ମିଠା ଖାଇବା ଦ୍ୱାରା ହୋଇନଥାଏ ଡାଇବେଟିସ୍: ଏହା ହେଉଛି ପ୍ରକୃତ କାରଣ

ଅନେକ ସମୟରେ ଆପଣ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ‘ଏତେ ମିଠା ଖାଅ ନାହିଁ, ଡାଇବେଟିସ୍ ହୋଇଯିବ। କିନ୍ତୁ ସତରେ କ’ଣ ମିଠା ଖାଇଲେ ଡାଇବେଟିସ୍‌ ହୁଏ? ଯେଉଁମାନଙ୍କୁ ଡାଇବେଟିସ ସମସ୍ୟା ଥାଏ ଡାକ୍ତର ସେମାନଙ୍କୁ ମିଠା ଖାଇବାକୁ ମନା କରନ୍ତି। ହେଲେ ଯେଉଁ ବ୍ୟକ୍ତିର ଏହି ସମସ୍ୟା ନାହିଁ ସେ ବି କ’ଣ ମିଠାଠୁ ଦୂରେଇ ରହିବା ଉଚିତ? ଡାଇବେଟିସ୍ କେତେ ପ୍ରକାରର? ଡାଇବେଟିସ୍ ହେଉଛି ୨ ପ୍ରକାରର। ଟାଇପ-A ଓ ଟାଇପ-B। ଯେତେବେଳେ ଶରୀରର […]

indian-sweet-371357_1920

indian-sweet-371357_1920

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 10:08 AM IST

Sports

Latest News

ନେକ ସମୟରେ ଆପଣ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ‘ଏତେ ମିଠା ଖାଅ ନାହିଁ, ଡାଇବେଟିସ୍ ହୋଇଯିବ। କିନ୍ତୁ ସତରେ କ’ଣ ମିଠା ଖାଇଲେ ଡାଇବେଟିସ୍‌ ହୁଏ? ଯେଉଁମାନଙ୍କୁ ଡାଇବେଟିସ ସମସ୍ୟା ଥାଏ ଡାକ୍ତର ସେମାନଙ୍କୁ ମିଠା ଖାଇବାକୁ ମନା କରନ୍ତି। ହେଲେ ଯେଉଁ ବ୍ୟକ୍ତିର ଏହି ସମସ୍ୟା ନାହିଁ ସେ ବି କ’ଣ ମିଠାଠୁ ଦୂରେଇ ରହିବା ଉଚିତ?

ଡାଇବେଟିସ୍ କେତେ ପ୍ରକାରର?

ଡାଇବେଟିସ୍ ହେଉଛି ୨ ପ୍ରକାରର। ଟାଇପ-A ଓ ଟାଇପ-B। ଯେତେବେଳେ ଶରୀରର ପ୍ରତିରୋଧକ ତନ୍ତ୍ର ଇନ୍‌ସୁଲିନ୍ ସୃଷ୍ଟି କରୁଥିବା କୋଷିକାଗୁଡ଼ିକୁ ନଷ୍ଟ କରିଦିଏ, ତାହାକୁ ଟାଇପ-A ଡାଇବେଟିସ୍ କୁହାଯାଏ।

ଆଉ ଯେତେବେଳେ ଶରୀର ଇନ୍‌ସୁଲିନ୍‌ ସୃଷ୍ଟି କରିବାରେ ଅକ୍ଷମ ହୋଇଯାଏ, ତାହାକୁ ଟାଇପ-B ଡାଇବେଇସ୍ କୁହାଯାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁଇଟି ଯାକ ଡାଇବେଟିସ୍‌ର ମିଠାଖାଇବା ସହ କୌଣସି ସମ୍ପର୍କ ନାହିଁ।

mitha

କାହାକୁ ମିଠା ଖାଇବାକୁ ମନା କରାଯାଏ? 

ଟାଇପ-B ଡାଇବେଟିସ୍ ମୋଟାପଣ କାରଣରୁ ହୋଇପାରେ। ଶରୀର ଉପରେ ଧ୍ୟାନ ନଦେଲେ ବା ଜଙ୍କ ଫୁଡ୍ ଖାଇବା ଦ୍ୱାରା ଲୋକେ ମୋଟାପଣର ଶିକାର ହୋଇଥାଆନ୍ତି। ଟାଇପ୍-B ଡାଇବେଟିସର ମିଠା ସହ ପରୋକ୍ଷ ଭାବେ ସମ୍ପର୍କ ରହିଛି। କାରଣ ଅଧିକ ମିଠା ଖାଇଲେ ଓଜନ ବୃଦ୍ଧି ହୋଇଥାଏ ଓ ଲୋକେ ମୋଟାପଣର ଶିକାର ହୋଇଥାଆନ୍ତି। ପରେ ଏହି ମୋଟାପଣରୁ ଡାଇବେଟିସ୍‌ ହୋଇଥାଏ। ତେଣୁ ସମସ୍ତଙ୍କୁ ଅଧିକ ମିଠା ଖାଇବାକୁ ମନା କରାଯାଏ।

ଡାଇବେଟିସ୍‌ ହେଲେ ମିଠା ଖାଇବେ ନା ନାହିଁ?

ଅନେକ ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ, ଡାଇବେଟିସ୍‌ ରୋଗୀ ଆଦୌ ମିଠା ଖାଇବା ଉଚିତ ନୁହେଁ। କିନ୍ତୁ ଏପରି ନୁହେଁ। ଯଦି ଆପଣଙ୍କୁ ଡାଇବେଟିସ୍ ଆରମ୍ଭ ମାତ୍ର ହୋଇଛି, ତା’ହେଲେ ଏକ ସନ୍ତୁଳିତ ଆହାରରେ ମିଠା ରହିବା ଜରୁରୀ। ଏହାଦ୍ୱାରା ସୁଗାର ଜନିତ ରୋଗ ସହିତ ଲଢ଼ିବାକୁ ସାହାଯ୍ୟ ମିଳିଥାଏ। କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ ଜଣେ ସୁସ୍ଥ ଲୋକ ପ୍ରତିଦିନ ୬ ଚାମଚ ଚିନି ଖାଇଲେ ଶରୀରର କୌଣସି କ୍ଷତି ହୋଇ ନଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos