ନବନିର୍ମାଣ କୃଷକ ସଙ୍ଗଠନ ସଦସ୍ୟଙ୍କୁ ଅଟକାଇଲା ପୋଲିସ୍‌

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ହେବାକୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ସମାବେଶରେ ଯୋଗଦେବାକୁ ଆସୁଥିବା କୃଷକ ସଙ୍ଗଠନର ସଦସ୍ୟମାନଙ୍କୁ ଆଜି ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଛି। ବଡ଼ବିଲ-ପୁରୀ ଏକ୍ସପ୍ରେସରେ ଆସୁଥିବା ସଦସ୍ୟମାନଙ୍କୁ କଟକ ରେଳ ଷ୍ଟେସନ୍‌ରେ କମିଶନରେଟ୍‌ ପୋଲିସ୍‌ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ସଙ୍ଗଠନର କର୍ମକର୍ତ୍ତାମାନେ ରେଳ ରୋକ କରିଥିଲେ। ସେହିପରି ଭୁବନେଶ୍ୱର କିଛି ସଦସ୍ୟଙ୍କୁ ଅଟକ ରଖାଯାଇଥିବା ବେଳେ କେନ୍ଦୁଝରରେ ୧୫ ଓ ଯାଜପୁରରେ ୧୮ ଜଣ କୃଷକଙ୍କୁ ଅଟକ ରଖାଯାଇଛି। […]

krusak-sangathana

krusak-sangathana

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 10:42 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ହେବାକୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ସମାବେଶରେ ଯୋଗଦେବାକୁ ଆସୁଥିବା କୃଷକ ସଙ୍ଗଠନର ସଦସ୍ୟମାନଙ୍କୁ ଆଜି ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଛି। ବଡ଼ବିଲ-ପୁରୀ ଏକ୍ସପ୍ରେସରେ ଆସୁଥିବା ସଦସ୍ୟମାନଙ୍କୁ କଟକ ରେଳ ଷ୍ଟେସନ୍‌ରେ କମିଶନରେଟ୍‌ ପୋଲିସ୍‌ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ସଙ୍ଗଠନର କର୍ମକର୍ତ୍ତାମାନେ ରେଳ ରୋକ କରିଥିଲେ। ସେହିପରି ଭୁବନେଶ୍ୱର କିଛି ସଦସ୍ୟଙ୍କୁ ଅଟକ ରଖାଯାଇଥିବା ବେଳେ କେନ୍ଦୁଝରରେ ୧୫ ଓ ଯାଜପୁରରେ ୧୮ ଜଣ କୃଷକଙ୍କୁ ଅଟକ ରଖାଯାଇଛି।

ଚାଷୀ ସମାବେଶକୁ ଆଖିରେ ରଖି ଭୁବନେଶ୍ୱରରେ ପ୍ରାୟ ୫୦ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ୍‌ କମିଶନର  ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

ସେ କହିଛନ୍ତି,“ଆସନ୍ତାକାଲି ନବ ନିର୍ମାଣ କୃଷକ ସଙ୍ଗଠନର ସମାବେଶ ପାଇଁ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ କିମ୍ବା ସହରରେ ଭିତରକୁ ପ୍ରବେଶ କଲେ  କଡ଼ା ପଦକ୍ଷେପ ନିଆଯିବ।”

ସେ ଆହୁରି କହିଛନ୍ତି,’“ସମାବେଶ ପାଇଁ ଆସୁଥିବା ଚାଷୀଙ୍କ ଉପରେ ମଧ୍ୟ ନଜର ରଖାଯିବ।”

ବେଆଇନ୍‌ ଗିରଫ ପ୍ରତିବାଦରେ ଦୁଇ କୃଷକ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ ଆଜି ଝାରପଡ଼ା ଜେଲରେ ଅନଶନ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos