ଆଉ ଧର୍ମଘଟକୁ ଓହ୍ଲାଇ ପାରିବେ ନାହିଁ ଆମ୍ବୁଲାନ୍ସ କର୍ମଚାରୀ: ଲାଗୁ ହେଲା ଏସ୍‌ମା

ଭୁବନେଶ୍ୱର: ଆମ୍ବୁଲାନ୍ସ ସେବା ପାଇଁ ଲାଗୁ ହେଲା ଏସ୍‌ମା। ଯାହାଫଳରେ ଏଣିକି ଆଉ ବିଭିନ୍ନ ଦାବି ନେଇ ଆମ୍ବୁଲାନ୍ସ ସେବା ଯୋଗାଉଥିବା କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇ ପାରିବେ ନାହିଁ। ରାଜ୍ୟରେ ସେବା ଯୋଗାଉଥିବା ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା ଉପରେ ଏଭଳି ଏସମା ବା ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ ଲାଗୁ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବ୍ୟାଘାତ ନ ପହଞ୍ଚାଇବା ଲାଗି ଗୃହ ବିଭାଗ ପକ୍ଷରୁ ଏସମା ଲାଗୁ ହୋଇଛି। ଅଗଷ୍ଟ ପହିଲାରୁ ଆସନ୍ତା ୬ ମାସ ପାଇଁ ଗୃହ ବିଭାଗ ଏହି ନିୟମ ଲାଗୁ କରିଛି।

Previous ArticleNext Article

Send this to a friend