ଦୁଇ ଘଣ୍ଟା ପାଇଁ ଚକାବନ୍ଦ କଲା କଂଗ୍ରେସ

ଭୁବନେଶ୍ୱର: ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଥିବା ୫୫ ଡାକ୍ତର ପଦବୀ ପୂରଣ ଆଦି ଦାବିରେ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା। କୋରାପୁଟ ଜିଲ୍ଲା ସଦର ମହକୁମାର ଟ୍ରାଫିକ ଛକ ନିକଟରେ କଂଗ୍ରେସ ପକ୍ଷରୁ ଦୁଇ ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା। ଫଳରେ ଏହି ସମୟରେ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ […]

nabarangpur

nabarangpur

Rakesh Mallick
  • Published: Monday, 26 December 2016
  • Updated: 26 December 2016, 03:19 PM IST

Sports

Latest News

ଭୁବନେଶ୍ୱର: ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଥିବା ୫୫ ଡାକ୍ତର ପଦବୀ ପୂରଣ ଆଦି ଦାବିରେ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା।

କୋରାପୁଟ ଜିଲ୍ଲା ସଦର ମହକୁମାର ଟ୍ରାଫିକ ଛକ ନିକଟରେ କଂଗ୍ରେସ ପକ୍ଷରୁ ଦୁଇ ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା। ଫଳରେ ଏହି ସମୟରେ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲସିକା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ନବରଙ୍ଗପୁରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ କଂଗ୍ରେସ ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ କରାଯାଇଥିଲା।

ରାଜ୍ୟପାଳଙ୍କୁ ଭେଟିବା ପରେ ଅନଶନ ଭାଙ୍ଗିଲେ

ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଥିବା ୫୫ ଡାକ୍ତର ପଦବୀ ପୂରଣ ଆଦି ଦାବିରେ ଗତ ୨୧ ତାରିଖଠାରୁ କଂଗ୍ରେସର ରାଜ୍ୟ ଉପ ସଭାପତି ପ୍ରଦୀପ ମାଝିଙ୍କ ନେତୃତ୍ୱରେ କିଛି କର୍ମକର୍ତ୍ତା ଭୁବନେଶ୍ୱର ସ୍ଥିତ ରାଜଭବନ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ପରେ ସେମାନେ ଅନଶନ ଭାଙ୍ଗି ଦେଇଛନ୍ତି।

ସୂଚନାଯୋଗ୍ୟ, ଜେଇରେ ମୃତ ଶିଶୁଙ୍କ ପିଛା ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତ ବେଳେ ଘୋଷଣା କରିଥିଲେ। କ୍ଷତିପୂରଣ ପରିମାଣକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅସନ୍ତୋଷ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos