ଆଳୁ ଓ ପିଆଜରେ ଚାଲୁଛି ପଙ୍ଖା! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଖରା ଆରମ୍ଭ ହୋଇଗଲାଣି। ଗରମରୁ ରକ୍ଷା ପାଇବାକୁ ଏବେ ସମସ୍ତେ ଖୋଜିବେ ଫ୍ୟାନ ନହେଲେ ଏସି। ହେଲେ ଖରାଦିନେ ବିଦ୍ୟୁତ୍‌ ସମସ୍ୟା ଦେଖାଦିଏ। ଏଣୁ ଫ୍ୟାନ କିମ୍ବା ଏସି କିଛି କାମ କରେନି। ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତି ବାହାର କରିଛନ୍ତି ଭିନ୍ନ ଉପାୟ। ଆଳୁ ଓ ପିଆଜ ସାହାଯ୍ୟରେ ସେ ପଙ୍ଖା ଚଲାଇବାର ଦେଖିବାକୁ ମିଳିଛି। ଏ ସଂପର୍କିତ ଭିଡିଓଟି ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ […]

guy-generating-electricity-from-potato-and-onion_650x400_71521348231

guy-generating-electricity-from-potato-and-onion_650x400_71521348231

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 01:05 PM IST

Sports

Latest News

ନୂଆଦିଲ୍ଲୀ: ଖରା ଆରମ୍ଭ ହୋଇଗଲାଣି। ଗରମରୁ ରକ୍ଷା ପାଇବାକୁ ଏବେ ସମସ୍ତେ ଖୋଜିବେ ଫ୍ୟାନ ନହେଲେ ଏସି। ହେଲେ ଖରାଦିନେ ବିଦ୍ୟୁତ୍‌ ସମସ୍ୟା ଦେଖାଦିଏ। ଏଣୁ ଫ୍ୟାନ କିମ୍ବା ଏସି କିଛି କାମ କରେନି। ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତି ବାହାର କରିଛନ୍ତି ଭିନ୍ନ ଉପାୟ। ଆଳୁ ଓ ପିଆଜ ସାହାଯ୍ୟରେ ସେ ପଙ୍ଖା ଚଲାଇବାର ଦେଖିବାକୁ ମିଳିଛି। ଏ ସଂପର୍କିତ ଭିଡିଓଟି ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ବ୍ୟକ୍ତି ଜଣଙ୍କ ପଙ୍ଗା ସହ ୪ଟି ଆଳୁ ଓ ୨ଟି ପିଆଜ ନେଇ ବସିଛନ୍ତି। ତାଙ୍କ ପାଖରେ ଏକ ଡିସି ଡିଭାଇସ୍‌ ମଧ୍ୟ ଅଛି। ପ୍ରଥମେ ସେ ପିଆଜ ଓ ଆଳୁକୁ ଅଲଗା କରୁଛନ୍ତି। ଗୋଟେ ପିଆଜ ଓ ୨ଟି ଆଳୁରେ କଣା କରି ଏକ ଲୁହା ତାରରେ ପୁରାଉଛନ୍ତି।

ଏହାପରେ ସେ ପଙ୍ଖା ତାରକୁ ଆଳୁରେ ସଂଯୋଗ ହୋଇଥିବା ତାର ସହ ସଂଯୋଗ କରୁଛନ୍ତି। ଏହା ପରେ ପଙ୍ଖା ଚାଲୁଛି।

ଭିଡିଓଟି କେତେ ସତ ତାହା ଏପର୍ଯ୍ୟନ୍ତ ଜଣାପଡିନି। କିନ୍ତୁ ସୋସିଆଲ୍‌ ମିଡିଆରେ ଭିଡିଓକୁ ବହୁଳ ମାତ୍ରାରେ ସେୟାର କରାଯାଉଛି। ଆପଣ ବି ଭିଡିଓଟି ଦେଖନ୍ତୁ-

https://www.facebook.com/WorldBeatVibes/videos/1732984063427470/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos