ଯୁବା ଦିଶିବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ଗଜା ରସୁଣ

ଆଜିର ଦିନରେ ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। କିନ୍ତୁ ପ୍ରଦୂଷଣ ଓ ମାନସିକ ଚାପ କାରଣରୁ ଚେହେରାର ଚମକ ଫିକା ପଡିଯାଏ ଓ ଚର୍ମ କୃଞ୍ଚନ ଦେଖାଦିଏ। ଏମିତି ପରିସ୍ଥିତିର ଆପଣ ପଡିଛନ୍ତି କି? ତାହେଲେ ଚିନ୍ତା କରନ୍ତୁନି। ଏମିତି ସମସ୍ୟାରୁ ମୁକ୍ତି ପାଇଁ ସରଳ ଘରୋଇ ଉପଚାର ହେଉଛି ନିୟମିତ ରସୁଣ ସେବନ । ଗଜା ରସୁଣ ସେବନ ଅନେକ ରୋଗର ପ୍ରତିଶେଧକ ଭାବେ କାମ କରିଥାଏ । ଅନେକ ଶାରୀରିକ ସମସ୍ୟାର […]

Rakesh Mallick
  • Published: Thursday, 26 October 2017
  • Updated: 26 October 2017, 01:37 PM IST

Sports

Latest News

ଆଜିର ଦିନରେ ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। କିନ୍ତୁ ପ୍ରଦୂଷଣ ଓ ମାନସିକ ଚାପ କାରଣରୁ ଚେହେରାର ଚମକ ଫିକା ପଡିଯାଏ ଓ ଚର୍ମ କୃଞ୍ଚନ ଦେଖାଦିଏ। ଏମିତି ପରିସ୍ଥିତିର ଆପଣ ପଡିଛନ୍ତି କି? ତାହେଲେ ଚିନ୍ତା କରନ୍ତୁନି। ଏମିତି ସମସ୍ୟାରୁ ମୁକ୍ତି ପାଇଁ ସରଳ ଘରୋଇ ଉପଚାର ହେଉଛି ନିୟମିତ ରସୁଣ ସେବନ । ଗଜା ରସୁଣ ସେବନ ଅନେକ ରୋଗର ପ୍ରତିଶେଧକ ଭାବେ କାମ କରିଥାଏ । ଅନେକ ଶାରୀରିକ ସମସ୍ୟାର ମୂଳୋତ୍ପାଟନ ଲାଗି ମଧ୍ୟ ଏହା ବହୁମାତ୍ରାରେ ଲାଭକାରୀ। ତେବେ  ଆସନ୍ତୁ ଜାଣିବା ରସୁଣ ବ୍ୟବହାର କରି କିଭଳି ବିଭିନ୍ନ ସମସ୍ୟାରୁ  ମୁକ୍ତି ପାଇପାରିବା।

ଔଷଧୀୟ ଗୁଣ ଓ ଉପକାରିତା

  • ଆଣ୍ଟି ଅକ୍ସିଡେଣ୍ଟରେ ଭରପୂର ରସୁଣ ମାନସିକ ଚାପରୁ ମୁକ୍ତି ଦେଇଥାଏ । ନିୟମିତ ରସୁଣ ଖାଇବା ଦ୍ୱାରା ମୁଁହରେ ଭାଙ୍ଗ ପଡି ନ ଥାଏ ଏବଂ ମୁଁହ ବେଳକୁ ବେଳ ଉଜ୍ଜଳ ଦିଶେ ।
  • ପରିବର୍ତ୍ତିତ ପାଗ କାରଣରୁ ଥଣ୍ଡା କାଶ ପରି ସଂକ୍ରାମକ ରୋଗ ଦେଖାଗଲେ ନିୟମିତ ରସୁଣ ଖାଇଲେ ଶରୀର ସୁସ୍ଥ ରୁହେ।
  • ହୃଦ୍‌ରୋଗୀଙ୍କ ନିମନ୍ତେ ରସୁଣ ରାମବାଣ ସଦୃଶ । ଏଥିରେ ଥିବା ଫାଇଟୋକେମିକଲ୍ସ ରକ୍ତକୁ ପତଳା ହେବାକୁ ଦେଇ ନ ଥାଏ।
  • ନିୟମିତ ରସୁଣ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos