ଗୁହାଳରେ ଚିତା; ଉଦ୍ଧାର କରିବାକୁ ଯାଇ ବନ କର୍ମଚାରୀ ଆହତ

chita-attack-forest-

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁରୁଲି ଗାଁରେ ଜଣଙ୍କ ଗୁହାଳରେ ଆଜି ଗୋଟିଏ ଚିତା ବାଘ ଲୁଚି ରହିଛି। ଏ ସମ୍ପର୍କରେ ଘର ମାଲିକ ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଚିତା ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଚିତା ଲୋକଙ୍କ ହୋହଲ୍ଲା ଶବ୍ଦ ଶୁଣି ଭୟଭୀତ ହୋଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚିତାକୁ କାବୁ କରାଯାଇ ନାହିଁ।

Previous ArticleNext Article