ଘର ସଜାଡିବାକୁ କଂଗ୍ରେସର କସରତ: ନିରଞ୍ଜନଙ୍କୁ ପିସିସି ଚୌକି ଦେବାକୁ ବିଧାୟକଙ୍କ ଲବି

ଭୁବନେଶ୍ୱର: କଂଗ୍ରେସକୁ ଏବେ ଘର ସଜାଡିବା ଚିନ୍ତା। ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପାଖରେ ହାଜର ହୋଇ ନିଜ ମତ ରଖିଛନ୍ତି। ନିରଞ୍ଜନ ପଟ୍ଟାନୟକଙ୍କୁ ପିସିସି ଚୌକି ଦେବାକୁ ବିଧାୟକମାନେ ଲବି କରିଛନ୍ତି। ସମସ୍ତ ବିଧାୟକ ଆଜି ଏକଜୁଟ୍ ହୋଇ ପର୍ଯ୍ୟବେକ୍ଷକଙ୍କୁ ଭେଟି ଏହି ଦାବି କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଂଜନ ପଟ୍ଟନାୟକଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ଶରତ ପଟ୍ଟନାୟକ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ।  ନେତୃତ୍ୱ […]

Congress

Congress

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 09:58 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସକୁ ଏବେ ଘର ସଜାଡିବା ଚିନ୍ତା। ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପାଖରେ ହାଜର ହୋଇ ନିଜ ମତ ରଖିଛନ୍ତି। ନିରଞ୍ଜନ ପଟ୍ଟାନୟକଙ୍କୁ ପିସିସି ଚୌକି ଦେବାକୁ ବିଧାୟକମାନେ ଲବି କରିଛନ୍ତି। ସମସ୍ତ ବିଧାୟକ ଆଜି ଏକଜୁଟ୍ ହୋଇ ପର୍ଯ୍ୟବେକ୍ଷକଙ୍କୁ ଭେଟି ଏହି ଦାବି କରିଛନ୍ତି।

ଆଜି ଦ୍ୱିତୀୟ ଦିନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଂଜନ ପଟ୍ଟନାୟକଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ଶରତ ପଟ୍ଟନାୟକ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ।  ନେତୃତ୍ୱ ପରିବର୍ତ୍ତନ କରି ଦଳକୁ ନୂଆ ବଳ ଦେବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ କିଛି ନେତା। ପୁରା ରାଜ୍ୟକୁ ୧୦ଟି ସେଗମେଣ୍ଟରେ ଭାଗ କରି ସରକାରଙ୍କ ସହ ପ୍ରସଙ୍ଗ ଭିତ୍ତିକ ଲଢେଇ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ମଧ୍ୟ ତିନୋଟି ପ୍ରସ୍ତାବ ଦେଇଥିଲେ।

ଅନ୍ୟପକ୍ଷରେ ଅପରାହ୍ନରେ ବିଧାୟକମାନେ ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ମେଳି କରିଥିଲେ। ଏହାପରେ ସବୁ ବିଧାୟକ ଓ ସାଂସଦ ରଞ୍ଜୀବ ବିଶ୍ୱାଳ ଏକାଠି ଯାଇ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି- “ନିଷ୍ପତ୍ତି ମୁତାବକ ବିଧାୟକମାନେ ନିରଞ୍ଜନଙ୍କ ସପକ୍ଷରେ ଲବି କରିଛନ୍ତି।”

ଅସୁସ୍ଥତା କାରଣରୁ ବିଧାୟକ ସୁବଳ ସାହୁ ଉପସ୍ଥିତ ନଥିଲେ। ତାଙ୍କ ବ୍ୟତୀତ ସବୁ ବିଧାୟକ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ।

ଏଆଇସିସି ପର୍ଯ୍ୟବେକ୍ଷକଙ୍କ ସହ କଂଗ୍ରେସ ନେତାଙ୍କ ବୈଠକ ସରିବା ପରେ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- “ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ୍ ନେଇ ଆଲୋଚନା ହେଲା। ପିସିସି ମଙ୍ଗୁଆଳ ପରିବର୍ତ୍ତନ ନେଇ ବିଧାୟକମାନେ ଯାହା ମତ ଦେଇଛନ୍ତି, ରାହୁଲଙ୍କୁ କୁହାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos