ରାଜଧାନୀରେ ପ୍ରଥମ ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜଧାନୀରେ ପ୍ରଥମ ସ୍ୱାଇନ ଫ୍ଲୁ ମୃତ୍ୟୁ ଘଟିଛି। ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଅନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ କଟକ ବଡ଼ମେଡ଼ିକାଲରେ ଏକ ସ୍ୱତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। […]

swine

swine

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 07:38 PM IST

ଭୁବନେଶ୍ୱର: ଆଜି ରାଜଧାନୀରେ ପ୍ରଥମ ସ୍ୱାଇନ ଫ୍ଲୁ ମୃତ୍ୟୁ ଘଟିଛି। ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଅନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ କଟକ ବଡ଼ମେଡ଼ିକାଲରେ ଏକ ସ୍ୱତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। ଏଥିରେ ୮ଟି ବେଡ୍‌ ରହିଛି। ଏଥିପାଇଁ ଆବଶ୍ୟକ ଔଷଧ ମହଜୁଦ୍‌ ରଖାଯାଇଥିବା ବେଳେ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ସ୍ୱାଇନ୍‌ ଫ୍ଲୁ ସମ୍ପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମୀକ୍ଷା ବୈଠକ ପରେ ଶ୍ରୀ ଜେନା କହିଛନ୍ତି-“ସ୍ୱାଇନ୍‌ ଫ୍ଲୁ ବର୍ଷା ଦିନରେ ହୋଇଥାଏ। ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏପରିକି ମେଡ଼ିକାଲ କଲେଜ, ଜିଲ୍ଲା ସଦର ମହକୁମା ମେଡ଼ିକାଲ ଓ ବେସରକାରୀ ମେଡ଼ିକାଲରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। ଏଥିପାଇଁ ଔଷଧର ଅଭାବ ନାହିଁ। ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କୁ ମାଗଣାରେ ଔଷଧ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ମାସ୍‌, ଚଷମା, ଗ୍ଲୋବ୍‌ ଓ ଜୋତା ଯୋଗାଇ ଦିଆଯି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos