ସ୍କୁଲରେ ପଢ଼ା ହେବ ବିଜୁ ବାବୁଙ୍କ କାହାଣୀ

ଭୁବନେଶ୍ୱର: ସ୍କୁଲରେ ବିଜୁ ବାବୁଙ୍କ କାହାଣୀ ପଢ଼ା ହେବ। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟ ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି। ସେ କହିଛନ୍ତି,“ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ୍‌ ୨୦୧୭-୧୮ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା ରଖିଛି। ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଜୁଙ୍କ ଜୀବନ ଗାଥା ପଢ଼ିବେ। ବିଜୁବାବୁଙ୍କ ପିଲାବେଳର କାର୍ଯ୍ୟ, ପାଠପଢ଼ା ସମୟର କଥା, […]

davi

davi

Rakesh Mallick
  • Published: Sunday, 11 December 2016
  • Updated: 12 December 2016, 06:52 AM IST

daviଭୁବନେଶ୍ୱର: ସ୍କୁଲରେ ବିଜୁ ବାବୁଙ୍କ କାହାଣୀ ପଢ଼ା ହେବ। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟ ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି।

ସେ କହିଛନ୍ତି,“ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ୍‌ ୨୦୧୭-୧୮ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା ରଖିଛି। ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଜୁଙ୍କ ଜୀବନ ଗାଥା ପଢ଼ିବେ। ବିଜୁବାବୁଙ୍କ ପିଲାବେଳର କାର୍ଯ୍ୟ, ପାଠପଢ଼ା ସମୟର କଥା, ଜୀବନ ସଂଘର୍ଷ, ରାଜନୀତିରେ ସଫଳତା ଓ ବିଫଳତା, ସ୍ୱାଧୀନତା ସଂଗ୍ରାମରେ ଭୂମିକା, ପାଇଲଟିଂ ଓ ଓଡ଼ିଶା ପ୍ରତି ଅବଦାନ ଏସବୁ ପାଠ୍ୟକ୍ରମରେ ସ୍ଥାନ ପାଇବ।”

ସେ ଆହୁରି କହିଛନ୍ତି,“ବିଜୁଙ୍କ ସହ ଓଡ଼ିଶାର ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ କାହାଣୀ ଓ ଅବଦାନ ସଂପର୍କରେ ମଧ୍ୟ ପାଠ୍ୟକ୍ରମରେ ରହିବ।  ବିଜୁବାବୁଙ୍କ ବ୍ୟତୀତ ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ ଓ ସୁଭାଷ ବୋଷଙ୍କ ଭଳି ଅନ୍ୟ କିଛି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ମଧ୍ୟ ପାଠ୍ୟକ୍ରମରେ ସ୍ଥାନ ପାଇବ।”

ମନ୍ତ୍ରୀ କହିଛନ୍ତି,“ବିଜୁଙ୍କ ଜୀବନ କାହାଣୀ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଯୋଜନା ହୋଇଥିବା ବେଳେ ଚଳିତବର୍ଷ ସ୍କୁଲରେ ବଣ୍ଟାଯିବ ବିଜୁ ପଟ୍ଟନାୟକ ସଂପର୍କିତ ଟେଷ୍ଟବୁକ୍‌ ଭଳି ବୁକ୍‌ଲେଟ୍‌। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ଗଣଶିକ୍ଷା ବିଭାଗ। ବହି ଲେଖିବା ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାସ ବେନହୁରଙ୍କୁ ଚୟନ କରାଯାଇଛି। ବହି ପ୍ରସ୍ତୁତ ହେବା ପରେ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କୁ ଏହା ବଣ୍ଟାଯିବ।”

ବିଶିଷ୍ଟ ଶିଶୁ ସାହିତ୍ୟିକ ଦାସ ବେନହୁର କହିଛନ୍ତି,“ବିଜୁ ବାବୁଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ପ୍ରକାଶିତ କରାଯିବ। ଯେଉଁ ପୁସ୍ତକକୁ ପିଲାମାନେ ପଢ଼ିବେ।”

ଦିଲ୍ଲୀରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଥିଲା।  ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାନବ ଶୃଙ୍ଖଳ ଓ ମହିଳା ସମାବେଶ  ଆୟୋଜନ  କରାଯାଇଥିଲା।  ଆଗାମୀ ଦିନରେ କୋଲକାତା, ମୁମ୍ବାଇ ଓ ହାଇଦ୍ରାବାଦରେ ମଧ୍ୟ ବିଜୁ ଜନ୍ମ ଶତବାର୍ଷିକୀ ପାଳନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story