ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ ୪ ଫୁଟ୍‌ର ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେବ ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ପୋଲ ବୁଡ଼ି ଯାଇଥିବା ବେଳେ କେତେକ ସ୍ଥାନରେ ପୋଲ ଉପରେ ପାଣି ଚାଲୁଛି। ଗୋରକୁଣ୍ଡା ଓ ଏମ୍‌ଭି ୩୭ରେ ଥିବା ପୋଲ ଉପରେ ୪ରୁ ୫ ଫୁଟ୍‌ ଉଚ୍ଚରେ ପାଣି ଚାଲୁଥିବାରୁ  ଯାତାୟତରେ ବାଧା ଉପୁଜିଛି। ୫୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଗାଁ ଲୋକେ ସଦର ମହକୁମାକୁ ଆସି ପାରୁଛନ୍ତି ନାଁ ବାଲିମେଳାକୁ ଯାଇପାରୁଛନ୍ତି। ମାଲକାନଗିରି ଓ ମୋଟୁ ରାସ୍ତାରେ ଥିବା ପଟେରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଯଦି ଆଉ ଅଧିକ ସମୟ ଯାଏଁ ଏଠାରେ ବର୍ଷା ହୁଏ ସେଠାରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି।

ସବୁ ପଞ୍ଚାୟତ ଗୁଡିକରେ ପିଇଓମାନେ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଲଗାଣ ବର୍ଷା ଲାଗି ରହେ ତେବେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯି ବୋଲି କୁହାଯାଇଛି।

Previous ArticleNext Article

Send this to a friend