧାରଣତଃ ଏସିଆ  ଓ ଆଫ୍ରିକା ମହାଦେଶରେ ଦେଖାଯାଇଥାନ୍ତି।  ଯେହେତୁ ଅନ୍ୟ ପ୍ରାଣୀ ଅପେକ୍ଷା ଏହି କଳାଚିତାବାଘର ସ୍ୱଭାବରେ ଭିନ୍ନ ସେହି ଥିଉରୀକୁ ନେଇ ବ୍ଲାକପାନ୍ଥର ଫୋର୍ସର ପରିକଳ୍ପନା କରାଯାଇଛି। ସେହିପରି ବ୍ଲାକପାନ୍ଥର ନାମରେ ହଲିଓଡ୍‌ର ସିନେମା ମଧ୍ୟ ତିଆରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos