ନିଜ ମୋବାଇଲରେ ରଖନ୍ତୁ ଏହି ୫ଟି ଆପ୍‌: ଶୀଘ୍ର ପାଇଯିବେ ଭଲ ଚାକିରି

ଏଇ ଡିଜିଟାଲ ଯୁଗ। ଏହି ଯୁଗରେ ମଣିଷର ସବୁ କାମକୁ ସହଜ କରିଦେଉଛି ସ୍ମାର୍ଟ ଫୋନ୍‌। ସପିଂଠୁ ଆରମ୍ଭ କରି ଜାବନ ସାଥୀ ଖୋଜିବା ପର୍ଯ୍ୟନ୍ତ ସବୁକିଛି ପାଇଁ ରହିଛି ଭିନ୍ନ ଭିନ୍ନ ମୋବାଇଲ ଆପ୍‌। ସେହିଭଳି ଚାକିରି ଖୋଜିବା ବି ସହଜ ହୋଇଗଲାଣି। ଆଉ ଚାକିରି ପାଇଁ ଆପଣଙ୍କୁ କମ୍ପ୍ୟୁଟର ଆଗରେ ବସି ଘଣ୍ଟା ଘଣ୍ଟା ବିତାଇ ହଜାରେ ୱେବ୍‌ସାଇଟ୍‌ ସର୍ଚ୍ଚ କରିବାକୁ ପଡ଼ିବ ନାହିଁ କି ଖବର କାଗଜ ଖେଳାଇବାକୁ ପଡ଼ିବ ନାହିଁ। କାରଣ […]

jobb

jobb

Rakesh Mallick
  • Published: Monday, 02 July 2018
  • Updated: 02 July 2018, 06:31 PM IST

Sports

Latest News

ଏଇ ଡିଜିଟାଲ ଯୁଗ। ଏହି ଯୁଗରେ ମଣିଷର ସବୁ କାମକୁ ସହଜ କରିଦେଉଛି ସ୍ମାର୍ଟ ଫୋନ୍‌। ସପିଂଠୁ ଆରମ୍ଭ କରି ଜାବନ ସାଥୀ ଖୋଜିବା ପର୍ଯ୍ୟନ୍ତ ସବୁକିଛି ପାଇଁ ରହିଛି ଭିନ୍ନ ଭିନ୍ନ ମୋବାଇଲ ଆପ୍‌। ସେହିଭଳି ଚାକିରି ଖୋଜିବା ବି ସହଜ ହୋଇଗଲାଣି। ଆଉ ଚାକିରି ପାଇଁ ଆପଣଙ୍କୁ କମ୍ପ୍ୟୁଟର ଆଗରେ ବସି ଘଣ୍ଟା ଘଣ୍ଟା ବିତାଇ ହଜାରେ ୱେବ୍‌ସାଇଟ୍‌ ସର୍ଚ୍ଚ କରିବାକୁ ପଡ଼ିବ ନାହିଁ କି ଖବର କାଗଜ ଖେଳାଇବାକୁ ପଡ଼ିବ ନାହିଁ। କାରଣ ଏବେ ଅନେକ ନୂଆ ନୂଆ ଆପ୍‌ ଆସିଗଲାଣି ଯାହାଦ୍ୱାରା, ଆପଣ ସହଜରେ ଚାକିରି ଖୋଜିପାରିବେ। ଆଜି ଆମେ ଆପଣଙ୍କୁ ଏଭଳି ୫ଟି ଆପ୍‌ ବିଷୟରେ ଜଣାଇବୁ।

Naukri: ଏହି ଆପ୍‌ ପ୍ରତିଦିନ ଶହ ଶହ ଚାକିରି ଅପଡେଟ୍‌ କରେ। ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି ଖବର ଏଥିରେ ସାମିଲ ଥାଏ। ଏହି ଆପ୍‌ରେ ୟୁଜର ନିଜର ପ୍ରେଫାଇଲ ବନାଇବା ସହ ରିଜ୍ୟୁମ୍ ପକାଇପାରିବେ। ଆପ୍‌ର ସର୍ଚ୍ଚ ବାର୍‌ରେ ନିଜ ମନପସନ୍ଦର ଚାକିରି ଖୋଜିପାରିବେ।  ଏହି ଆପ୍‌ର ସବୁଠୁ ଭଲ ଫିଚର ହେଉଛି 'Job alerts utility'। ଏହି ସେବା ୟୁଜରଙ୍କଠାରୁ କିଛି ସୂଚନା ଏକତ୍ରିତ କରେ। ଆଉ ଯେତେବେଳେ ଆପଣଙ୍କ ପାଇଁ କିଛି ଭଲ ଚାକିରି ମିଳେ ତୁରନ୍ତ ଇମେଲ ଜରିଆରେ ଆପଣଙ୍କୁ ସୂଚନା ପଠାଏ। ଏହି ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ୍ କରପାରିବେ।

