‘ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ଘଟଣା ମଧ୍ୟରେ ସଂପର୍କ ଅଛି’

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଘଟଣା ଓ ଭାଇରାଲ୍ ସେକ୍ସ ଭିଡିଓ ନେଇ ଆଜି ହୋଇଛି ଏକ ବଡ଼ ଖୁଲାସା। ଭାଇରାଲ୍ ହୋଇଥିବା ସେକ୍ସ ଭିଡିଓ ସହିତ ରିଷି ମୃତ୍ୟୁ ଘଟଣାର ସଂପର୍କ ଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରିଷିଙ୍କ ଦୁଇ ଜଣ ସାଙ୍ଗ। ଏହି ଭିଡିଓ ରିଷିଙ୍କ ଗାର୍ଲଫ୍ରେଣ୍ଡଙ୍କ ମାଧ୍ୟମରେ ସୁଟ୍ ହୋଇଥିବା ସେମାନେ କହିଛନ୍ତି। ଖାଲି ସେତିକି ନୁହେଁ, ପୋଲିସ୍ ସୁରକ୍ଷା ମିଳିଲେ ସେମାନେ ରିଷି ମୃତ୍ୟୁ ଘଟଣା ଓ ଭାଇରାଲ୍ […]

risi

risi

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 07:48 PM IST

[caption id="attachment_115350" align="alignleft" width="300"]risi ରିଷି[/caption]

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଘଟଣା ଓ ଭାଇରାଲ୍ ସେକ୍ସ ଭିଡିଓ ନେଇ ଆଜି ହୋଇଛି ଏକ ବଡ଼ ଖୁଲାସା। ଭାଇରାଲ୍ ହୋଇଥିବା ସେକ୍ସ ଭିଡିଓ ସହିତ ରିଷି ମୃତ୍ୟୁ ଘଟଣାର ସଂପର୍କ ଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରିଷିଙ୍କ ଦୁଇ ଜଣ ସାଙ୍ଗ। ଏହି ଭିଡିଓ ରିଷିଙ୍କ ଗାର୍ଲଫ୍ରେଣ୍ଡଙ୍କ ମାଧ୍ୟମରେ ସୁଟ୍ ହୋଇଥିବା ସେମାନେ କହିଛନ୍ତି। ଖାଲି ସେତିକି ନୁହେଁ, ପୋଲିସ୍ ସୁରକ୍ଷା ମିଳିଲେ ସେମାନେ ରିଷି ମୃତ୍ୟୁ ଘଟଣା ଓ ଭାଇରାଲ୍ ସେକ୍ସ ଭିଡିଓର ପୂରା ଲିଙ୍କର ଖୁଲାସା କରିବେ ବୋଲି କହିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ପରିଚୟ ଗୋପନ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି,“ଆମେ ସିଡି ଆଣିବା ପାଇଁ ଯାଇଥିଲୁ। ମୁଁ ରିଷି ସହିତ ଥିଲି। ରିଷିର ଗାର୍ଲଫ୍ରେଣ୍ଡର ଘର ପାଖକୁ ଆମେ ଯାଇଥିଲୁ। ରିଷିର ଗାର୍ଲଫ୍ରେଣ୍ଡ୍‌ ତାକୁ ଆଣି ଏକ ମୋବାଇଲ୍ ଫୋନ୍ ଦେଲା। ରିଷି ମୋତେ କହିଥିଲା ସେଥିରେ କିଛି ଗୁପ୍ତ ଜିନିଷ ଅଛି। କିଛି ବିଶିଷ୍ଟ ଲୋକଙ୍କ ଜିନିଷ ଅଛି। ଏଥିଯୋଗୁଁ ତା’ଜୀବନ ପ୍ରତି ବିପଦ ରହିଛି ବୋଲି ସେ ମୋତେ କହିଥିଲା।”

ସେ କହିଛନ୍ତି,“ରିଷିର ମୃତ୍ୟୁ ଘଟଣାରେ କିଛି ବଡ଼ ବଡ଼ିଆଙ୍କ ଭୂମିକା ରହିଛି। ଯେଉଁ ସିଡି ଏବେ ଭାଇରାଲ୍‌ ହୋଇଛି ସେହି ସିଡିର ମୂଳକୁ ଗଲେ ରିଷିର ମୃତ୍ୟୁ ଘଟଣା ସହ ଏହାର ସଂପର୍କ କଥାର ପର୍ଦ୍ଦାଫାସ୍ ହୋଇପାରିବ। ପୋଲିସ୍ ସବୁ ଜାଣିଛି। କିନ୍ତୁ ଏଥିରେ କିଛି ହାଇପ୍ରୋଫାଇଲ୍ ବ୍ୟକ୍ତଙ୍କ ସଂପୃକ୍ତି ଥିବାରୁ ପୋଲିସ୍ ଚୁପ୍ ରହିଛି।”

ସେ କହିଛନ୍ତି,“ରିଷି ତା’ ଗାର୍ଲଫ୍ରେଣ୍ଡଠାରୁ ଉକ୍ତ ମୋବାଇଲ୍ ଆଣିଲା ପରେ କ’ଣ କଲା ମୁଁ ଜାଣିନି। କିନ୍ତୁ ସେ ଆମକୁ ଏକ ସିଡି ଦେଖାଇଥିଲା। ସେ ସିଡିର କିଛି ଅଶ୍ଳୀଳ ଜିନିଷ ଥିଲା। ଏବେ ଯେଉଁ ସିଡି ଭାଇରାଲ୍ ହୋଇଛି ତାହା ରିଷି ଦେଖାଇଥିବା ସିଡିର ଭିଡିଓ ସହିତ ମିଶି ଯାଉଛି। ତା’ ଜୀବନ ପ୍ରତି ବିପଦ ଅଛି ବୋଲି ରିଷି ମୋତେ ଦୁଇ ଥର କହିଥିଲା। ତା’ର କିଛି ହୋଇଗଲେ ଏ ଗୁମର ଖୋଲିବା ପାଇଁ ସେ ମୋତେ କହିଥିଲା। ପୋଲିସ୍ ସୁରକ୍ଷା ମିଳିଲେ ମୁଁ ଯାହା ଜାଣିଛି ସବୁ କହିବି।”

ରିଷିଙ୍କ ଏହି ସାଙ୍ଗ ଜଣଙ୍କ ଆହୁରି କହିଛନ୍ତି,“ରିଷି ନିଶା ସେବନ କରୁ ନ ଥିଲା। ତେଣୁ ନିଶା ଯୋଗୁଁ ତା’ର ମୃତ୍ୟୁ ଘଟଣାକୁ ଆମେ ଗ୍ରହଣ କରିପାରୁ ନାହୁଁ।”

ରିଷିଙ୍କର ଅନ୍ୟ ଜଣେ ସାଙ୍ଗ କହିଛନ୍ତି,“ପୋଲିସ୍ ତ ଆମକୁ ଆଦୌ ସହଯୋଗ କରୁନି। ପୋଲିସ୍ ସହଯୋଗ କଲେ ଆହୁରି ଅନେକ ପିଲା ଅଛନ୍ତି ଯେଉଁମାନେ ଏ ବିଷୟରେ ମୁହଁ ଖୋଲିବେ।”

ସୂଚନାଯୋଗ୍ୟ, ଭାଇରାଲ୍ ହୋଇଥିବା ବିବାଦୀୟ ସେକ୍ସ ଭିଡିରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେୟରଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟେ ବିଜେପି ଓ କଂଗ୍ରେସ। ଏ ସିଡିର ରିଷି ମୃତ୍ୟୁ ସହିତ ବି ସଂପର୍କ ଥିବା ସେମାନେ ଅଭିଯୋଗ କରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story