ଆପଣ ପୋଡ଼ା ତେଲ ବ୍ୟବହାର କରୁଛନ୍ତି କି ? ମାଡ଼ି ଆସିପାରେ ପ୍ରାଣଘାତୀ ରୋଗ, ପଢନ୍ତୁ କେମିତି

ସାଧାରଣତଃ ଦେଖିବାକୁ ମିଳେ ଘରେ ଯେତେବେଳେ ପୁରୀ କିମ୍ବା ପକୁଡ଼ି  ଛଣା ଯାଏ, ତା’ପରେ କଡେଇରେ ତେଲ ବଞ୍ଚିଯାଏ। ଏହାକୁ ପୋଡ଼ା ତେଲ ବୋଲି କୁହାଯାଏ। ଅଧିକାଂଶ ଲୋକେ ତାକୁ ନଫୋପାଡ଼ି ପୁଣି ଥରେ ବ୍ୟବହାର କରନ୍ତି।  କେହି ତରକାରି କରିବାରେ ବ୍ୟବହାର କରନ୍ତି ତ’ ଆଉ କେହି ତାକୁ ପୁଣିଥରେ ଡବାରେ ରଖି ଦିଅନ୍ତି। କିନ୍ତୁ ଏହି ପୋଡ଼ା ତେଲ ଶରୀର ପାଇଁ ଅତ୍ୟନ୍ତ ମାରାତ୍ମକ। ଏପରିକି ଆପଣଙ୍କ ପ୍ରତି ପ୍ରାଣଘାତୀ ରୋଗ କ୍ୟାନ୍ସର ମାଡ଼ିଆସିବାର […]

oil-1

oil-1

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 04:35 PM IST

Sports

Latest News

ସାଧାରଣତଃ ଦେଖିବାକୁ ମିଳେ ଘରେ ଯେତେବେଳେ ପୁରୀ କିମ୍ବା ପକୁଡ଼ି  ଛଣା ଯାଏ, ତା’ପରେ କଡେଇରେ ତେଲ ବଞ୍ଚିଯାଏ। ଏହାକୁ ପୋଡ଼ା ତେଲ ବୋଲି କୁହାଯାଏ। ଅଧିକାଂଶ ଲୋକେ ତାକୁ ନଫୋପାଡ଼ି ପୁଣି ଥରେ ବ୍ୟବହାର କରନ୍ତି।  କେହି ତରକାରି କରିବାରେ ବ୍ୟବହାର କରନ୍ତି ତ’ ଆଉ କେହି ତାକୁ ପୁଣିଥରେ ଡବାରେ ରଖି ଦିଅନ୍ତି। କିନ୍ତୁ ଏହି ପୋଡ଼ା ତେଲ ଶରୀର ପାଇଁ ଅତ୍ୟନ୍ତ ମାରାତ୍ମକ। ଏପରିକି ଆପଣଙ୍କ ପ୍ରତି ପ୍ରାଣଘାତୀ ରୋଗ କ୍ୟାନ୍ସର ମାଡ଼ିଆସିବାର ବିପଦ ରହିଛି।  କିନ୍ତୁ ଏକଥା ସମସ୍ତେ ଜାଣି ନ ଥାନ୍ତି । ତେବେ ଚାଳନ୍ତୁ ଜାଣିବା ପୋଡ଼ା ତେଲକୁ ପୁଣି ଥରେ ବ୍ୟବହାର କଲେ ଆଉ କ’ଣ କ’ଣ କ୍ଷତି ହେବ।

ଥରେ ବ୍ୟବହାର କରୁଥିବା ତେଲକୁ ଆଉ ଥରେ ବ୍ୟବହାର କଲେ ତାହା  କ୍ୟାନ୍‌ସର ହେବାର ଆଶଙ୍କା ଥାଏ। କାହିଁକି ନା ତେଲକୁ ବାରମ୍ବାର ଗରମ କରିବା ମାତ୍ରେ ସେଥିରେ ଧିରେ ଧିରେ ଫ୍ରି ରେଡ଼ିକଲ୍ସର ତିଆରି ହେବାକୁ ଲାଗିଥାଏ। ଯେଉଁଥି ପାଇଁ  ସେହି ତେଲରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା କମ୍‌ ହେବାକୁ ଲାଗିଥାଏ। ଆଉ ସେହି ତେଲରୁ କ୍ୟାନ୍ସର ଜୀବାଣୁ ଜନ୍ମ ନେଇଥାଏ।  ଯାହା ଖାଇବା ପରେ ଆମ ଦେହ ଖରାପ ହୋଇଥାଏ। ବାରମ୍ବାର ବ୍ୟବହାର କରୁଥିବା ତେଲ ଆମ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ। ଏହା ବ୍ୟବହାର କରିବା ଦ୍ୱାରା କୋଲେଷ୍ଟ୍ରୋଲ ସ୍ଥର ବଢ଼ିଥାଏ। ଖାଲି ଏତିକି ନୁହେଁ ହାର୍ଟ ସଂକ୍ରାନ୍ତୀୟ ରୋଗର  ବିପଦ ମଧ୍ୟ ବଢି ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos