ଚିଲିକା ଡଙ୍ଗାବୁଡ଼ି ଘଟଣାର ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଗଞ୍ଜାମ/ଖୋର୍ଦ୍ଧା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ରିପୋର୍ଟ ମାଗିଛନ୍ତି। ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ଆରଡିସି, ଦକ୍ଷିଣାଞ୍ଚଳ ଆଇଜି, ଚିଲିକା ଡେଭଲପ୍‌ମେଣ୍ଟ ଅଥରିଟି, ପର୍ଯ୍ୟଟନ ଓ ପରିବହନଙ୍କୁ କମିଶନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ ଅଟକ ଥିବା ଡଙ୍ଗା ଚାଳକ ବିଦେଶୀ ମଲ୍ଲିକଙ୍କୁ ଆଜି ଖଲ୍ଲିକୋର୍ଟ ଜେଏମ୍‌ଏଫ୍‌ସି ଜାମିନ୍‌ ପ୍ରଦାନ କରିଥିବାବେଳେ ଅନ୍ୟ ଡଙ୍ଗା ଚାଳକ ନାବାଳକ ହୋଇଥିବାରୁ ତାକୁ ବ୍ରହ୍ମପୁର ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ […]

chilika1

chilika1

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 07:49 PM IST

ଗଞ୍ଜାମ/ଖୋର୍ଦ୍ଧା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ରିପୋର୍ଟ ମାଗିଛନ୍ତି। ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ଆରଡିସି, ଦକ୍ଷିଣାଞ୍ଚଳ ଆଇଜି, ଚିଲିକା ଡେଭଲପ୍‌ମେଣ୍ଟ ଅଥରିଟି, ପର୍ଯ୍ୟଟନ ଓ ପରିବହନଙ୍କୁ କମିଶନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ ଅଟକ ଥିବା ଡଙ୍ଗା ଚାଳକ ବିଦେଶୀ ମଲ୍ଲିକଙ୍କୁ ଆଜି ଖଲ୍ଲିକୋର୍ଟ ଜେଏମ୍‌ଏଫ୍‌ସି ଜାମିନ୍‌ ପ୍ରଦାନ କରିଥିବାବେଳେ ଅନ୍ୟ ଡଙ୍ଗା ଚାଳକ ନାବାଳକ ହୋଇଥିବାରୁ ତାକୁ ବ୍ରହ୍ମପୁର ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପି ବରକୂଳଠାରେ ଯାତ୍ରୀବାହୀ ଡଙ୍ଗା ଗୁଡ଼ିକୁ ଯାଞ୍ଚ କରିଥିଲେ। ଡଙ୍ଗାର କାଗଜପତ୍ର, ଲାଇଫ ଜ୍ୟାକେଟ୍‌ ଓ ଟ୍ୟୁବ୍‌ ଅଛି କି ନାହିଁ ଯାଞ୍ଚ କରିଥିଲେ।  ରେଜିଷ୍ଟ୍ରେସନ୍‌ ଓ ଲାଇସେନ୍ସ ବ୍ୟତୀତ ଆନୁଷଙ୍ଗିକ ବ୍ୟବସ୍ଥା ଦୁଇ ଦିନ ମଧ୍ୟରେ ଠିକ୍‌ କରିବାକୁ ବୋଟ୍‌ ଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୧୦ ତାରିଖରେ ଶାବୁଳିଆରୁ ଗୋଟିଏ ପରିବାର ସଦସ୍ୟ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଧରି ଘଣ୍ଟଶିଳା ପିକ୍‌ନିକ୍‌ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ  ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ୨ଶିଶୁଙ୍କ ସହ ୪ ଜଣର ମୃତ୍ୟୁ ହୋଇଥିଲା। ଏହି ଘଟଣା ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos