ଆରବ ଦୀପ୍‌ରୁ ମିଳିଲା ଆଧୁନିକ ମଣିଷର ସବୁଠାରୁ ପୁରୁଣା ଜୀବାଶ୍ମ

ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ବର୍ଷ ପୁରୁଣା ଜୀବାଶ୍ମ ମିଳିବାର ବହୁ ନଜର ରହିଛି। ଏହି ଯେପରି ମିଳୁଥିବା ଡାଇନୋସରର ଜୀବାଶ୍ମରୁ ତାର ଉପସ୍ଥିତି କେବେ ଥିଲା ତାହା ଆକଲନ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରୁ ମଣିଷର ଜୀବାଶ୍ମ ମଧ୍ୟ ମିଳୁଛି। ଏହାକୁ ଆଧାର କରି ଆମ ମାନବ ସମାଜ କେତେ ପୁରୁଣା, କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ କେବେ ଯାତ୍ରା କରିଥିଲା, ଆଧୁନିକ ମାନବ କେବେ ସମ୍ପୂର୍ଣ୍ଣ ବିକଶିତ ହୋଇଥିଲା ସେ ସମ୍ପର୍କରେ ଅଧ୍ୟୟନ […]

fossils

fossils

Rakesh Mallick
  • Published: Friday, 13 April 2018
  • Updated: 13 April 2018, 09:27 AM IST

Sports

Latest News

ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ବର୍ଷ ପୁରୁଣା ଜୀବାଶ୍ମ ମିଳିବାର ବହୁ ନଜର ରହିଛି। ଏହି ଯେପରି ମିଳୁଥିବା ଡାଇନୋସରର ଜୀବାଶ୍ମରୁ ତାର ଉପସ୍ଥିତି କେବେ ଥିଲା ତାହା ଆକଲନ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରୁ ମଣିଷର ଜୀବାଶ୍ମ ମଧ୍ୟ ମିଳୁଛି। ଏହାକୁ ଆଧାର କରି ଆମ ମାନବ ସମାଜ କେତେ ପୁରୁଣା, କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ କେବେ ଯାତ୍ରା କରିଥିଲା, ଆଧୁନିକ ମାନବ କେବେ ସମ୍ପୂର୍ଣ୍ଣ ବିକଶିତ ହୋଇଥିଲା ସେ ସମ୍ପର୍କରେ ଅଧ୍ୟୟନ କରାଯାଉଛି। Arabian Peninsula ରେ ଏପରି କିଛି ମଣିଷ ଜୀବାଶ୍ମ ମିଳିଛି ଯାହା ୮୫,୦୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଏହା ୩.୨ ମିଟରର ଏକ ଆଙ୍ଗୁଳି। ରିସର୍ଚ ଟିମ୍‌ଙ୍କ ଅନୁସାରେ Arabian Peninsula ରେ ଏପରି ଜୀବାଶ୍ମ ପ୍ରଥମ କରି ମିଳିଛି। ଏହା Homo sapiens fossils ଓ ଆମ ପ୍ରଜାତିର ସବୁଠାରୁ ପୁରୁଣା ନମୁନା ବିବେଚନା କରାଯାଉଛି।

ରିସର୍ଚ ଟିମ୍‌ର ସଦସ୍ୟ ଥିବା ରବିନ ଇଙ୍ଗଲିସ୍‌ଙ୍କ ମତରେ “ଏହା ଏପରି ଏକ ସନ୍ଧାନ, ଯାହାକୁ ଆମେ ବହୁଦିନ ହେଲା ଅପେକ୍ଷା କରିଥିଲେ।”

ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବେ ଅଷ୍ଟ୍ରେଲିଆରୁ ୮୦,୦୦୦ ବର୍ଷ ପୁରୁଣା ମଣିଷ ଦାନ୍ତ ଓ ୬୫,୦୦୦ ବର୍ଷ ପୁରୁଣା ମାନବ ଅବଶେଷ ମିଳିଥିଲା। ହେଲେ Arabian Peninsula ରୁ ମିଳିଥିବା ଆଙ୍ଗୁଳିର ଜୀବାଶ୍ମ ଏହାକୁ ଆହୁରି ଆଗକୁ ନେଇ ଯାଉଛି।

ପୂର୍ବରୁ ପୂରାତତ୍ତ୍ୱବିତ ଯାହା ଭାବୁଥିଲେ ବି Arabian Peninsula ପ୍ରମାଣ କରୁଛି ପ୍ରାରମ୍ଭିକ ଆଧୁନିକ ମଣିଷ ବହୁତ ଆଗରୁ ଆଫ୍ରିକାରୁ ବାହାରି ସାରା ବିଶ୍ୱରେ ପହଞ୍ଚି ଯାଇଥିଲେ। ହେଲେ ଏହାର କୌଣସି ପ୍ରମାଣ ପୂର୍ବରୁ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos