ଚିଲିକାରେ ଡଙ୍ଗା ବୁଡ଼ି ୨ ଶିଶୁ ସମେତ ୪ ମୃତ  

ବ୍ରହ୍ମପୁର: ଚିଲିକାରେ ଆଜି ଏକ ଡଙ୍ଗା ବୁଡ଼ି ଦୁଇ ଜଣ ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ମୃତକ ହେଲେ ଜିତୁ ପ୍ରଧାନ(୩୦), ସାହିଲ ପ୍ରଧାନ(୩), ସପ୍ନା ସ୍ୱାଇଁ(ଦେଢ଼ ବର୍ଷ) ଓ ଶିବ ପୁରୋହିତ। ଗୁରୁତର ୫ଜଣଙ୍କୁ ବହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ସାବୁଳିଆରୁ ଘଣ୍ଟଶିଳା ଯାଉଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ  ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଏକ ମାଛ ଧରା ଡଙ୍ଗା […]

boat

boat

Rakesh Mallick
  • Published: Saturday, 10 December 2016
  • Updated: 11 December 2016, 02:07 PM IST

Sports

Latest News

ବ୍ରହ୍ମପୁର: ଚିଲିକାରେ ଆଜି ଏକ ଡଙ୍ଗା ବୁଡ଼ି ଦୁଇ ଜଣ ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ମୃତକ ହେଲେ ଜିତୁ ପ୍ରଧାନ(୩୦), ସାହିଲ ପ୍ରଧାନ(୩), ସପ୍ନା ସ୍ୱାଇଁ(ଦେଢ଼ ବର୍ଷ) ଓ ଶିବ ପୁରୋହିତ। ଗୁରୁତର ୫ଜଣଙ୍କୁ ବହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗଞ୍ଜାମ ଜିଲ୍ଲା ସାବୁଳିଆରୁ ଘଣ୍ଟଶିଳା ଯାଉଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ  ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଏକ ମାଛ ଧରା ଡଙ୍ଗା ବୋଲି ଜଣାପଡ଼ିଛି। ଏ ନେଇ ଡଙ୍ଗା ମାଲିକ ଦୂତିଆ ମଲ୍ଲିକ ଓ ଚାଳକ ହାତିଆ ମଲ୍ଲିକଙ୍କ ବିରୋଧରେ ରମ୍ଭା ଥାନାରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୨୮୦ ଓ ୩୦୪ରେ ମାମଲା ରୁଜୁ କରି ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଗଞ୍ଜାମ ଏଏସପି ଗୁପ୍ତ ମହାକୁଡ଼ କହିଛନ୍ତି,“ଡଙ୍ଗାରେ ମୋଟ ୨୯ଜଣ ଥିଲେ। ସେମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ, ମହିଳା ଓ ୫ ଜଣ ଶିଶୁ ଥିଲେ।”

ମହାକୁଡ଼ କହିଛନ୍ତି,“ଶାବଳିଆରୁ ଗୋଟିଏ ପରିବାର ସଦସ୍ୟ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଧରି ଏକ ଡଙ୍ଗା ଘଣ୍ଟଶିଳା ଯାଉଥିବା ବେଳେ ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଏହି ପରିବାର ଗତକାଲି ଏକ ବାହାଘରକୁ ଆସିଥିବା ବେଳେ ଆଜି ପିକ୍‌ନିକ୍ କରିବାକୁ ଯାଉଥିଲେ। କୂଳରୁ ଦେଢ଼ କିଲୋମିଟର ଯିବା ପରେ ଡଙ୍ଗାଟି ବୁଡ଼ି ଯାଇଥିଲା।”

୧୦ରୁ ୧୨ ଜଣ ବସିବା ଭଳି ଡଙ୍ଗାରେ ୨୯ ଜଣ ଯାତ୍ରା କରୁଥିବାରୁ ଡଙ୍ଗାଟି ବୁଡ଼ି ଗଲା ବୋଲି କୁହାଯାଉଛି।

ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି,“ଚିଲିକା ଡଙ୍ଗା ବୁଡ଼ିରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।”

ଆହତ ନାଉରିଆ ବିଦେଶ ମଲ୍ଲିକ କହିଛନ୍ତି,“ଡଙ୍ଗାରେ ୩୫ ଜଣଙ୍କ ବସିବା କଥା। କିନ୍ତୁ ଡଙ୍ଗାରେ ୨୯ ଜଣ ବସିଥିଲେ। ତେବେ ପବନ ଦେଉଥିବାରୁ ଲହଡିରେ ଡଙ୍ଗାରେ ପାଣି ପଶିଯାଇଥିଲା।” ’

ଏହି ଘଟଣାରେ ରାଜ୍ୟପାଳ ଏସ.ସି ଜମିର ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ  ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos