ହନିମୁନ୍‌ ପାଇଁ ବଲାଙ୍ଗୀରରେ ବିରାଟ-ଅନୁଷ୍କା !

p-000

ଭୁବନେଶ୍ୱର: କ୍ରିକେଟର ବିରାଟ କୋହଲି ଓ ସିନେ ସୁନ୍ଦରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା। ଖାଲି ସୋସିଆଲ ମିଡିଆରେ ସୀମିତ ନାହିଁ, ଏମାନଙ୍କ ପ୍ରେମକହାଣୀ। ଗାଁର ଗଳିକନ୍ଦିରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଏହି  ଦୁଇଜଣ ଯୋଡ଼ିଙ୍କ ନାଁ।  ବିଶେଷ କରି ଯୁବପିଢିଙ୍କ ପାଇଁ ବେଶ ଆକର୍ଷଣୀୟ ପାଲଟିଛନ୍ତି ଏହି ଦୁଇ ଜଣ ନବ ଦମ୍ପତି। ସେମାନେ ଇଟାଲୀରେ ବାହା ହେଲେ ସତ କିନ୍ତୁ ଭାରତରେ ଥିଲା ରୋଷଣୀର ମାହୋଲ। ସମସ୍ତେ ଏକ ପ୍ରକାର ଖୁସି ମନାଉଥିଲେ। ସୋସିଆଲ ମିଡିଆରେ ଛୁଟୁଥିଲା ଶୁଭେଚ୍ଛାର ସୁଅ। ତା’ସହ ଥିଲା କୌତୁକିଆ କମେଣ୍ଟ। କିଏ ଲେଖୁଥିଲା କେତେ ଝିଅଙ୍କ ହୃଦୟ ଭାଙ୍ଗି ଗଲା ତ’ ଆଉ କିଏ  ଧୋକାଦିଆ ବିରାଟ ବୋଲି ଲେଖୁଥିଲେ।

ଲାଗୁଥିଲା ଯେମିତି ସାରା ଭାରତରେ ବାଜୁଥିଲା ସାହାନାଇ। ଏମିତିକି ଗଣମାଧ୍ୟମ ମଧ୍ୟ ଏମାନଙ୍କ ପଛରେ ପଡ଼ିଯାଇଥିଲା। ଉଭୟଙ୍କ ବିବାହକୁ ନେଇ ଯେମିତି ପ୍ରତିକ୍ରିୟାର ସୁଅ ଛୁଟୁଥିଲା ସେଥିରେ ମୋଦି ବି ନିଜର ଭାବନାକୁ ସମ୍ଭାଳିପାରି ନ ଥିଲେ। ଟ୍ୱିଟ୍‌ କରି ମୋଦି ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ମ୍ୟାରେଜ୍‌ ସାର୍ଟିଫିକେଟ କରିନେବାକୁ ଅନୁରୋଧ କରିଥିଲେ। ବିରାଟ-ଅନୁଷ୍କାଙ୍କ ବିବାହକୁ ଇତି ମଧ୍ୟରେ ୯ଦିନ ବିତିଗଲାଣି। ତଥାପି ତାଙ୍କ ପ୍ରଶଂସକଙ୍କ ମନରୁ ହଟିନି ହ୍ୟାଙ୍ଗଓଭର। କମିନି କ୍ରେଜ୍‌। ସେପଟେ ଆଜି ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ରିସେପସନ୍‌ ପାର୍ଟି ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଦିଲ୍ଲୀର ତାରକା ହୋଟେଲ ତାଜ୍‌ରେ ଉଭୟଙ୍କ ରିସେପସନ୍‌ ପାର୍ଟି ରହିଛି।

ଅନ୍ୟପଟେ  ସୋସିଆଲ ମିଡିଆରେ ତାଙ୍କୁ ନେଇ ଆସୁଛି ଅଜବ ଭିଡିଓ ଏବଂ ଫଟୋ। ହ୍ୱାଟସ୍‌ଅପରେ ଘୁରି ବୁଲୁଛି ଫେକ୍ ଫଟୋ। ଏବେ ସେମିତି କିଛି ଫଟୋ ଭାଇରାଲ ହୋଇଥିବା ନଜରକୁ ଆସିଛି। ଉଭୟେ ବିରାଟ-ଅନୁଷ୍କା ଅନୁଗୁଳରେ ହନିମୁନ୍‌ କରୁଥିବା ଉଲ୍ଲେଖ ଥାଇ ଫଟୋ ଆସିଛି। କେବଳ ଅନୁଗୁଳ ନୁହଁ ବଲାଙ୍ଗୀର ଏବଂ ବାଲେଶ୍ୱରେ ମଧ୍ୟ ଉଭୟ ଛୁଟି କାଟୁଥିବା ଦୃଶ୍ୟ ଭାଇରାଲ ହେଉଛି। ଅବଶ୍ୟ ଏ ସବୁ କାରନାମା କେବଳ ଆଧୁନିକ ଟେକ୍ନୋଲୋଜିରେ ହିଁ ସମ୍ଭବ ହୋଇପାରୁଛି। ଆଉ ଏହାର ପ୍ରଚାର ପ୍ରସାର ପାଇଁ ସାଥ୍‌ ଦେଉଛି ଡିଜିଟାଲ ମିଡିଆ।

Previous ArticleNext Article

Send this to a friend