ଆପଣଙ୍କ ଗାର୍ଲଫ୍ରେଣ୍ଡ ଚସମିସ୍‌ କି? ହୋଇପାରେ ଏସବୁ ସମସ୍ୟା

ପୁଅମାନେ ଚଷମା ପିନ୍ଧୁଥିବା ଝିଅଙ୍କ ପ୍ରେମରେ ଶୀଘ୍ର ପଡ଼ିଥାନ୍ତି। ଚଷମା ପିନ୍ଧୁଥିବା ଝିଅ ଭାରି ଷ୍ଟାଇଲିଷ୍ଟ ବୋଲି  ସେମାନେ ଭାବିଥାନ୍ତି। ସାଧାରଣତଃ ଝିଅମାନେ ଚଷମା ପିନ୍ଧିଲେ ବହୁତ ସୁନ୍ଦର ବି ଦେଖା ଯାଆନ୍ତି। ଆପଣଙ୍କର ଚସମିସ୍‌ ଗାର୍ଲଫ୍ରେଣ୍ଡ ଥିଲେ ଆପଣଙ୍କୁ କିଛି କମ୍ପ୍ରୋମାଇଜ୍‌ କରିବାକୁ ପଡ଼ିବ। କାରଣ ଚଷମା ପିନ୍ଧୁଥିବା ଝିଅମାନେ କିଛି କାମ କରିବା ବେଳେ ସମସ୍ୟାରେ ପଡ଼ିଥାନ୍ତି। ଏଥିପାଇଁ ଚଷମା ପିନ୍ଧା ଗାର୍ଲଫ୍ରେଣ୍ଡ ଥିଲେ ଏସବୁ କାମ ପାଇଁ ଆପଣଙ୍କୁ କମ୍ପ୍ରୋମାଇଜ୍‌ କରିବାକୁ ପଡିବ। […]

chasmis copy

chasmis copy

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 07:47 PM IST

Sports

Latest News

ପୁଅମାନେ ଚଷମା ପିନ୍ଧୁଥିବା ଝିଅଙ୍କ ପ୍ରେମରେ ଶୀଘ୍ର ପଡ଼ିଥାନ୍ତି। ଚଷମା ପିନ୍ଧୁଥିବା ଝିଅ ଭାରି ଷ୍ଟାଇଲିଷ୍ଟ ବୋଲି  ସେମାନେ ଭାବିଥାନ୍ତି। ସାଧାରଣତଃ ଝିଅମାନେ ଚଷମା ପିନ୍ଧିଲେ ବହୁତ ସୁନ୍ଦର ବି ଦେଖା ଯାଆନ୍ତି। ଆପଣଙ୍କର ଚସମିସ୍‌ ଗାର୍ଲଫ୍ରେଣ୍ଡ ଥିଲେ ଆପଣଙ୍କୁ କିଛି କମ୍ପ୍ରୋମାଇଜ୍‌ କରିବାକୁ ପଡ଼ିବ। କାରଣ ଚଷମା ପିନ୍ଧୁଥିବା ଝିଅମାନେ କିଛି କାମ କରିବା ବେଳେ ସମସ୍ୟାରେ ପଡ଼ିଥାନ୍ତି। ଏଥିପାଇଁ ଚଷମା ପିନ୍ଧା ଗାର୍ଲଫ୍ରେଣ୍ଡ ଥିଲେ ଏସବୁ କାମ ପାଇଁ ଆପଣଙ୍କୁ କମ୍ପ୍ରୋମାଇଜ୍‌ କରିବାକୁ ପଡିବ। ଆସନ୍ତୁ ଜାଣିବା କ’ଣ ସବୁ ସମସ୍ୟା ରହିଥାଏ ଚଷମା ପିନ୍ଧା ଗାର୍ଲଫ୍ରେଣ୍ଡଙ୍କ ପାଖରେ।

3D ଫିଲ୍ମ ଦେଖିବାରେ ସମସ୍ୟା: ଯଦି ଗାର୍ଲଫ୍ରେଣ୍ଡ ଚସମିସ୍‌ ହୋଇଥିବ, ତା’ସହିତ ଆପଣ 3D ଫିଲ୍ମ ଦେଖିପାରିବେନି। ଚଷମା ଉପରେ 3D ଚଷମା ପିନ୍ଧିବା ସମ୍ଭବ ନୁହେଁ। ସେଥିପାଇଁ ଗାର୍ଲଫ୍ରେଣ୍ଡ ସହ 3D ଫିଲ୍ମ ଦେଖିବାର ସ୍ୱପ୍ନ କେବେ ପୂରା ହେବନାହିଁ। ଆପଣ 3D ଫିଲ୍ମ ଦେଖିବାକୁ ଚାହୁଁଥିଲେ ଏକାକି ଦେଖିବେ ନହେଲେ ସାଙ୍ଗମାନଙ୍କ ସହ ଯିବେ।

କିସ୍‌ କରି଼ବା କଷ୍ଟକର: ଗର୍ଲଫ୍ରେଣ୍ଡ ଚଷମା ପିନ୍ଧୁଥିଲେ କିସ୍‌ କରିବା କଷ୍ଟକର ହୋଇଥାଏ ବୋଲି ବହୁତ କହିଥାନ୍ତି। ଗାର୍ଲଫ୍ରେଣ୍ଡକୁ କିସ୍‌ କଲେ ଚଷମା ବାଧା ସୃଷ୍ଟି କରିଥାଏ। ଏହା ମୁହଁରେ ବାଜିଥାଏ। ଏମିତି ହୋଇଥାଏ, କିସ୍‌ ପାଇଁ ଗାର୍ଲଫ୍ରେଣ୍ଡକୁ ଚଷମା ବାହାର କରିବାକୁ ପଡ଼ିଥାଏ।

ନାଇଟ୍ ଆଉଟ୍‌ରେ ଅସୁବିଧା: ଯଦି ପାର୍ଟନର  ଚଷମା ପିନ୍ଧୁଥିବ, ତାହାହେଲେ ନାଇଟ୍‌ଆଉଟ୍ ପ୍ଲାନ କରିବା ପୂର୍ବରୁ ଥରେ ଭାବନ୍ତୁ। ଯଦି ନାଇଟ୍‌ଆଉଟ୍ ପ୍ଲାନ କରୁଛନ୍ତି, ତାହାହେଲେ କଣ୍ଟାକ୍‌ ଲେନ୍ସ ପାଖରେ ରଖିବା ଆବଶ୍ୟକ। ଯଦି କେବେ ଲେନ୍ସ ହଜିଯାଏ ତା’ହେଲେ ଅସୁବିଧାରେ ପଡ଼ି ପାରନ୍ତି। ଏଥିପାଇଁ ଆପଣଙ୍କ ପାର୍ଟନର ସହ ନାଇଟଆଉଟ୍ ପ୍ଲାନ କରନ୍ତୁ ନାହିଁ।

ସୁଇମିଂ କରିବା କି ପାହାଡ଼ ଚଢ଼ିବା କଷ୍ଟକର: ଯଦି ଗାର୍ଲଫ୍ରେଣ୍ଡ ଅଧିକ ପାୱରଫୁଲ ଲେନ୍ସର ଚଷମା ପିନ୍ଧୁଥିବ ତେବେ ସୁଇମିଂ କରିବା ଓ ପାହାଡ଼ ଚଢ଼ିବା କଷ୍ଟକର ହୋଇଯାଇଥାଏ। ବିନା ଚଷମାରେ ତାଙ୍କ ପକ୍ଷେ ଦେଖିବା କଷ୍ଟକର ହୋଇଥାଏ ଓ ଚଷମା ପିନ୍ଧିଥିବା ବେଳେ ଗାର୍ଲଫ୍ରେଣ୍ଡ ସହ ଏହି ଦୁଇଟି କାମ କରିବାକୁ କେହି ବି ବୟଫ୍ରେଣ୍ଡ ପସନ୍ଦ କରି ନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos