ନେହରୁଙ୍କ ଭୁଲ ଶିକ୍ଷାନୀତି ଯୋଗୁଁ ଦକ୍ଷତା ବିକାଶ ହୋଇପାରିନି: ଗିରିରାଜ

giriaj-singh

ଭୁବନେଶ୍ୱର: ଲୋକେ ଶିକ୍ଷିତ ହୋଇଛନ୍ତି। ହେଲେ ସେମାନଙ୍କ ଦକ୍ଷତାର ବିକାଶ ହୋଇନି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭୁଲ୍‌ ଶିକ୍ଷା ନୀତି ଯୋଗୁଁ ଏପରି ହୋଇଛି ବୋଲି ଆଜି ଭୁବନେଶ୍ୱରରେ ସ୍କିଲ୍ ଇଣ୍ଡିଆ ଡେଭଲପ୍‌ମେଣ୍ଟକୁ ନେଇ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ଭାରତ ସରକାରଙ୍କ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଏହି ବିବାଦୀୟ ମନ୍ତବ୍ୟର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି,“ନେହରୁଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଯେଉଁ ଟପ୍ପଣୀ ଦେଇଛନ୍ତି ତାହା ଉପରେ ପ୍ରତିକ୍ରିୟା ଦେବା ଉଚିତ ନୁହେଁ। ଏଥିରୁ ନିଶ୍ଚିତ ପ୍ରମାଣିତ ହେଉଛି ବିଜେପି ନୀଚ ରାଜନୀତି କରୁଛି।”

Previous ArticleNext Article

Send this to a friend