ଜାଣନ୍ତୁ ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବାର ଘରୋଇ ଉପଚାର

joint pain.

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଣ୍ଠୁ ଗଣ୍ଠି ବିନ୍ଧା ଏକ ସାଧାରଣ ସମସ୍ୟା। ବୟସ ବଢିଗଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦିଏ। କିନ୍ତୁ ଆଜିକାଲି ଶରୀରରେ ପୃଷ୍ଟିସାର ଅଭାବରୁ ଏହି ସମସ୍ୟା କମ୍‌ ବୟସ୍କ ପିଲାମାନଙ୍କଠାରେ ମଧ୍ୟ ଦେଖାଦେଉଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ବ୍ୟାୟାମ ଓ ପୃଷ୍ଟିକର ଖାଦ୍ୟ ନିହାତି ଜରୁରୀ। ଏହା ବ୍ୟତିତ ଏଥିରୁ ମୁକ୍ତି ପାଇଁ ମହୌଷଧୀ ହେଉଛି ଚା’। ହଁ, ନିୟମିତ କିଛି ଲୋକ ଚା’ ପିଅନ୍ତି। ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ଜନିତ ସସସ୍ୟା ରହିଛି ତେବେ ଚା’ରେ କିଛି ଅଦା ପକାଇ ପିଅନ୍ତୁ। ଏଥିସହ ଖାଇବା ବେଳେ ୫ଟି ଲବଙ୍ଗ ଚୋବେଇ ଖାଆନ୍ତୁ ଏବଂ ସବୁବେଳେ ବସିକି ପାଣିପାଅନ୍ତୁ। ଏହି ଉପାୟକୁ ଅବଲମ୍ବନ କରନ୍ତୁ , ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା କମ୍‌ ହୋଇଯିବ।

Previous ArticleNext Article

Send this to a friend