ଗର୍ଭାବସ୍ଥାରେ କେଶର ଖାଉଛନ୍ତି କି? ସାବଧାନ, ପଡିପାରନ୍ତି ଏହି ସମସ୍ୟାରେ

Saffron-during-pregnancy-benefits

କେଶର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ। ଗର୍ଭାବସ୍ଥାରେ ଏହାକୁ  ଖାଇବା ଭଲ ଅଟେ। କିନ୍ତୁ ଆପଣ ଜାଣନ୍ତି କି, ଗର୍ଭାବସ୍ଥାରେ ଅଧିକ ମାତ୍ରାରେ କେଶର ଖାଇବା ଛୁଆର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଗର୍ଭାବସ୍ଥା ସମୟରେ କେଶର ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆସନ୍ତୁ ଜାଣିବା ଗର୍ଭାବସ୍ଥା ସମୟରେ ଅଧିକ କେଶର ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ କ୍ଷତି ପହଞ୍ଚି ଥାଏ।

୧.କେଶର ଖାଇବା ଦ୍ୱାରା ଦେହ ଗରମ ରହିଥାଏ। ଗର୍ଭାବସ୍ଥା ସମୟରେ ୧୦ ଗ୍ରାମରୁ ଅଧିକ କେଶର ଖାଇବା ଦ୍ୱାରା ପେଟରେ ଥିବା ଛୁଆ ପ୍ରତି ବିପଦ ହୋଇପାରେ। ଅଧିକ ମାତ୍ରାରେ କେଶର ଖାଇବା ଦ୍ୱାରା ଗର୍ଭପାତ ହେବାର ମଧ୍ୟ ଆଶଙ୍କା ମଧ୍ୟ ରହିଛି।

୨.ଅଧିକାଂଶ ମହିଳାଙ୍କୁ କେଶର ଖାଇବା ଦ୍ୱାରା ବାନ୍ତି ସମସ୍ୟା ଦେଖାଯାଇଥାଏ। ଏପରି ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩. ଅଧିକ ମାତ୍ରାରେ କେଶର ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲେଇବା ଓ ପାଟି ଶୁଖିବା ପରି ସମସ୍ୟା ଦେଖାଯାଇଥାଏ। ଏପରି ସମସ୍ୟାରୁ ବଞ୍ଚିବା ପାଇଁ ସୀମିତ ମାତ୍ରାରେ କେଶର ଖାଇବା ଉଚିତ ।

 

Previous ArticleNext Article

Send this to a friend