ମିସ୍‌କଲରୁ ପ୍ରେମ, ପ୍ରେମ ପରେ ବଳାତ୍କାର

ରାଉରକେଲା/ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): କଅଁଳ ବୟସରେ କଳଙ୍କର ବୋଝ। ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଘଟଣାରେ ୩ ଜଣ ନାବାଳିକା ହୋଇଛନ୍ତି ବଳାତ୍କାରର ଶିକାର। ବିଚ୍‌ ରାସ୍ତାରୁ ଟେକି ନେଇ ଦୁଇ ଭଉଣୀଙ୍କୁ ବଳାତ୍କାର କରିଛନ୍ତି ଦୁଇ ଜଣ ଅଟୋ ଚାଳକ। ଅନ୍ୟ ଏକ ଘଟଣାକ୍ରମରେ ମୋବାଇଲ ପ୍ରେମ ହୋଇଛି ଜଣେ ନାବାଳିକାଙ୍କ ପାଇଁ କାଳ।  ପ୍ରେମିକ ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ କରିଛି ଗଣବଳାତ୍କାର। ଦୁଇ ଭଉଣୀଙ୍କୁ ଉଠାଇ ନେଲେ ଗତକାଲି ସନ୍ଧ୍ୟା ବେଳେ ଝିରିପାଣି ଥାନା ଅଞ୍ଚଳରେ […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 10:20 PM IST

Sports

Latest News

ରାଉରକେଲା/ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): କଅଁଳ ବୟସରେ କଳଙ୍କର ବୋଝ। ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଘଟଣାରେ ୩ ଜଣ ନାବାଳିକା ହୋଇଛନ୍ତି ବଳାତ୍କାରର ଶିକାର। ବିଚ୍‌ ରାସ୍ତାରୁ ଟେକି ନେଇ ଦୁଇ ଭଉଣୀଙ୍କୁ ବଳାତ୍କାର କରିଛନ୍ତି ଦୁଇ ଜଣ ଅଟୋ ଚାଳକ। ଅନ୍ୟ ଏକ ଘଟଣାକ୍ରମରେ ମୋବାଇଲ ପ୍ରେମ ହୋଇଛି ଜଣେ ନାବାଳିକାଙ୍କ ପାଇଁ କାଳ।  ପ୍ରେମିକ ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ କରିଛି ଗଣବଳାତ୍କାର।

ଦୁଇ ଭଉଣୀଙ୍କୁ ଉଠାଇ ନେଲେ

ଗତକାଲି ସନ୍ଧ୍ୟା ବେଳେ ଝିରିପାଣି ଥାନା ଅଞ୍ଚଳରେ ଦୁଇ ଭଉଣୀ ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଅଟୋ ଚାଳକ ସେମାନଙ୍କୁ ଉଠାଇ ନେଇ ସେକ୍ଟର-୬ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରେ ରାତିସାରା ବଳାତ୍କାର କରିଥିଲେ। ସକାଳେ ସେମାନଙ୍କ ଘର ପାଖରେ ଛାଡ଼ି ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ଦୁଇ ଭଉଣୀ ପରିବାର ଲୋକଙ୍କୁ କହିଥିଲେ। ପରେ ସେମାନଙ୍କ ପରିବାର ଲୋକେ ଝିରିପାଣି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଟୋ ଜବତ କରିଛି। ପୀଡ଼ିତା ଦୁଇ ଭଉଣୀ ଓ ଅଭିଯୁକ୍ତମାନଙ୍କ ଡାକ୍ତରମାନା ମଧ୍ୟ କରାଯାଇଛି।

ଅଭିଯୋଗରୁ ପ୍ରକାଶ, ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ସପ୍ତମ ଓ ଅନ୍ୟ ଜଣେ ଦଶମ ଶ୍ରେଣୀରେ ପଢ଼ନ୍ତି। ସେମାନେ ପ୍ରତିଦିନ ସ୍କୁଲ ଗଲା ବେଳେ ଦୁଇ ଅଟୋ ଚାଳକ ସେମାନଙ୍କୁ କମେଣ୍ଟ ମାରୁଥିଲେ। ପରେ ବଳ ପୂର୍ବକ ଉଠାଇ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ମିସ୍‌ କଲରୁ ଗଣବଳାତ୍କାର...

ରାଜଗାଙ୍ଗପୁର ଅଞ୍ଚଳର ଜଣେ ନାବାଳିକାଙ୍କ ପାଖକୁ ମିସ କଲ୍‌ ଆସିଥିଲା। କଥାବାର୍ତ୍ତା ପରେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ ନାବାଳିକା। କିଛି ଦିନର କଥାବାର୍ତ୍ତା ପରେ ୩ ଦିନ ତଳେ ପ୍ରେମିକ ଜଣକ ନାବାଳିକାଙ୍କୁ ଦେଖା କରିବାକୁ ଡାକିଥିଲେ। ଘରେ କାହାକୁ ନଜଣାଇ ପ୍ରେମିକ କହିଥିବା ସ୍ଥାନକୁ ଆସିଥିଲେ ନାବାଳିକା। କଥା ଛଳରେ ପିକ୍‌ନିକ୍‌ କରିବାକୁ କହି ପିଟାଗାଁର କଣ୍ଟାପାଲି ଜଙ୍ଗଲକୁ ନେଇ ଯାଇଥିଲେ ପ୍ରେମିକ। ପୂର୍ବ ଯୋଜନା ମୁତାବକ ସେଠାରେ ସାଙ୍ଗମାନଙ୍କ ସହିତ ମିଶି ଗଣବଳାତ୍କାର କରିବା ପରେ ଜଙ୍ଗଲରେ ଛାଡ଼ି ଚାଲି ଯାଇଥିଲେ। ଆଜି ଏନେଇ ନାବାଳିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ନବମ ଶ୍ରେଣୀ ଝିଅକୁ ବଳାତ୍କାର; ଭିଡିଓ ଭାଇରାଲ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos