ଥଣ୍ଡା ଦିନରେ ଔଷଧ ଭଳି କାମ କରେ ଗୁଡ଼: ଜାଣନ୍ତୁ ଏହାର ଉପକାରିତା

ଥଣ୍ଡା ଦିନରେ ଜଳବାୟୁରେ ହଠାତ୍ ପରିବର୍ତ୍ତନକୁ ଆମ ଶରୀର ଗ୍ରହଣ କରିପାରେ ନାହିଁ। ଫଳରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ। ତେଣୁ ଏହି ଦିନରେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସେଥିପାଇଁ ପୋଷାକପତ୍ର ଠାରୁ ଆରମ୍ଭ କରି ଖାଇବା-ପିଇବାରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଶୀତ ଦିନରେ ଗୁଡ଼ ସେବନର ଉପକାରିତା ବିଷୟରେ ଜଣାଇବୁ। ୧- ଗୁଡ଼ ରକ୍ତ ପରିଷ୍କାର କରିବା ସହିତ ମେଟାବୋଲିଜିମର ମାତ୍ରା ନିୟନ୍ତ୍ରଣ କରିଥାଏ। […]

GOODA

GOODA

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 10:40 AM IST

ଥଣ୍ଡା ଦିନରେ ଜଳବାୟୁରେ ହଠାତ୍ ପରିବର୍ତ୍ତନକୁ ଆମ ଶରୀର ଗ୍ରହଣ କରିପାରେ ନାହିଁ। ଫଳରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ। ତେଣୁ ଏହି ଦିନରେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସେଥିପାଇଁ ପୋଷାକପତ୍ର ଠାରୁ ଆରମ୍ଭ କରି ଖାଇବା-ପିଇବାରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଶୀତ ଦିନରେ ଗୁଡ଼ ସେବନର ଉପକାରିତା ବିଷୟରେ ଜଣାଇବୁ।

୧- ଗୁଡ଼ ରକ୍ତ ପରିଷ୍କାର କରିବା ସହିତ ମେଟାବୋଲିଜିମର ମାତ୍ରା ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ଼ ମିଶାଇ ଖାଇଲେ ଅନେକ ଫାଇଦା ହୋଇଥାଏ। ଗ୍ୟାସ୍‌ଟ୍ରିକ୍ ରୋଗ ପାଇଁ ଗୁଡ଼ ଔଷଧ ଭଳି କାମ କରେ। ଖାଇସାରିବା ପରେ ପ୍ରତିଦିନ ଗୁଡ଼ ଖାଇଲେ ଗ୍ୟାସଟ୍ରିକ ହୋଇନଥାଏ।

୨- ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥିସହିତ ଏନିମିୟା ରୋଗୀଙ୍କ ପାଇଁ ଗୁଡ଼ର ସେବନ ଖୁବ୍ ଉପକାରୀ ହୋଇଥାଏ।

୩- ଗୁଡ଼ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଶରୀରକୁ ଚମକ ପ୍ରଦାନ କରିଥାଏ। ଏହାର ନିୟମିତ ସେବନରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

୪- ଗୁଡ଼ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀର ଉଷୁମ ରହିଥାଏ। ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ। ଗୁଡ଼ ଖାଇଲେ ସଂକ୍ରମଣ ଜନିତ ରୋଗରୁ ବି ମୁକ୍ତି ମିଳିଥାଏ।

୫- ଗୁଡ଼ରେ ମ୍ୟାଗ୍ନେସିୟମ ପରିମାଣ ଅଧିକ ଥାଏ। ଏହା ଶରୀର ମାଂସପେଶୀ ଓ ଶିରାପ୍ରଶିରାକୁ ଫୂର୍ତ୍ତି ପ୍ରଦାନ କରିଥାଏ। ଗୁଡ଼ ଶରୀରର ଥକାପଣ ଦୂର କରିବା ସହିତ ରକ୍ତଚାପ ନିୟନ୍ତ୍ରଣ କରିଥାଏ।

ଆହୁରି ମଧ୍ୟ ପଢନ୍ତୁ: ମହୁ ବ୍ୟବହାର ବେଳେ ରୁହନ୍ତୁ ସଚେତନ: ହୋଇପାରେ ଭୟଙ୍କର ରୋଗ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos