ଆସନ୍ତାକାଲି ଆସି ପାରେ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ

chit-fund

ଭୁବନେଶ୍ୱର: ଚିଟଫଣ୍ଡ କେଳେଙ୍କାରୀ ଘଟଣାରେ ଆସନ୍ତାକାଲି ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇପାରେ। ଚିଟଫଣ୍ଡ କମିଶନ ଜଷ୍ଟିସ ଏମ୍‌.ଏମ୍‌. ଦାସଙ୍କ ସଚିବ ଗୃହ ସଚିବଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀ କିଭଳି ଟଙ୍କା ଫେରି ପାଇବେ ସେ ନେଇ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଥିବା ସୂଚନା ମିଳିଛି।

କମିଶନଙ୍କ ନିକଟରେ ଦାଖଲ ହୋଇଥିବା ମୋଟ ୮ ଲକ୍ଷରୁ ଅଧିକ ସତ୍ୟପାଠ ମଧ୍ୟରୁ ୨୬,୯୭୬ଟି ସତ୍ୟପାଠ ଆଧାରରେ କମିଶନ ଏହି ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

Previous ArticleNext Article

Send this to a friend