ଘରେ ବଂଶୀ ରଖିବା ଦ୍ୱାରା ମିଳିଥାଏ ଏସବୁ ଲାଭ

ବଂଶୀ ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ। ବଂଶୀ ଘରେ ରଖିବା ଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହା  ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସଦ୍‌ଭାବନା ବଢାଇଥାଏ। ତେବେ ଆସନ୍ତୁ ଜାଣିବା ଘରେ ବଂଶୀ ରଖିବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ।

– ଜ୍ୟୋତିଷଙ୍କ ଅନୁସାରେ ବଂଶୀକୁ ବୁଝି ବିଚାରି ଘରେ ସଠିକ ସ୍ଥାନରେ ରଖିଲେ ଅନେକ ଦୋଷରୁ ମୁକ୍ତି ମିଳିପାରିବ।

–  ବଂଶୀର  ଘରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ।

–  ପେଙ୍ଗ୍‌ସୁଇ ବିଦ୍ୟା ଅନୁଯାୟୀ ଘରେ ବଂଶୀ ରଖିବା ଅତ୍ୟନ୍ତ ଶୁଭ। ଏହା ଉନ୍ନତି ଓ ପ୍ରଗତି  ପାଇଁ ସହାୟକ ହୋଇଥାଏ।

– ଚାକିରି କ୍ଷେତ୍ରରେ ସଫଳତା ପାଇବା ଲାଗି ଘରେ ବଂଶୀ ରଖନ୍ତୁ। ଯଦି ଆପଣ ଚାକିରିକୁ ନେଇ ସନ୍ତୁଷ୍ଟ ରହୁନାହାନ୍ତି, ତା’ହେଲେ ଘରେ ବଂଶୀଟିଏ ରଖନ୍ତୁ। ଏହା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ।

– ବହୁ ପରିଶ୍ରମ କରି ସୁଦ୍ଧା ବ୍ୟବସାୟରେ ସଫଳତା ପାଇପାରୁନଥିଲେ ଓ ଲଗାତାର ଭାବେ କ୍ଷତି ସହୁଥିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ। ଦୋକାନର ଛାତ ଉପରେ ଦୁଇଟି ବଂଶୀକୁ ଝୁଲାଇ ଦିଅନ୍ତୁ। ଏହା ଦ୍ୱାରା ସଫଳତା ମିଳିବ।

– ଯଦି ଆପଣ ନିଜ ପସନ୍ଦ ଅନୁସାରେ ଚାକିରି ପାଇବାକୁ ଚାହାଁନ୍ତି କିମ୍ୱା ପ୍ରମୋସନ ଚାହୁଁଛନ୍ତି, ତା’ହେଲେ ଘରର ମେନ୍ ଗେଟ୍‌ ନିକଟରେ ହଳଦିଆ ରଙ୍ଗର ବଂଶୀ ରଖନ୍ତୁ।

– ଯଦି ବ୍ୟବସାୟରେ ଆପଣ ଲାଗାତାର କ୍ଷତି ସହୁଛନ୍ତି ତା’ହେଲେ ଏହାକୁ ଦୂର କରିବାକୁ ଦୋକାନ କିମ୍ୱା ଘର ଟ୍ରେଜେରୀରେ ଚାନ୍ଦିର ବଂଶୀ ରଖନ୍ତୁ।

– ବିବାହ ହୋଇପାରୁ ନ ଥିଲେ ଅବା ବିବାହ ପାଇଁ ଯୋଗ ଫିଟୁ ନ ଥିଲେ ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍‌ ରଙ୍ଗର ବଂଶୀ ରଖନ୍ତୁ। ମନ ପସନ୍ଦର ଜୀବନ ସାଥୀ ମିଳିବେ।

Previous ArticleNext Article

Leave a Reply

Send this to a friend