ଆମ ଦୈନନ୍ଦିନ ଜୀବନରେ ଆଳୁ ପରି ପିଆଜର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କଞ୍ଚା ପିଆଜ ଖାଇବାକୁ ଭଲ ପାଆନ୍ତି ତ ଆଉ କିଏ ତରକାରୀରେ ଏହାକୁ ପକାଇ ଖାଇଥାନ୍ତି। ଯଦି ଆପଣ ଖାଇବାରେ ପ୍ରତିଦିନ ପିଆଜକୁ ସାମିଲ କରିଛନ୍ତି, ତେବେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏହାର ଅନେକ ଫାଇଦା ରହିଛି। ତା’ ହେଲେ ଆସନ୍ତୁ ଜାଣିବା ପିଆଜ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।
-ପିଆଜ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
-କଞ୍ଚା ପିଆଜ ଖାଇବା ଦ୍ୱାରା ଥଣ୍ଡା ଜ୍ୱର ଓ କାଶରୁ ମୁକ୍ତି ମିଳିଥାଏ।
-ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ପିଆଜ।
-ମଧୁମେହ ରୋଗୀ ସେମାନଙ୍କ ଖାଇବାରେ ପିଆଜ ବ୍ୟବହାର କରିପାରିବେ।
- ପିଆଜ ରସ ତ୍ୱଚା ଓ କେଶରେ ଲଗାଇବା ଭଲ ।
-ଏଥିରେ ଥିବା ତତ୍ତ୍ୱ ମାରାତ୍ମକ କ୍ୟାନସର ସହ ଲଢ଼ିବାରେ ସାହାଯ୍ୟ କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।