ସାବଧାନ୍‌… ହୋଇପାରେ ଏଡ୍‌ସ୍‌

aids

ଏଚ୍‌ଆଇଭି ଏଡସ୍‌ ବା ହ୍ୟୁମନ ଇମ୍ୟୁନୋଡେଫିସିଏନ୍‌ସି ଏକ ଭୟଙ୍କର ରୋଗ। ଏହି ରୋଗ ହେଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଶରୀରରେ ରୋଗ ସଂକ୍ରମଣ ରୋକିବାର କ୍ଷମତା କମି ଯାଇଥାଏ। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀର ମୃତ୍ୟୁ ହୋଇଥାଏ। ଏହି ରୋଗ ହେଲେ ମଣିଷ ଶରୀର ଧୀରେ ଧୀରେ କ୍ଷିଣ ହୋଇଯାଇଥାଏ। କିନ୍ତୁ ଏଡ୍‌ସ ଭଳି ଭୟଙ୍କର ରୋଗକୁ ଚିହ୍ନିବା ସହଜ ହୋଇ ନ ଥାଏ। ଅନେକ ସମୟରେ ଶେଷ ସମୟ ପର୍ଯ୍ୟନ୍ତ ରୋଗ ଜଣାପଡ଼େ ନାହିଁ। ତେଣୁ ଆମେ ଆଜି ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ରୋଗର ଲକ୍ଷଣ ବିଷୟରେ ଜଣାଇବୁ। ଯାହା ଦ୍ୱାରା ଆପଣ ମଧ୍ୟ ଏହି ଭୟଙ୍କର ରୋଗକୁ ତୁରନ୍ତ ଚିହ୍ନି ପାରିବେ ଓ ଡାକ୍ତରଙ୍କ ପରାମର୍ଶ ନେଇ ସୁରକ୍ଷିତ ରହିପାରିବେ।

ରୋଗର ଲକ୍ଷଣ:

୧. ଏଡ୍‌ସ୍ ରୋଗୀମାନଙ୍କ ଭିତରେ ସାମାନ୍ୟ ରୂପରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଇଥାଏ।

୨. ସଂକ୍ରମଣ ହେବାର ୨-୬ ସପ୍ତାହ ପରେ ସବୁ ଲକ୍ଷଣ ନଜର ଆସିଥାଏ।

୩. ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ହୋଇଥିବା ୮୦ ପ୍ରତିଶତ ଲୋକଙ୍କ ମଧ୍ୟରେ  ଫ୍ଲୁ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ।

୪. ସାମାନ୍ୟ ଲକ୍ଷଣ ଭଳି- ଜ୍ୱର ହୋଇଥାଏ, ଗଳା ପଡିଯିବା, ଶରୀରରେ ଛୋଟ ଛୋଟ ଫଳିଯିବା, ଏହା ଛଡା କ୍ଲାନ୍ତ ଅନୁଭବ କରିବା, ଆଣ୍ଠୁ ଗଣ୍ଠି ଦର୍ଜ ହେବା, ମାଂସପେଶୀ ଦର୍ଜ ହେବା ଓ ଶିରା ପ୍ରସିରା ଫୁଲିଯିବା ଭଳି ସଙ୍କେତ ଦେଖାଯାଇଥାଏ।

କେବେ କରିବେ ଡାକ୍ତରଙ୍କ ସହ ପରାମର୍ଶ- ଉପରୋକ୍ତ ଲକ୍ଷଣ ଯଦି କିଛି ସପ୍ତାହ ପର୍ଯ୍ୟନ୍ତ ରହେ ତେବେ ଡାକ୍ତରଙ୍କ  ପରାମର୍ଶ ନିଅନ୍ତୁ।

Previous ArticleNext Article

Send this to a friend