ଜାଣନ୍ତୁ କେଉଁ ତିନୋଟି ଗଛ ଘର ପାଖରେ ରହିଲେ ବିପଦ

tree

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଛର ଉପସ୍ଥିତି ମଣିଷ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଏ। ତେଣୁ ଗଛ ଲଗାଇବାକୁ ସମସ୍ତେ ଚେଷ୍ଟା କରନ୍ତି। କିଛି ଲୋକ ଅଛନ୍ତି ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବାଲକୋନିରେ ଗଛ ଲଗାନ୍ତି। ଆଉ କିଛି ଲୋକ ଘରର ଚାରିପାର୍ଶ୍ୱରେ ଗଛ ଲଗାନ୍ତି। ଗଛ ଲଗାଇବା ପଛରେ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରହିଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଗଛ ଲଗାଇବା ପୂର୍ବରୁ ଟିକେ ସାବଧାନ୍ ରହିଲେ ଭଲ। ଏମିତି କିଛି ଗଛ ରହିଛି ଯାହାକୁ ଘରର ଚାରିପାର୍ଶ୍ୱରେ ଲଗାଇଲେ ବିପଦକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥାଏ। କଇଁଆ ଗଛ, ତାଳ ଏବଂ ବାଉଁଶ ଗଛକୁ ଘରର ଆଖ ପାଖରେ ରଖନ୍ତୁ ନାହିଁ। ଏସବୁ ଗଛକୁ ଯଥା ସମ୍ଭବ କାଟି ଦିଅନ୍ତୁ ଏବଂ ବିପଦ ଶୂନ୍ୟ ରୁହନ୍ତୁ। ତେବେ ଗଛ କାଟିବା ପରି ଏକ ବିବାଦୀୟ ପରାମର୍ଶ ଆମେ ଆପଣଙ୍କୁ ଦେବାକୁ ଚାହୁଁନୁ। ତେଣୁ ଆପଣ ଏହି ୩ଟି ଗଛକୁ କାଟି ସେହି ସ୍ଥାନରେ ଅଲଗା କିଛି ଗଛ ଲଗାଇ ପାରିବେ।

Previous ArticleNext Article

Send this to a friend