ପିଅନ୍ତୁ ପିଜୁଳି ପତ୍ରର ଚାହା: ଦୂର ହେବ ଏହି ସମସ୍ୟା

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଔଷଧୀୟ ଗୁଣ ବି ଭରପୂର। କିନ୍ତୁ ଆପଣ ଜାଣନ୍ତି କି ପିଜୁଳି ପତ୍ରରେ ଥିବା ଔଷଧୀୟ ଗୁଣ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍‌, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟିଇଫ୍ଲେମେଟୋରୀ ଗୁଣ ରହିଛି। ପିଜୁଳି ପତ୍ରର ରସ ଅବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚାହା ପିଇବା ଦ୍ୱାରା ତ୍ୱଚା, କେଶ ଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ।

ଓଜନ ନିୟନ୍ତ୍ରଣ: ପିଜୁଳି ପତ୍ର ରସ ପିଇଲେ ଶରୀରରେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଶରୀରରେ କାବ୍ରୋହାଇଡ୍ରେଡ୍‌ ଜାତୀୟ ଖାଦ୍ୟ ଦ୍ୱାରା ବଢ଼ୁଥିବା ଚର୍ବିକୁ କମାଇବାରେ କ୍ଷମତା ଏହାର ରହିଛି।

ମଧୁମେହ ରୋଗୀ ପାଇଁ ଅବ୍ୟର୍ଥ ଔଷଧ: ପିଜୁଳି ପତ୍ର ମଧୁମେହ ରୋଗୀଙ୍କ ପାଇଁ ଅବ୍ୟର୍ଥ ଔଷଧ। ଗବେଷଣାରୁ ଜଣାପଡ଼ିଛି ଯେ ପିଜୁଳି ପତ୍ରର ତିଆରି ଚାହା ସେବନ କରିବା ଦ୍ୱାରା ଆମ ଶରୀରରେ Alpha-glucoside ଏନଜାଇମର ଗତିବିଧିକୁ କମ୍‌ କରିଥାଏ। ପିଜୁଳି ପତ୍ରରେ ରକ୍ତରେ ବଢ଼ୁଥିବା ଶର୍କରା ଭାଗକୁ କମ୍‌ କରିବାର ଶକ୍ତି ରହିଛି। ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପିଜୁଳି ପତ୍ରରେ ତିଆରି ଚାହା ୧୨ ସପ୍ତାହ ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମ୍‌ ହୋଇଯାଇଥାଏ। ଯେପରି ମଧୁମେହ ରୋଗୀ ଇନସୁଲିନ୍‌ ନେଲେ ରକ୍ତରେ ଶର୍କରା ସ୍ତର କମ୍‌ ହୋଇଥାଏ।

ହୃତପିଣ୍ଡକୁ ସୁସ୍ଥ ରଖେ: ପିଜୁଳି ପତ୍ରରେ ତିଆରି ଚାହା ପିଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରୁହେ। ୨୦୦୫ ମସିହାରେ ପ୍ରକାଶିତ ଏକ ପ୍ରୟୋଗଶାଳା ଅଧ୍ୟୟନ ଅନୁଯାୟୀ ପିଜୁଳି ପତ୍ର ରକ୍ତଚାପ ଓ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପିଜୁଳି ପତ୍ର ଚାହା ପିଇବା‍ ଦ୍ୱାରା କୋଲେଷ୍ଟ୍ରେଲ୍‌ ସ୍ତର କମ୍‌ କରିଥାଏ।

ଡାଇରିଆର ଉପପଚାର: ଡାଇରିଆ ପାଇଁ  ପିଜୁଳି ପତ୍ର ଭାରି ଉପକାରୀ। ଯଦି ଆପଣଙ୍କର ଡାଇରିଆ ହେଉଛି ତେବେ ପେଜ୍‌ରେ ୩୦ ଗ୍ରାମ ପିଜୁଳି ପତ୍ର ପକାଇ ଗରମ କରି ଦିନକୁ ୨ ଥର ପିଇଲେ ଭଲ ହୋଇଯାଇଥାଏ। ପିଜୁଳି ପତ୍ରର ରସ ପିଇଲେ ଡିସେଣ୍ଟ୍ରି ମଧ୍ୟ ହୋଇଯାଇଥାଏ।

ପାଚନ ପ୍ରକ୍ରିୟା ସକ୍ରିୟ କରେ: ଉତ୍ତମ ହଜମ ପ୍ରକ୍ରିୟା ପାଇଁ ପିଜୁଳି ପତ୍ର ଅତ୍ୟନ୍ତ ଭଲ। ପିଜୁଳି ପତ୍ରରେ ଥିବା ଆଣ୍ଟି ବାକ୍ଟେରିଆ ଏଜେଣ୍ଟ୍‌ ଶରୀରରୁ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାନ୍ତି।

 ଏଲର୍ଜି ଭଲ ହୋଇଥାଏ: ଶରୀରରେ ଏଲର୍ଜି ହୋଇଥିଲେ ପିଜୁଳି ପତ୍ରର ରସ ପିଇବା ଦ୍ୱାରା ଭଲ ହୋଇଯାଇଥାଏ। ଏହାସହ ଦେହ କୁଣ୍ଡେଇ ହେଲେ ପିଜୁଳି ରସ  ପିଇବା ଦ୍ୱାରା ଭଲ ହୋଇଯାଇଥାଏ।

ବ୍ରଣ ସମସ୍ୟା ମୁକ୍ତି ଦିଏ: ପିଜୁଳି ପତ୍ରରେ ଆଣ୍ଟିସ୍‌ପେଟିକ୍‌ ଗୁଣ ଥିବାରୁ ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ମୁହଁରେ ବ୍ରଣ ଓ ଦାଗ ହୋଇଥିଲେ ପିଜୁଳି ପତ୍ରର ଚାହା  ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

 

Previous ArticleNext Article

Leave a Reply

Send this to a friend