ନିୟମିତ ବିଟ୍‌ ଖାଆନ୍ତୁ, ଦୂର ହେବ ଏହି ସମସ୍ୟା

beetroot

ବିଟ୍‌ରେ ଭରି ରହିଛି ବହୁ ମାତ୍ରାରେ ଭିଟାମିନ। ବାଇଗଣୀ ଓ ଲାଲ୍ ରଙ୍ଗର ଏହି ବିଟ୍‌ ମାଟିତଳେ ଫଳିଥାଏ। ଏହାକୁ କଞ୍ଚା ଓ ସିଝାଇ ଖାଇହେବ। ଏହା ଶରୀର ପାଇଁ ବହୁ ଉପକାରୀ। ତେବେ ଆସନ୍ତୁ ଜାଣିବା ବିଟ୍‌ ଖାଇଲେ କି ଲାଭ ମିଳିବ।
beetrootଛୁଆଙ୍କ ମସ୍ତିଷ୍କକୁ ବୃଦ୍ଧି କରିଥାଏ ବିଟ୍‌: ଛୋଟ ଛୁଆଙ୍କୁ କଞ୍ଚା ପରିବା ସିଝାଇ ଖାଇବାକୁ ଦିଆଯାଇଥାଏ। ଏଥିରେ ବିଟ୍‌ ମଧ୍ୟ ଖାଇବାକୁ ଦିଅନ୍ତୁ। ଏହାର ରସକୁ ଛୁଆର ତାଳୁରେ ମାଲିସ୍‌ କରନ୍ତୁ ଏବଂ ପିଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପିଲାଙ୍କ ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।
beetrootକେଶକୁ ମୋଟା କରିଥାଏ: ଆପଣଙ୍କ କେଶ ପତଳା ଅଛି କି ? ଯଦି ଭାବୁଛନ୍ତି କେଶ ପତଳା ଅଛି ତେବେ ନିୟମିତ ବିଟ୍‌ ବ୍ୟବହାର କରନ୍ତୁ, ଏହା କେଶକୁ ବହଳିଆ କରିବା ସହ ଶକ୍ତ କରିଥାଏ। ଏହା ବ୍ୟତୀତ ବିଟ୍‌ ରସକୁ କେଶ ଝଡିଥିବା ଜାଗାରେ ଦିନକୁ ୩ରୁ ୪ଥର ମାଲିସ୍ କଲେ ସେହି ଜାଗାରେ ନୂଆ କେଶ ହୋଇଥାଏ। ବିଟ୍‌ ଏବଂ ଅଁଳାର ସତେଜ ରସକୁ ପ୍ରତିଦିନ ମୁଣ୍ଡରେ ମାଲିସ୍‌ କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ।
beetrootରକ୍ତହୀନତା ଦୂର କରେ ବିଟ୍‌: ଶରୀରରେ ରକ୍ତର ଅଭାବ ଦେଖା ଦେଲେ ହିମୋଗ୍ଲୋବିନ୍ ମଧ୍ୟ କମି ଯାଇଥାଏ। ଏମିତି ସମସ୍ୟାରେ ଥିଲେ ବିଟ୍‌ ଖାଇବାକୁ ଡାକ୍ତର ଉପଦେଶ ଦେଇଥାନ୍ତି। ବିଟ୍ ଲିଭ୍‌ରକୁ ସଫା ରଖିଥାଏ। ଫଳରେ ଶରୀରରେ ରକ୍ତ ସଂଞ୍ଚାଳନ ପ୍ରକ୍ରିୟା ଠିକ୍‌ ହୋଇଯାଇଥାଏ। ବିଟ୍‌କୁ ସିଝାଇ ସେଥିରେ ଗରମ ମସଲା ଏବଂ ଲେମ୍ବୁ ମିଶାଇ ଖାଇଲେ ଅନେକ ଉପକାର ମିଳିଥାଏ।
beetrootଦାନ୍ତ ବିନ୍ଧା ପାଇଁ ମହୌଷଧୀ: ଦାନ୍ତ ବିନ୍ଧା ହେଲେ କିମ୍ବା ମାଢି ଫୁଲିଲେ ବିଟ୍‌କୁ ବାଟି ଏହାର ରସ ବାହାର କରନ୍ତୁ। ଏହାର ରସକୁ ପାଟିରେ କିଛି ସମୟ ରଖି କୁଳି କରନ୍ତୁ। ଏହା କରିବା ଦ୍ୱାରା ପୋକ ଥିବା ଦାନ୍ତ ବିନ୍ଧା ଦୂର ହେବା ସହିତ ମାଢି ଫୁଲାରୁ ମଧ୍ୟ ଉପଶମ ମିଳିଥାଏ। ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ରହିଛି ଓ ମୁଣ୍ଡ ବିନ୍ଧୁଛି ତେବେ ବିଟ୍‌ ରସକୁ ଅଳ୍ପ ଗରମ କରି ନାକରେ ପକାନ୍ତୁ, ସୁଫଳ ପାଇବେ।
beetrootହୃତପିଣ୍ଡକୁ ରଖେ ନିରୋଗ: ବିଟ୍‌ କେବଳ ଡାୟବେଟିଜ୍‌ ଓ ଏନିମିଆ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ ଏହା ହୃତପିଣ୍ଡକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ବିଟ୍‌ ରସ ପିଇବା ଦ୍ୱାରା ହୃଦରୋଗୀଙ୍କର ବ୍ୟାୟାମ କରିବାର କ୍ଷମତା ବଢିଥାଏ ବୋଲି ହୃଦରୋଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Previous ArticleNext Article

Send this to a friend