Indeed: ଏହା ଏକ ଲୋକପ୍ରିୟ ଜବ୍‌ ସର୍ଚ୍ଚ ଆପ୍। ଏହାର ୱେବ୍‌ସାଇଟ୍‌ ବହୁତ୍‌ ଲୋକପ୍ରୟ। ଏବେ ଏହାର ଆପ୍‌ ମଧ୍ୟ ଆସିଗଲାଣି। ଏଥିରେ ନୂଆ ନୂଆ ଚାକିରି ବିଷୟରେ ସୂଚନା ମିଳିଥାଏ। ଦିଆଯାଇଥିବା ଚାକିରି ତଳେ ଆପ୍ଲାଇଡ୍‌ ବଟନ୍‌ ଥିବ ଏହାକୁ କ୍ଲିକ୍‌ କରି ଆପଣ ଆବେଦନ କରିପାରିବେ। ଏହାକୁ ମଧ୍ୟ ଆପଣ ଗୁଗଲ୍‌ ପ୍ଲେଷ୍ଟୋର୍‌ରୁ ଡାଉନ୍‌ଲୋଡ କରିପାରିବେ।

LinkedIn: ଏହି ଆପ୍‌ ଜରିଆରେ ଆପଣ ବଡ଼ ବଡ଼ କମ୍ପାନୀର HR ପ୍ରଫେସନାଲଙ୍କ ଦ୍ୱାରା ବନାଯାଇଥିବା ଗ୍ରୁପ୍‌କୁ ଜଏନ୍‌ କରିପାରିବେ। ଏହି ଗ୍ରୁପ୍‌ରେ ପ୍ରଫେସନାଲସ୍‌ ଜବ୍‌ ଓପନିଂ ବିଷୟରେ କୁହନ୍ତି। ଏଥରେ ଆପଣ ନିଜର ପ୍ରୋଫାଇଲ ତିଆରି କରି ନିଜର ରିଜ୍ୟୁମ୍‌ ଅପଲୋଡ କରପାରିବେ। ଏଥିସହ ପ୍ରୋଫାଇଲ୍ ବନାଇଲା ବେଳେ ଆପଣଙ୍କୁ ନିଜ ଦକ୍ଷତା , ଅନୁଭବ ଓ ଶିକ୍ଷାଗତ ଯୋଗ୍ୟତା ଆଦି ବିଷୟରେ ମଧ୍ୟ ସୂଚନା ଦେବାକୁ ହେବ। ଏହା ବ୍ୟତୀତ ଆପଣଙ୍କୁ କେଉଁ ପ୍ରକାରର ଚାକିରି ଦରକାର ତାହା ମଧ୍ୟ ଦେବାକୁ ପଡ଼ିବ। ଏହି ଆପ୍‌କୁ ଆପଣ ଗୁଗଲ ପ୍ଲେଷ୍ଟୋର୍‌ରୁ ଡାଉନଲୋଡ କରିପାରିବେ।

Monster: ଏହା ଭାରତର ସବୁଠୁ ଲୋକପ୍ରିୟ recruitment ପୋର୍ଟାଲଗୁଡ଼ିକ ମଧ୍ୟରୁ ଗୋଟିଏ। ଯଦି ଆପଣଙ୍କୁ ରିଜ୍ୟୁମ୍‌ ଭଲ ଥିବ ତେବେ ଏହି ଆପ୍‌ ଜରିଆରେ ଆପଣଙ୍କୁ ଭଲ ଚାକିରି ମିଳିଯିବ। ଏହି ଆପ୍‌କୁ ଆପଣ ଗୁଗଲ ପ୍ଲେଷ୍ଟୋର୍‌ରୁ ଡାଉନଲୋଡ କରିପାରିବେ।

 FreshersWorld: ଫ୍ରେସର ଓ ଅନୁଭବି ପ୍ରଫେସନାଲଙ୍କ ପାଇଁ  ଏହା ବହୁତ ଭଲ ଆପ୍‌। ଏଥିରେ ଇଣ୍ଟରଭ୍ୟୁ ସେକ୍ସନ୍‌ ଅଛି। ଏହାଦ୍ୱାରା ଆପଣ ଇଣ୍ଟରଭ୍ୟୁ ଯିବା ପୂରବରୁ ନିଜକୁ ଭଲସେ ପ୍ରସ୍ତୁତ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos