ସାବଧାନ! ନଖ କାମୁଡୁ ଥିଲେ ମାଡ଼ି ଆସିବ ଏହି ରୋଗ

ଅଧିକାଂଶ ଲୋକଙ୍କ ନଖ କାମୁଡିବାର ଅଭ୍ୟାସ ଥାଏ। ନଖ କାମୁଡିବା ସାଧାରଣ ଲାଗୁଥିଲେ ମଧ୍ୟ ଏହା ଶରୀର ଉପରେ ବହୁତ କୁପ୍ରଭାବ ପକାଇଥାଏ। ନଖ କାମୁଡିବା ଦ୍ୱାରା ଶରୀର ମଧ୍ୟକୁ ନଖର ଜୀବାଣୁ ପ୍ରବେଶ କରିଥାଏ। ଯହା ପେଟ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ୱାରା ହଜମ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ। ତେବେ ଆସନ୍ତୁ ଜାଣିବା ନଖ କାମୁଡିବା ଅଭ୍ୟାସ କେଉଁ ସବୁ ସମସ୍ୟା ଡାକିଆଣେ। ୧. ନଖ କାମୁଡିବା ଦ୍ୱାରା ନଖରେ ଥିବା ଜୀବାଣୁ […]

nail

nail

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 10:50 AM IST

Sports

Latest News

ଅଧିକାଂଶ ଲୋକଙ୍କ ନଖ କାମୁଡିବାର ଅଭ୍ୟାସ ଥାଏ। ନଖ କାମୁଡିବା ସାଧାରଣ ଲାଗୁଥିଲେ ମଧ୍ୟ ଏହା ଶରୀର ଉପରେ ବହୁତ କୁପ୍ରଭାବ ପକାଇଥାଏ। ନଖ କାମୁଡିବା ଦ୍ୱାରା ଶରୀର ମଧ୍ୟକୁ ନଖର ଜୀବାଣୁ ପ୍ରବେଶ କରିଥାଏ। ଯହା ପେଟ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ୱାରା ହଜମ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ। ତେବେ ଆସନ୍ତୁ ଜାଣିବା ନଖ କାମୁଡିବା ଅଭ୍ୟାସ କେଉଁ ସବୁ ସମସ୍ୟା ଡାକିଆଣେ।

୧. ନଖ କାମୁଡିବା ଦ୍ୱାରା ନଖରେ ଥିବା ଜୀବାଣୁ ପେଟକୁ ଯାଏ। ଏହା ଏପରି ଏକ ଅଭ୍ୟାସ, ଯାହା ଫଳରେ ନଖ ଅସୁନ୍ଦର ଦିଶିଥାଏ। ବାରମ୍ୱାର ନଖ କାମୁଡିବା ଦ୍ୱାରା ଏଥିରେ ଦାଗ ପଡିଯାଏ।

nail୨. ନଖ କାମୁଡିବା ଅଭ୍ୟସ୍ତ ଲୋକେ ଡର୍ମୋଟୋଫିଜିଆ (dermatophagia) ଅର୍ଥାତ୍‌ ନଖ ଖଣ୍ଡିଆ ହୋଇଯିବା ରୋଗର ଶିକାର ହୁଅନ୍ତି।

୩. ଗବେଷଣାରୁ ଜଣାପଡିଛି ଯୁବା ବୟସ୍କ ଓ ଚିନ୍ତାଗ୍ରସ୍ତ ଲୋକଙ୍କ ନଖ କାମୁଡିବା ଅଭ୍ୟାସ ରହିଥାଏ। ଏପରି ହେଲେ ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ।

୪. ନଖ ସବୁବେଳେ କାମୁଡିବା ଦ୍ୱାରା ଦାନ୍ତର ଆକାର ବଦଳିଯାଏ। ଏହା ଦାନ୍ତ ଉପରେ ପ୍ରଭାବ ପକାଇଥାଏ ।

nail୫. ଅନେକ ବର୍ଷ ଯାଏ ନଖ କାମୁଡିବା ଦ୍ୱାରା ଦାନ୍ତ ମଧ୍ୟରେ ଫାଙ୍କ ହୋଇଯାଏ।

୬. କାନ ପାଖରେ temporomandibular(tmj) ଗ୍ରନ୍ଥି ରହିଛି। ଯାହା ମୁହଁ ଖୋଲିବା ଓ ବନ୍ଦ କରିବାରେ ସାହାଯ୍ୟ କରେ। ନଖ କାମୁଡିବା କାରଣରୁ ଗ୍ରନ୍ଥି ଉପରେ ପ୍ରଭାବ ପଡେ। ଯାହାଦ୍ୱାରା କାନ ଦରଜ, ମୁହଁ ଦରଜ, ପାଟି ଠିକ୍‌ ଭାବେ ମେଲା ବା ବନ୍ଦ ନହେବା ପରି ସମସ୍ୟା ଦେଖାଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos