ମାଡ଼ି ଆସୁଛି ମହାବିପତ୍ତି: ଛାରଖାର ହୋଇଯାଇ ପାରେ ପୃଥିବୀର କିଛି ଅଂଶ

ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି ମହାବିପତ୍ତି। ଛାରଖାର ହୋଇଯାଇ ପରେ ବହୁ ଅଂଶ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମହାବିପଦ ମଣିଷ୍ୟ କୃତ। ହେଲେ ନେଡି ଗୁଡ କହୁଣୀକୁ ବୋହି ସାରିଛି। ଚାହିଁ ମଧ୍ୟ ନିଜ ଦ୍ୱାରା ସୃଷ୍ଟି ହୋଇଥିବା ଏହି ମହାବିପତ୍ତିକୁ ମଣିଷ ଅଟକାଇବାକୁ ଅସମର୍ଥ। ଏହାଠାରୁ ଆହୁରି ଭୟଙ୍କର କଥା ମଧ୍ୟ ରହିଛି। ଏହି ମହାବିପତ୍ତିକୁ ଆରମ୍ଭ ମାତ୍ର କୁହାଯାଉଛି। ଏହାପରେ ମାନବ ସମାଜକୁ ଏପରି ମହାବିପତ୍ତିର ସମ୍ମୁଖୀନ ବାରମ୍ବାର କରିବାକୁ ପଡିବ। କ’ଣ […]

1

1

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 04:46 PM IST

Sports

Latest News

ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି ମହାବିପତ୍ତି। ଛାରଖାର ହୋଇଯାଇ ପରେ ବହୁ ଅଂଶ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମହାବିପଦ ମଣିଷ୍ୟ କୃତ। ହେଲେ ନେଡି ଗୁଡ କହୁଣୀକୁ ବୋହି ସାରିଛି। ଚାହିଁ ମଧ୍ୟ ନିଜ ଦ୍ୱାରା ସୃଷ୍ଟି ହୋଇଥିବା ଏହି ମହାବିପତ୍ତିକୁ ମଣିଷ ଅଟକାଇବାକୁ ଅସମର୍ଥ। ଏହାଠାରୁ ଆହୁରି ଭୟଙ୍କର କଥା ମଧ୍ୟ ରହିଛି। ଏହି ମହାବିପତ୍ତିକୁ ଆରମ୍ଭ ମାତ୍ର କୁହାଯାଉଛି। ଏହାପରେ ମାନବ ସମାଜକୁ ଏପରି ମହାବିପତ୍ତିର ସମ୍ମୁଖୀନ ବାରମ୍ବାର କରିବାକୁ ପଡିବ।

କ’ଣ ଏହି ମହାବିପତ୍ତି

ରିପୋର୍ଟ ଅନୁସାରେ ୨୦୧୬ରେ ନିଜ ନିୟନ୍ତ୍ରଣ ହରାଇଥିବା ସାଢେ ଆଠ ଟନ୍‌ର ଚୀନ୍‌ ସ୍ପେସ୍‌ ଷ୍ଟେସନ (ତିୟାଂୟୋଂଗ-୧) ଦିନେ ଦୁଇଦିନ ମଧ୍ୟରେ ପୃଥିବୀରେ ପିଟି ହେବାକୁ ଯାଉଛି। ଏହା ୟୁରୋପରେ କୌଣସି ସ୍ଥାନରେ ପୃଥିବୀକୁ ଧକ୍କା ଦେବ ବୋଲି ସ୍ପଷ୍ଟ ହୋଇସାରିଛି। ବାୟମଣ୍ଡଳରେ ପ୍ରବେଶ କରିବା ପରେ ଏହାର ଅଧିକାଂଶ ଅଂଶ ଜଳିଯିବ। ତଥାପି ଯେତିକି ଭୂମି ସ୍ପର୍ଶ କରିବ ତାହା ଭୟଙ୍କର ତାଣ୍ଡବ ମଚାଇବ। ବୈଜ୍ଞାନିକମାନଙ୍କ କହିବାର ହେଲା, ଏହା ଆରମ୍ଭ ମାତ୍ର। ଭବିଷ୍ୟତରେ ପ୍ରାୟ ପ୍ରତିଦିନ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ପୃଥିବୀ ବାହାରେ ଏବେ ୬ ଲକ୍ଷରୁ ଅଧିକ ସ୍ପେସ୍‌ ଜଙ୍କ୍‌ (ବର୍ଜ୍ୟ) ବୁଲୁଛନ୍ତି, ଯାହା ଆମ ପାଇଁ ମହାବିପତ୍ତିଠାରୁ କୌଣସି ଗୁଣରେ କମ ନୁହେଁ।

ଜାନୁଆରୀରେ ନାସାର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ଏମିତି ଦିନ ଆସିବ ଆମକୁ ଅନ୍ତରୀକ୍ଷକୁ ଯିବା ମଧ୍ୟ କଷ୍ଟ ହୋଇଯିବ। ନାସାର ଏହି ଦାବି ସାରା ଦିନିଆରେ ସ୍ପେସ୍‌ ଏଜେନ୍ସିଙ୍କ ଚିନ୍ତା ବଢ଼ାଇ ଦେଇଥିଲା।

ନାସା ରିପୋର୍ଟ ମୁତାବକ ଏବେ ପୃଥିବୀ ଆଖପାଖରେ ପ୍ରାୟ ୬ ଲକ୍ଷରୁ ଅଧିକ ସ୍ପେସ୍‌ ଜଙ୍କ୍‌ (ସ୍ପେସ୍‌ ମଇଳା) ରହିଛି। ଏଥିରେ ବିମାନ, ରକେଟ୍‌, ସାଟେଲାଟ ଓ ସ୍ପେସ୍‌ ଷ୍ଟେସନର ଖରାପ ହୋଇଯାଇଥିବା ପାର୍ଟ୍ସ ରହିଛି। ଏହା ଏତେ ମାତ୍ରାରେ ବଢ଼ି ଚାଲିଛି ଯେ, ପୃଥିବୀ ବାହାରେ ଜାଲ ପରି ଦିଶୁଛି। ଖାଲି ସେତିକି ନୁହେଁ ଚାଇନୀଜ ସ୍ପେସ୍‌ ଷ୍ଟେସନ ପରି ଏଗୁଡିକ ମଧ୍ୟ ପୃଥିବୀକୁ ଆସିପାରେ।

କେଉଁଠୁ ଆସିଲା ଏହି ସ୍ପେସ୍‌ ମଇଳା

ଅନ୍ତରୀକ୍ଷ ସମ୍ପର୍କରେ ଜାଣିବାକୁ ବିଭିନ୍ନ ଦେଶର ସ୍ପେସ୍‌ ଏଜେନ୍ସି କାମ କରୁଛନ୍ତି। ଏଥିପାଇଁ ରକେଟ୍‌ ଓ ସାଟେଲାଇଟ୍‌ ପରି ଉପକରଣ ଅନ୍ତରୀକ୍ଷକୁ ପଠାଯାଉଛି। ଏଥିରୁ ଅଳ୍ପ କିଛି ପୃଥିବୀକୁ ଫେରୁଥିବା ବେଳେ ବାକି କାର୍ଯ୍ୟକାଳ ସରିବା ପରେ ସେଠାରେ ଭାସି ବୁଲୁଛି। ଫେରୁଥିବା ଯାନ ମଧ୍ୟ ସାଙ୍ଗରେ ନେଇ ଯାଉଥିବା ସବୁ ଯନ୍ତ୍ରାଂଶ ନେଇ କି ଆସୁନାହିଁ। ଅନାବଶ୍ୟକ ଯନ୍ତ୍ରାଂଶକୁ ସ୍ପେସ୍‌ରେ ଛାଡି ଦିଆଯାଉଛି।

କ’ଣ ରହିଛି ବିପଦ

ଏହା ପୃଥିବୀକୁ ଖସିଲେ ଯାହା ବିପତ୍ତି ସୃଷ୍ଟି ହେବ ସେ କଥା ଛାଡନ୍ତୁ। ଏହା ଆଉ ଏକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି। ସ୍ପେସ୍‌ ଶଟଲ୍ସ ଓ ରିସର୍ଚ୍ଚ ପ୍ରୋଗ୍ରାମ୍ସ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଅନ୍ତରୀକ୍ଷରେ ଭାସୁଥିବା ଏହି ଯନ୍ତ୍ରାଂଶର ଲମ୍ବା ୧ରୁ ୧୦ ସେଣ୍ଟିମିଟର ପର୍ଯ୍ୟନ୍ତ ରହିଛି। ପ୍ରତିବର୍ଷ ଏହି ସ୍ପେସ୍‌ ଜଙ୍କ୍‌ କାରଣରୁ କିଛି ସାଟେଲାଇଟ ନଷ୍ଟ ହେଉଛି। ଏହାସହ ଏହି ଜଙ୍କ୍‌ ବା ମଇଳା ସ୍ପେସ୍‌ ଶଟଲ୍ସକୁ କ୍ଷତି ପହଞ୍ଚାଇ ପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଦିଗ ବଦଳା ଯାଇପାରିବ ନାହିଁ। କାରଣ ଦିଗ ବଦଳାଇ ଦେଲେ, ଏହା କୁଆଡେ ଯିବ ଓ କେଉଁଠି କ’ଣ କ୍ଷତି ଘଟାଇବ କହିବା ମୁସ୍କିଲ୍‌।

ଅଧିକ ମଇଳା ଗଦା କରିଥିବା ଦେଶ

ସ୍ପେସ୍‌ ସାଇଣ୍ଟିଷ୍ଟ ରିଚା କର୍ମିଶେଲ 3D ଭିଜୁଆଲ୍ସରେ ଜଙ୍କ୍‌ରେ ପୃଥିବୀକୁ କେମିତି ଘେରିକି ରହିଛି ଦେଖାଇଛନ୍ତି। ସେ କହିଛନ୍ତି, “ଆମେରିକା, ଋଷ ଓ ଚୀନ୍‌ ଏହି ଜଙ୍କ ଛାଡିବାରେ ସବୁଠାରୁ ଆଗରେ ରହିଛନ୍ତି।

କ’ଣ ହେବ ଚାଇନିଜ ସ୍ପେସ୍‌ ଷ୍ଟେସନର

ବୈଜ୍ଞାନିକଙ୍କ ମତରେ ପୃଥିବୀର ବାୟୁମଣ୍ଡଳରେ ଚାଇନିଜ ସ୍ପେସ୍‌ ଷ୍ଟେସନ ପ୍ରବେଶ କରିବା ପରେ ଏହାର ଅଧିକାଂଶ ଯନ୍ତ୍ରାଂଶ ଜଳି ପାଉଁଶ ହୋଇଯିବ। ହେଲେ ୧୦ରୁ ୪୦ ପ୍ରତିଶତ ଅଂଶ ରହିଯାଇପାରେ ଓ ଏଥିରେ ଭୟଙ୍କର କେମିକାଲ ଥାଇପାରେ। ଯାହା ପୃଥିବୀର ଯେଉଁ ଅଂଶରେ ପଡ଼ିବ ବହୁତ କ୍ଷତି ଘଟାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos