ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପୁରୀ: ଲଗାଣ ବର୍ଷାରେ ପୁରୀ ଏମାର ମଠ କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଛି। ଆଜି ଭୋରରୁ ମାଟିମଣ୍ଡପ ସାହି ପାର୍ଶ୍ୱକୁ ଏମାର ମଠର ୪୦ରୁ ୫୦ଫୁଟ୍ ଓସାରର ଏକ ପାଚେରି ଭୁଶୁଡି ପଡିଛି। ଫଳରେ ଗୋଟିଏ କୋଠରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏଥିଯୋଗୁ ଶ୍ରୀମନ୍ଦିରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏବେ ବି ଅନ୍ୟ କାନ୍ଥ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାନ୍ଥଗୁଡ଼ିକ ତୁରନ୍ତ ଭାଙ୍ଗି ଦିଆ ନ ଗଲେ ଆଗକୁ ଏହା ବିପଦକୁ ଡାକିଆଣିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।</p> <p>ସ୍ଥାନୀୟ କାଉନସିଲର୍ ଘଟଣା ସମ୍ପର୍କରେ ପୁରୀ ପୌରସଂସ୍ଥା ଅଧିକାରୀଙ୍କୁ ଜଣାଇବାରୁ ଟ୍ରାକ୍ଟର ଯୋଗେ ସେଠାରୁ ଇଟା ଓ ପଥର ଖାଲି କରାଯାଉଛି। ଏ ସମ୍ପର୍କରେ ମହନ୍ତଙ୍କୁ ଜଣାଇଦିଆଯାଇଛି। ମଠ ଭିତରେ ଆମର ଥଇଥାନ କରାଯାଉ ବୋଲି ମଠ କର୍ମଚାରୀ ଦାବି କରିଛନ୍ତି ।</p> <p>[vc_video link="" align="center"]</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।