‘ବିଧାୟକଙ୍କ ପୁଅ ମୋ ସହିତ ଦୁଇବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ’
ରାଉରକେଲା (ଓଡ଼ିଶା ରିପୋର୍ଟର): ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଭଳି ପୁଅ ପାଇଁ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଅଡୁଆରେ ପଡ଼ିଛନ୍ତି। ଜର୍ଜଙ୍କ ପୁଅ ରାକେଶଙ୍କ ବିରୋଧରେ ଲଭ୍, ସେକ୍ସ ଆଉ ଧୋକ୍କାର ପରି ଅଭିଯୋଗ ଆସିଛି। ବିବାହର ପ୍ରତିଶ୍ରୁତି ଦେଇ ରାକେଶ ଗତ ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ପରେ ତାଙ୍କୁ ପ୍ରତାରିତ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ ରାଉରକେଲା ମହିଳା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରିଛି।
୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ୨ ବର୍ଷ ଧରି ରାକେଶ ସମ୍ପୃକ୍ତ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ଗତ ୬ ମାସ ହେଲା ସଂପୃକ୍ତ ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ ରାକେଶ। ଏପରିକି ଅନ୍ୟ ଜଣେ ଝିଅକୁ ସେ(ରାକେଶ) ବାହା ହେବା ପାଇଁ ନିର୍ବନ୍ଧ କରିସାରିଛନ୍ତି। ଏ ସମ୍ପର୍କରେ ଯୁବତୀ ଜଣକ ଜାଣିପାରି ରାକେଶଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର କିଛି ଲାଭ ମିଳିନଥିଲା। ପରେ ବାଧ୍ୟ ହୋଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିବା ସହିତ ପ୍ରତିଶ୍ରୁତି ଦେଇ ବାରମ୍ବାର ଧର୍ଷଣ କରିବା, ହତ୍ୟା ଧମକ ଏବଂ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଆଦି ୩ଟି ଦଫା ଲଗାଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗକାରୀ କହିଛନ୍ତି-“ପାରିବାରିକ ବିବାଦକୁ ଘରେ ସମାଧାନ କରିବାକୁ ଚାହିଁଥିଲି। ମାତ୍ର ରାକେଶଙ୍କ ପରିବାର ଲୋକେ ଘଟଣା ସମାଧାନ କରିବାକୁ ଚେଷ୍ଟା କଲେନାହିଁ। ମୋତେ ନିଚା ଦେଖିଲେ।”
ବିଧାୟକ ତଥା ରାକେଶଙ୍କ ବାପା ଜର୍ଜ ତିର୍କୀ କହିଛନ୍ତି-“ଜଣେ ବାପ ହିସାବରେ ପୁଅ ଯଦି ଭୁଲ କରିଛି ଦଣ୍ଡ ପାଉ। ଯଦି ସେ କୌଣସି ଦୋଷ କରିନାହିଁ, ତାହାହେଲେ ନିର୍ଦ୍ଦୋଷରେ ଖଲାସ ହେବ।”
Ordigital Desk
• Published: Friday, 08 September 2017
• Updated: 08 September 2017, 09:14 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos