ଧନତେରାସରେ କେଉଁ ରାଶିର ବ୍ୟକ୍ତି କ’ଣ କିଣିଲେ ଭଲ

ଆଜି ଧନତେରାସ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦର୍ଶୀ ଦିନ ଏହା ପଡ଼ିଥାଏ। ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଓ ଅନ୍ୟାନ୍ୟ ଜିନିଷ କିଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଧନତୋରସ ଦିନ ଧନର ଦେବତା କୁବେର ଓ ଭଗବାନ ଧନବତରୀଙ୍କ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତୋରସ ଦିନ ରାଶି ଅନୁସାରେ ଜିନିଷ କିଣିଲେ ବର୍ଷସାରା ଟଙ୍କା ପଇସାର ଅଭାବ ରୁହେ ନାହିଁ। ମେଷ: […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 10:17 AM IST

ଆଜି ଧନତେରାସ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦର୍ଶୀ ଦିନ ଏହା ପଡ଼ିଥାଏ। ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଓ ଅନ୍ୟାନ୍ୟ ଜିନିଷ କିଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଧନତୋରସ ଦିନ ଧନର ଦେବତା କୁବେର ଓ ଭଗବାନ ଧନବତରୀଙ୍କ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତୋରସ ଦିନ ରାଶି ଅନୁସାରେ ଜିନିଷ କିଣିଲେ ବର୍ଷସାରା ଟଙ୍କା ପଇସାର ଅଭାବ ରୁହେ ନାହିଁ।

ମେଷ: ଏହି ରାଶିର ବ୍ୟକ୍ତି କୋରାଲ, ତମ୍ଭା ପାତ୍ର, ଲାଲ ବସ୍ତ୍ର, ରୁପା ବାସନ, ଗହଣା, ହୀରା ଓ ବସ୍ତ୍ର କିଣିବା ଉଚିତ୍। ଏହା ଧନ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ ରହିଛି।

ବୃଷ: ଏହି ରାଶିର ଲୋକମାନେ ଧଳା ବସ୍ତ୍ର, ରୁପା ଓ  ପିତ୍ତଳ, କଂସା ବାସନ, ହୀରା ଓ କମ୍ପ୍ୟୁଟର କିଣିବା ଉଚିତ।

ମିଥୁନ: ଏହି ରାଶିର ବ୍ୟକ୍ତି ଷ୍ଟିଲ୍‌, ସବୁଜ ରଙ୍ଗର କପଡ଼ା ଓ ଫଳ କିଣଲେ ଲାଭ ହେବ ବୋଲି ବିଶ୍ୱାସ ରହିଛି।

କର୍କଟ: ଏହି ରାଶିର ବ୍ୟକ୍ତି ଧଳା ବସ୍ତ୍ର, ରୁପା ଓ ଇଲେକ୍ଟ୍ରୋନିକ୍‌ ଜିନିଷ କିଣିବା ଉଚିଚ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ସିଂହ: ଏହି ରାଶିର ବ୍ୟକ୍ତି ସୁନା, ଗୋଲାପି ରଙ୍ଗର ବସ୍ତ୍ର, କଂସା, ମାଣିକ୍ୟ ଓ ରତ୍ନ କିଣିବା ଉଚିତ।

କନ୍ୟା: ଏହି ରାଶିର ଲୋକେ ତମ୍ବା, ସବୁଜ ରଙ୍ଗର କପଡ଼ା, ପନ୍ନା ରତ୍ନ ଓ ଫଳ କିଣିବା ଉଚିତ୍‌। ଏହା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି

ବୋଲି ଶାସ୍ତ୍ରବିତ୍‌ମାନେ କହିଛନ୍ତି।

ତୁଳା: ଏହି ରାଶିର ବ୍ୟକ୍ତି ଧଳା କପଡ଼ା, ସୁନା ଓ ଚାନ୍ଦି କିଣିବା ଉଚିତ। ଏହାଦ୍ୱାରା ଘରେ ଧନ ସମ୍ପତ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।

ବିଚ୍ଛା: ଏହି ରାଶିର ବ୍ୟକ୍ତି ଧନତୋରସରେ ଲାଲ ବସ୍ତ୍ର, ତମ୍ବା ପାତ୍ର ଓ କୋରାଲ ରତ୍ନ କିଣିଲେ ଶୁଭ ହୋଇଥାଏ।

ଧନୁ: ଏହି ରାଶିର ବ୍ୟକ୍ତି ସୁନା, ହଳଦିଆ ବସ୍ତ୍ର, ଅଷ୍ଟଧାତୁର ଦ୍ରବ୍ୟ, ପୋଖରାଜ ରତ୍ନ ଓ ହଳଦିଆ ରଙ୍ଗର ଫଳ କିଣିଲେ ଶୁଭ ହୋଇଥାଏ।

ମକର ଓ କୁମ୍ଭ: ଏହି ଦୁଇଟି ରାଶିର ବ୍ୟକ୍ତି ଅଷ୍ଟଧାତୁର ଦ୍ରବ୍ୟ, ଷ୍ଟିଲ୍‌, ଧଳା ବସ୍ତ୍ର ଓ ଲେମ୍ବୁ କିଣିଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ମୀନ- ଏହି ରାଶିର ବ୍ୟକ୍ତି ସୁନା, ଅଷ୍ଟଧାତୁର ଦ୍ରବ୍ୟ, ହଳଦିଆ କପଡ଼ା, ପୋଖରାଜ ରତ୍ନ ଓ ହଳଦିଆ ରଙ୍ଗର ଫଳ କିଣିଲେ ଶୁଭ ହୋଇଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos