ରାଜନୀତିରେ ପରିବାରବାଦ: ଓଡ଼ିଶାରେ ବି କିଛି କମ୍‌ ନୁହଁ

ଭୁବନେଶ୍ୱର(ଦେବଦତ୍ତ ରଥ):ଭାରତୀୟ ରାଜନୀତିରେ ପରିବାରବାଦ ବହୁ ପରିମାଣରେ ଦେଖାଯାଏ। ପୂର୍ବରୁ ରାଜରାଜୁଡ଼ା ଶାସନ ତଥା ଜମିଦାରୀ ପ୍ରଥାରେ ଯେପରି ପରିବାରବାଦ ଥିଲା ସାମ୍ବିଧାନିକ ବ୍ୟବସ୍ଥା ଭିତରେ ପୃଥିବୀର ସର୍ବ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ରାଜନୀତିରେ ଏବେ ମଧ୍ୟ ସେହି ପରମ୍ପରା ଅନେକାଂଶରେ ଦେଖାଯାଏ। ସବୁଠୁ ପରିତାପର ବିଷୟ କେତେକ ସ୍ଥାନରେ ଆଦୌ ଯୋଗ୍ୟତା ନ ଥିବା ବ୍ୟକ୍ତି ପରିବାରବାଦ ଆଡ଼ରେ ରାଜନୀତିକୁ ପଶିଆସନ୍ତି।  ଭାରତର ସର୍ବ ପୁରାତନ ଦଳ କଂଗ୍ରେସ ଏ ନେଇ ସବୁଠାରୁ ସମାଲୋଚିତ […]

MP_babies2

MP_babies2

Rakesh Mallick
  • Published: Monday, 05 March 2018
  • Updated: 05 March 2018, 06:23 PM IST

ଭୁବନେଶ୍ୱର(ଦେବଦତ୍ତ ରଥ):ଭାରତୀୟ ରାଜନୀତିରେ ପରିବାରବାଦ ବହୁ ପରିମାଣରେ ଦେଖାଯାଏ। ପୂର୍ବରୁ ରାଜରାଜୁଡ଼ା ଶାସନ ତଥା ଜମିଦାରୀ ପ୍ରଥାରେ ଯେପରି ପରିବାରବାଦ ଥିଲା ସାମ୍ବିଧାନିକ ବ୍ୟବସ୍ଥା ଭିତରେ ପୃଥିବୀର ସର୍ବ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ରାଜନୀତିରେ ଏବେ ମଧ୍ୟ ସେହି ପରମ୍ପରା ଅନେକାଂଶରେ ଦେଖାଯାଏ। ସବୁଠୁ ପରିତାପର ବିଷୟ କେତେକ ସ୍ଥାନରେ ଆଦୌ ଯୋଗ୍ୟତା ନ ଥିବା ବ୍ୟକ୍ତି ପରିବାରବାଦ ଆଡ଼ରେ ରାଜନୀତିକୁ ପଶିଆସନ୍ତି।  ଭାରତର ସର୍ବ ପୁରାତନ ଦଳ କଂଗ୍ରେସ ଏ ନେଇ ସବୁଠାରୁ ସମାଲୋଚିତ ହୋଇଥାଏ।

ମୂଳ ଗାନ୍ଧୀ ପରିବାରର ନ ହେଲେ ମଧ୍ୟ ଗାନ୍ଧୀ ନାମ ନେଇ ପିଢ଼ି ପରେ ପିଢ଼ି କେବଳ ସେଇ ଗୋଟିଏ ପରିବାର ହାତରେ କଂଗ୍ରେସର ଡୋରି ରହି ଆସିଛି। ତେବେ ଏ ବ୍ୟବସ୍ଥା ଯେ, କେବଳ କଂଗ୍ରେସ ଭିତରେ ଅଛି ସେ କଥା ନୁହଁ  ଅଳ୍ପ ବହୁତେ ପ୍ରାୟ ସବୁ ଦଳରେ ରହିଛି। ଅନେକ ଆଞ୍ଚଳିକ ଦଳରେ ତ' ଏହା ପ୍ରବଳ ମାତ୍ରାରେ ରହିଛି। ସମାଜବାଦ କଥା କହୁଥିବା ସମାଜବାଦି ପାର୍ଟିରେ ପରିବାରବାଦ ଭରି ରହିଛି। ଅବଶ୍ୟ ଗତ ବିଧାନସଭାରେ ଭାଗ ନ ଛିଡିବାରୁ ଭାଇ ଭଗାରି ହୋଇଯାଇଛି।

ମୁଲାୟମ ସିଂ ଯାଦବ, ଭାଇ ରାମ ଗୋପାଳ ଯାଦବ, ବେଣୁ ଗୋପାଳ ଯାଦବ,  ପୁଅ ଅଖିଳେଶ ଯାଦବ, ବୋହୁ ଡିମ୍ପଲ ଯାଦବଙ୍କ ଉଦାହରଣ ନିଆଯାଉ। ଏମାନେ କଥାରେ ସମାଜବାଦ କିନ୍ତୁ କାର୍ଯ୍ୟରେ ପରିବାରବାଦ। ଏହିପରି ଆଉ ଏକ ଯାଦବ ବାହିନୀ ରହିଲେ ବିହାରରେ। ଏମାନେ ହେଲେ ଲାଲୁ ଯାଦବ, ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବ।

ଚାରା ଘଟାଲାରେ ଜେଲକୁ ଯିବାରୁ ରାବିଡ଼ି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରି ଲାଲୁ ଯାଦବ ପ୍ରକ୍ସି ଶାସନର ସେ ଏକ ବଡ଼ ଉଦାହରଣ କରି ଦେଇ ଯାଇଛନ୍ତି। ପୁଣି ଦୁଇ ଅଯୋଗ୍ୟ ପୁଅଙ୍କୁ ବିଧାୟକ ଏବଂ ପରେ ମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ କରାଇ ସେ ପୂର୍ବ କାଳର ରାଜ ରାଜୁଡ଼ା ପ୍ରଥାକୁ ବି ବଳି ଯାଇଛନ୍ତି। ଜମ୍ମୁ କାଶ୍ମୀରରେ ଦୁଇ ପ୍ରମୁଖ ଦଳ ମଧ୍ୟରେ ସେହି ଏକା କଥା। ମୁଫତି ମୋହମ୍ମଦ ସୟିଦ ଏବଂ ତାଙ୍କ ପରେ ମେହେବୁବା ମୁଫତି, ଫାରୁକ ଅବଦୁଲା ଏବଂ ପୁଅ ଓମର ଅବଦୁଲା ଏହି ପରିବାର ବାଦ ତାଲିକାରେ ସାମିଲ ଅଛନ୍ତି। ପଞ୍ଜାବର ଶିରୋମଣି ଅକାଳୀ ଦଳରେ ବାଦଲ ପରିବାର ସମାନ ପରମ୍ପରା ରହିଛି। ଏହି ତାଲିକାରେ ମହାରାଷ୍ଟ୍ରରେ ଠାକରେ ପରିବାର ତଥା ବାଲଠାକରେ  ଏବଂ ମୁଣ୍ଡେ ପରିବାର ରହିଛି। ଗୋପୀନାଥ ମୁଣ୍ଡେଙ୍କ ପରେ ପଙ୍କଜା ମୁଣ୍ଡେ, ପ୍ରମୋଦ ମହାଜନଙ୍କ ପରେ ଝିଅ ପୁନମ ମହାଜନ ରାଜନୀତିକୁ ଆସିଛନ୍ତି। ବାମ ସଙ୍ଗଠନରେ ଏପରି କମ ଦେଖିବାକୁ ମିଳିଲେ ମଧ୍ୟ ପ୍ରକାଶ କାରାତ ତାଙ୍କ ପତ୍ନୀ ବ୍ରୁନ୍ଦା କାରାତ, ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ର ବାବୁ ନାଇଡ଼ୁ ପୁଅ ନାରା ଲୋକେଶ ରାଜନୀତିକୁ ଆସିଛନ୍ତି। ତାମିଲନାଡୁତାରେ କରୁଣା ନିଧି, ପୁଅ ଏମ କେ ଷ୍ଟାଲିନ, ଏମ କେ ଆଲାଗିରି, ଝିଅ କାନି ମୋଇ ଏହିପରି ରାଜନୀତିରେ  ଉଦାହରଣ ରହିଛି।

ଓଡ଼ିଶାରେ ମଧ୍ୟ ଏହି ପ୍ରଥା ବଜାୟ ରହିଛି। କେଉଁଠି ବାପ-ପୁଅ ତ' କେଉଁଠି ଶ୍ୱଶୁର ଜ୍ଵାଇଁ, କେଉଁଠି ସ୍ୱାମୀ-ସ୍ତ୍ରୀ ଏବଂ କେଉଁଠି ଭାଇ-ଭାଇ ଗାଦି ମାଡ଼ି ବସିଛନ୍ତି। କିଛି ଦିନ ତଳେ ବିବାଦୀୟ ମନ୍ତବ୍ୟ ଦେଇଥିବା ଦାମ ରାଉତଙ୍କୁ ମନ୍ତ୍ରୀ ପଦରୁ ବହିଷ୍କୃତ କରାଯାଇଥିବା ବେଳେ ଏବେ ଅଚାନକ ତାଙ୍କ ପୁଅ ସମ୍ବିତ ରାଉତଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେଇ ଦଳ ଥଇଥାନ କରିଛି। ଆଗକୁ ଟିକେଟ ମଧ୍ୟ ଦେଇପାରେ। ବିଜେଡି ଅବା ଏଥିରୁ କିପରି ବାଦ ଯାଇ ଥାଆନ୍ତା ?

ସ୍ୱୟଂ ନବୀନ ପଟ୍ଟନାୟକ ସେଇ ପରିବାରବାଦ ଆଧାରରେ ଆଜି ମୁଖ୍ୟମନ୍ତ୍ରୀ। ବିଜୁ ବାବୁ ତାଙ୍କ ରାଜନୈତିକ କାଳ ସମୟରେ ନିଜ ପିଢିଙ୍କୁ ରାଜନୀତିକୁ ଆଣି ନଥିବା ବେଳେ ତାଙ୍କ ଅନ୍ତେ  ରାଜନୈତିକ ଫାଇଦା ଲାଗି  ନିବୀନଙ୍କୁ ଅଣାଗଲା।

ନବୀନଙ୍କୁ ସେତେବେଳେ ଓଡ଼ିଶାବାସୀ ଠିକ୍‌ରେ ଜାଣି ନ ଥିବା ବେଳେ ବାଜପେୟୀ ସତେ ଯେପରି ନବୀନଙ୍କୁ କାନ୍ଧରେ ବସାଇ ଓଡ଼ିଶା ସାରା ବୁଲାଇ ସେ ଯେ, ବିଜୁ ପୁତ୍ର କହି ରାଜ୍ୟବାସୀଙ୍କୁ ପରିଚିତ କରାଇଦେଲେ। ଜାନକୀ ପଟ୍ଟନାୟକ କୌଣସି କାରଣରୁ ତାଙ୍କ ପୁଅକୁ ରାଜନୀତିକୁ ଆଣି ନ ଥିବା ବେଳେ ଜ୍ୱାଇଁ ସୌମ୍ୟ ରଞ୍ଜନ ତାଙ୍କ ଭାଇ ନିରଞ୍ଜନ ରାଜନୀତିରେ ଅଛନ୍ତି। ପ୍ରସାଦ ହରିଚନ୍ଦନ ଏବଂ ଶ୍ୱଶୁର ସୁର ରାଉତରାୟ  ଏ କ୍ଷେତ୍ରରେ ତ’  ଏକ ପ୍ରସିଦ୍ଧ ଶ୍ୱଶୁର-ଜ୍ୱାଇଁ ରାଜନୈତିକ ଯୋଡ଼ି। ସେହିପରି ଗିରିଧର ଗମାଙ୍ଗ ତାଙ୍କ ପତ୍ନୀ ହେମା ଗମାଙ୍ଗ

ଏହି ଦୁଇ ସ୍ୱାମୀ-ସ୍ତ୍ରୀ ଦୀର୍ଘ ଦିନ ହେଲା କଂଗ୍ରେସରୁ  ଫାଇଦା ପାଇ ଆସିଥିବା ବେଳେ ଏବେ କ’ଣ କହୁଛନ୍ତି ତାଙ୍କୁ ଅବହେଳା କରାଯାଇଥିଲା। ଅର୍ଥାତ ସେମାନଙ୍କୁ ଆହୁରି କେତେ କଣ ଦରକାର ଥିଲା। ବଲାଙ୍ଗିର ରାଜ ପରିବାରରେ ତ' ସେହି ରାଜା ରାଜୁଡ଼ା ପ୍ରଥା ଚାଲିଛି ଯେ, ସରିବାର ନାଁ ନେଉନି। ରାଜେନ୍ଦ୍ର ନାରାୟଣ ସିଂଦେଓ, ପୁଅ ଅନଙ୍ଗ ଉଦୟ ସିଂ ଦେଓ ତାଙ୍କ ପୁଅ କଳିକେଶ ସିଂଦେଓ ଏବଂ ତାଙ୍କ ପୁଅ ଅର୍କେଶ ସିଂଦେଓ ସେପଟେ କନକ ବର୍ଦ୍ଧନ ସିଂଦେଓ ଏବଂ ତାଙ୍କ ପତ୍ନୀ ସଙ୍ଗୀତା କୁମାରୀ ସିଂଦେଓ ରାଜପରିବାରରୁ ରହି ଆସିଛନ୍ତି। ଦେବେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏବେ ତାଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ।

ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ଭାଇ ବିଭୂତି ଭୂଷଣ ଏବଂ ପୁଅ ପୃଥିବୀରାଜ ସତେ ଯେମିତି ଏ ହରିଚନ୍ଦନ ପରିବାର ଭୁବନେଶ୍ୱର ଠାରୁ ଚିଲିକା ଯାଏଁ ଲମ୍ବିଛି। ବିଭିନ୍ନ ଦଳରେ ଏହି ପରିବାରବାଦ ଦେଖା ଯାଉଥିଲା ବେଳେ ବିଜେପି ପ୍ରାୟତଃ ଏହାକୁ ବିରୋଧ କରେ। ଅନେକାଂଶରେ ବିଜେପି ନିଜ ଦଳରେ ପରିବାର ବାଦକୁ ପ୍ରଶ୍ରୟ ଦେଇ ନ ଥିବା ବେଳେ ମହାଜନ, ମୁଣ୍ଡେ ଠାରୁ ଆରମ୍ଭ କରି ଓଡ଼ିଶାରେ ପ୍ରଧାନ, ହରିଚନ୍ଦନ, ସିଂହଦେଓ ପରିବାରରେ ଏହା ଅବ୍ୟାହତ ରହିଛି। ତେବେ ଏହି ଧାରାକୁ ନେଇ କେବଳ ଆରୋପ ପ୍ରତ୍ୟାରୋପ ଛଡ଼ା ଏହା ଉପରେ କେମିତି ଅଙ୍କୁଶ ଲାଗିପାରିବ ସେନେଇ କୌଣସି ରାଜନୈତିକ ଦଳ ଚେଷ୍ଟିତ ଥିଲା ଭଳି ମନେ ହେଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story