ମକର ସଂକ୍ରାନ୍ତିରେ କରନ୍ତୁ ଏ ଚାରୋଟି କାମ: ମିଳିବ ଶୁଭଫଳ

makar

ଆସନ୍ତାକାଲି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ପର୍ବଟି ସୂର୍ଯ୍ୟଙ୍କ ସହ ଜଡ଼ିତ। ଦେଶର ପ୍ରତି କୋଣରେ ଏହାକୁ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଏ। ଏହି ଦିନର ଧାର୍ମିକ ମହତ୍ତ୍ୱ ସହ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ। ଜ୍ୟୋତିଷଶାସ୍ତ୍ରରେ ବି ଏହି ଦିନଟିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ମକର ସଂକ୍ରାନ୍ତିରେ ପାଳନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଉଭୟ ପୁରୁଷ ଓ ମହିଳା ଏହି କାର୍ଯ୍ୟଗୁଡ଼ିକୁ କରିପାରିବେ।

ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ: ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ତେଣୁ ଏହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ଦିନର ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱ ରହିଛି। ଏହି ରାଶି ପରିବର୍ତ୍ତନର ପ୍ରଭାବ ପ୍ରାୟ ସବୁ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ଦିନ ସୂର୍ଯ୍ୟଙ୍କୁ ପାଣି ଚଢ଼ାନ୍ତୁ, ଶୁଭ ଫଳ ମିଳିବ।

କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ: ମକର ସଂକ୍ରାନ୍ତିଠାରୁ ଶୀତର ପ୍ରକୋପ ଧୀରେ ଧୀରେ କମିବା ଆରମ୍ଭ ହୋଇଥାଏ। ଏହି ଦିନ ସୂର୍ଯ୍ୟ କିରଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଶରୀରର ଚମକ ବଢ଼ିବା ସହ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ରାଶି ଓ ଗୁଡ଼ ସେବନ କରନ୍ତୁ: ରାଶି ଓ ଗୁଡ଼ ଖାଇବା ଦ୍ୱାରା ଶରୀର ଗରମ ହୋଇଥାଏ। ତେଣୁ ଶୀତଦିନରେ ଏହାର ସେବନ ଆମ ଶରୀରକୁ ଶୀତ ଯୋଗୁଁ ହେଉଥିବା ରୋଗରୁ ଦୂରେଇ ରଖିଥାଏ। ମକର ସଂକ୍ରାନ୍ତି ଦିନ ଶୀତର ପ୍ରଭାବ ଥାଏ। ତେଣୁ ଏହି ଦିନ ରାଶି ଓ ଗୁଡ଼ ଖାଇବାର ପରମ୍ପରା ରହିଛି।

ରାଶି ଦାନ କରନ୍ତୁ: ଜ୍ୟୋତିଷଙ୍କ ଅନୁଯାୟୀ ଏହି ଦିନ ସମସ୍ତ ରାଶିର ବ୍ୟକ୍ତି ରାଶି ଦାନ କରିବା ଉଚିତ। ସଂକ୍ରାନ୍ତିରେ ରାଶି ଖାଇବା ଓ ଦାନ କରିବା ଶୁଭ ହୋଇଥାଏ। ଏହି ଦିନ ରାଶି ଦାନ କଲେ ଆପଣଙ୍କ ଉପରୁ ଅନେକ ଦୋଷ ହଟି ଯାଇଥାଏ। ବିଶେଷ କରି କାଳସର୍ପ, ରାହୁ କେତୁ ଓ ଶନି ଦଶା ଦୂର ହୋଇଥାଏ।

Previous ArticleNext Article

Send this to a friend