ସର୍ଜରୀ ନୁହେଁ ଘରୋଇ ଉପାୟରେ ଶରୀରରୁ ଦୂର କରନ୍ତୁ କ୍ଷତ ଚିହ୍ନ

ଶରୀରରୁ କ୍ଷତ ଚିହ୍ନ ହଟାଇବା ପାଇଁ ପ୍ରାୟ ଲୋକେ ଲେଜର୍‌ ଟ୍ରିଟ୍‌ମେଣ୍ଟ କରାଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଦାଗଗୁଡ଼ିକୁ ପ୍ରାକୃତିକ ଉପାୟରେ ଘରେ ମଧ୍ୟ ଦୂର କରିହେବ। କିନ୍ତୁ ଏଥିରେ ଅଲଗା ଅଲଗା କ୍ଷତ ଚିହ୍ନ ପାଇଁ ଅଲଗା ଅଲଗା ଉପଚାର କରିବାକୁ ପଡେ। ଯେପରି କଟା ଦାଗ ଅପେକ୍ଷା ପୋଡ଼ା ଦାଗ ପାଇଁ ଅଧିକ ଉନ୍ନତମାନର ଚିକିତ୍ସା ଦରକାର। ତେବେ ଆସନ୍ତୁ ଜାଣିବା କେମିତି ଘରୋଇ ଉପାୟରେ ଶରୀରରୁ କ୍ଷତ ଚିହ୍ନ ଦୂର […]

12

12

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 12:17 PM IST

Sports

Latest News

ଶରୀରରୁ କ୍ଷତ ଚିହ୍ନ ହଟାଇବା ପାଇଁ ପ୍ରାୟ ଲୋକେ ଲେଜର୍‌ ଟ୍ରିଟ୍‌ମେଣ୍ଟ କରାଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଦାଗଗୁଡ଼ିକୁ ପ୍ରାକୃତିକ ଉପାୟରେ ଘରେ ମଧ୍ୟ ଦୂର କରିହେବ। କିନ୍ତୁ ଏଥିରେ ଅଲଗା ଅଲଗା କ୍ଷତ ଚିହ୍ନ ପାଇଁ ଅଲଗା ଅଲଗା ଉପଚାର କରିବାକୁ ପଡେ। ଯେପରି କଟା ଦାଗ ଅପେକ୍ଷା ପୋଡ଼ା ଦାଗ ପାଇଁ ଅଧିକ ଉନ୍ନତମାନର ଚିକିତ୍ସା ଦରକାର। ତେବେ ଆସନ୍ତୁ ଜାଣିବା କେମିତି ଘରୋଇ ଉପାୟରେ ଶରୀରରୁ କ୍ଷତ ଚିହ୍ନ ଦୂର କରିହେବ।

୧) ଲେମ୍ବୁ ରସ- ଲେମ୍ବୁ ହେଉଛି ସବୁଠୁ ପ୍ରଭାବଶାଳୀ ବ୍ଲିଚିଂ ଏଜେଣ୍ଟ। ଏହାରକୁ ଅନେକ କସମେଟିକରେ ବ୍ୟବହାର କରାଯାଏ। ଏଥିସହ ଲେମ୍ବୁ କ୍ଷତ ଚିହ୍ନ ମଧ୍ୟ ଦୂର କରିଥାଏ। ଏହା ଡେଡ୍‌ ସ୍କିନକୁ ହଟାଇ ନୂଆ ସ୍କନ୍‌ ତିଆରି ହେବାରେ ସହାୟକ ହୋଇଥାଏ। କ୍ଷତ ଚିହ୍ନ ଦୂର କରିବା ପାଇଁ ଏକ ତୁଳାରେ କିଛି ଲେମ୍ବୁ ରସ ପକାଇ ଏହାକୁ ଦାଗ ହୋଇଥିବା ସ୍ଥାନରେ ଘଷନ୍ତୁ। ପାଖାପାଖି ସପ୍ତାହେ ଯାଏଁ ଏପରି କରନ୍ତୁ। ଦେଖିବେ ଦାଗ କେମିତି ହଲୁକା ହୋଇ ଆସିବ। ଲେମ୍ବୁ ବଦଳରେ ଆପଣ ଆଳୁ ଓ ଟମାଟୋ ମଧ୍ୟ ବ୍ୟବହାର କରିପାରିବେ।

୨) ମହୁ- କ୍ଷତ ଚିହ୍ନ ଦୂର କରିବାରେ ମହୁ ଭଲ କାମ କରେ। ଏହାସହ ମହୁ ସ୍କିନ୍‌କୁ ମଶ୍ଚରାଇଜ କରିଥାଏ। ଦାଗ ଦୂର କରିବା ପାଇଁ କିଛି ବୁନ୍ଦା ମହୁ ନେଇ କ୍ଷତ ସ୍ଥାନରେ ଲଗାନ୍ତୁ। ଉତ୍ତମ ଫଳ ପାଇବା ପାଇଁ ଲେମ୍ବୁ ରସରେ ମହୁ ମିଶାଇ ପ୍ରତିଦିନ ଲଗାନ୍ତୁ।

୩) କାକୁଡ଼ି- କାକୁଡ଼ି ତ୍ୱଚା ପାଇଁ ଅନେକ ଲାଭଦାୟୀ। ଏହା ଆମ ସ୍କିନ୍‌କୁ କୋମଳ ଓ ହାଇଡ୍ରେଟ ରଖେ। ଏଥିପାଇଁ କାକୁଡ଼ିର ପେଷ୍ଟ ତିଆରି କରି ଏହାକୁ ନିୟମିତ ଭାବେ କ୍ଷତ ସ୍ଥାନରେ ଲଗାନ୍‌ଉ। ଦେଖିବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଆପଣଙ୍କ କ୍ଷତ ସ୍ଥାନ ଭଲ ହୋଇଯିବ। ବଜାରରେ କାକୁଡ଼ି ଯୁକ୍ତ କ୍ରିମ୍‌ ଓ ସ୍କ୍ରବ୍‌ ମଧ୍ୟ ମିଳୁଛି। ଆପଣ ଚାହିଁଲେ ଏହି କ୍ରିମ୍‌ କିମ୍ବା ସ୍କ୍ରବକୁ ମଧ୍ୟ ବ୍ୟବହାର କରିପାରିବେ।

୪) ଚନ୍ଦନ- ଚେହେରାରେ କ୍ଷତ ଦାଗକୁ ସମ୍ପୁର୍ଣ୍ଣ ଭାବେ ଲିଭାଇବାରେ ଚନ୍ଦନ ପାଉଡର ଭଲ କାମ କରେ। ଏଥିପାଇଁ ଚନ୍ଦନ ପାଉଡରରେ ଅଳ୍ପ ଗୋଲାପଜଳ ଓ ଦୁଇ ଚାମଚ କଞ୍ଚା କ୍ଷୀର ପକାଇ ଏକ ପେଷ୍ଚ ପ୍ରସ୍ତୁତ କରନ୍ତୁ।  ଏହି ପେଷ୍ଟକୁ କ୍ଷତ ସ୍ଥାନରେ ଲଗାନ୍ତୁ। ଏକ ଘଣ୍ଟା ଶୁଖିଗଲା ପରେ ଏହାକୁ ଥଣ୍ଡା ପାଣିରେ ଧୁଅନ୍ତୁ। କିଛି ଦିନ ଯାଏଁ ଏପରି ଲଗାତାର କଲେ ଧିରେ ଧିରେ କ୍ଷତ ଦାଗ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos