ସାବଧାନ! ଶରୀରର ଏଇ ଅଂଶକୁ ଛୁଇଁଲେ ବେମାର ପଡ଼ିଯିବେ

ଲୋକେ ବସି ବସି କାନ, ନାକ, ଆଖି କିମ୍ବା ଶରୀରର ଅନ୍ୟ କୌଣସି ଅଂଶ ବାରମ୍ବାର ଛୁଇଁଥାନ୍ତି କିମ୍ବା କୁଣ୍ଡାଇଥାନ୍ତି। ଆପଣ ଜାଣିଛନ୍ତି, ଶରୀରର ଏମିତି ଗୁରୁତ୍ୱପୂର୍ଣ୍ଣ ଅଂଶ ଅଛି ଯାହାକୁ କେବେ ବି ଛୁଇଁବା ଉଚିତ ନୁହେଁ। କାରଣ ଶରୀରର ଏହି ଅଂଶକୁ ବାରମ୍ବାର ଛୁଇଁବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ଅଂଶକୁ ବାରମ୍ବାର ଛୁଇଁବା ଦ୍ୱାରା କ’ଣ ହୋଇଥାଏ। ଆଖି ମଳିବା: ପ୍ରାୟ ସବୁ ଲୋକ ବାରମ୍ବାର […]

health

health

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 08:05 AM IST

Sports

Latest News

ଲୋକେ ବସି ବସି କାନ, ନାକ, ଆଖି କିମ୍ବା ଶରୀରର ଅନ୍ୟ କୌଣସି ଅଂଶ ବାରମ୍ବାର ଛୁଇଁଥାନ୍ତି କିମ୍ବା କୁଣ୍ଡାଇଥାନ୍ତି। ଆପଣ ଜାଣିଛନ୍ତି, ଶରୀରର ଏମିତି ଗୁରୁତ୍ୱପୂର୍ଣ୍ଣ ଅଂଶ ଅଛି ଯାହାକୁ କେବେ ବି ଛୁଇଁବା ଉଚିତ ନୁହେଁ। କାରଣ ଶରୀରର ଏହି ଅଂଶକୁ ବାରମ୍ବାର ଛୁଇଁବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ଅଂଶକୁ ବାରମ୍ବାର ଛୁଇଁବା ଦ୍ୱାରା କ’ଣ ହୋଇଥାଏ।

ଆଖି ମଳିବା: ପ୍ରାୟ ସବୁ ଲୋକ ବାରମ୍ବାର ଆଖି ମଳିଥାନ୍ତି। ଅକାରଣରେ ଆଖି ରଗଢ଼ିବା ବହୁତ ଲୋକଙ୍କ ଅଭ୍ୟାସ। ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଂଶ। ଗୁରୁତ୍ୱପୂର୍ଣ୍ଣ କଥା ହେଲ ଏହା ଶୀଘ୍ର ସଂକ୍ରମଣ ହୋଇଥାଏ। ଆଖି ମଳିବା ଦ୍ୱାରା ହାତ ଓ ନଖରେ ଥିବା  କୀଟାଣୁ ଭିତରକୁ ଚାଲିଯାଇଥାଏ। ଫଳରେ ଆଖି ବାରମ୍ବାର ଆଖି କୁଣ୍ଡେଇ ହୋଇ ଧୀରେ ଧୀରେ ସଂକ୍ରମଣ ହୋଇଯାଇଥାଏ।

ମୁହଁକୁ ବାରମ୍ବାର ଛୁଇଁବା: ବାରମ୍ବାର ମୁହଁକୁ ଛୁଇଁକି ଦେଖିବା ପ୍ରାୟ ସବୁ ଲୋକଙ୍କ ଅଭ୍ୟାସ। ଏପରି କରିବା ଦ୍ୱାରା ମୁହଁରେ ବ୍ରଣ ବାହାରିଥାଏ। ବ୍ରଣକୁ ଛୁଇଁବା ଫଳରେ ହାତରେ ଥିବା କୀଟାଣୁ ସଂକ୍ରମଣ ସୃଷ୍ଟି କରିଥାଏ। ଏହାସହ ଚର୍ମ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି, ତୁରନ୍ତ ଛାଡି ଦିଅନ୍ତୁ।

 

 

କାନ ଭିତରେ ଆଙ୍ଗୁଳି ପୂରାନ୍ତୁ ନାହିଁ: ପ୍ରାୟତଃ ଲୋକେ ଆଙ୍ଗୁଳି ପୂରାଇ କାନ ସଫା କରିଥାନ୍ତି। କାନ କୁଣ୍ଡେଇ ହେଲେ କିଛି ଲୋକ ଆଙ୍ଗୁଳିରେ କିମ୍ବା ଅନ୍ୟ କୌଣସି ଜିନିଷ ପୂରେଇ କୁଣ୍ଡାଇଥାନ୍ତି। ଏହା ବହୁତ ବିପଦପୂର୍ଣ୍ଣ। ଏପରି କଲେ କାନ ଭିତରେ ଥିବା ଇୟର କେନାଲ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ନଷ୍ଟ ହୋଇଯାଇପାରେ।

ନାକରେ ଆଙ୍ଗୁଳି ମାରନ୍ତୁ ନାହିଁ: ଆଖି ଓ କାନ ପରି ନାକରେ ମଧ୍ୟ ବହୁ ଲୋକ ଆଙ୍ଗୁଳି ମାରିଥାନ୍ତି। ଏପରି କରିବା ଦ୍ୱାରା ଆଙ୍ଗୁଳିରେ ଥିବା କୀଟାଣୁ ନାକକୁ ଯାଇ ସଂକ୍ରମଣ ବଢ଼ାଇ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos